ଦଶମ ରେଜଲ୍ଟରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର କୃତିତ୍ବ

The Sakala Picture
Published On

ଭୁବନେଶ୍ବର: ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓଡ଼ିଆ ମାଧ୍ୟମ ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ଦଶମ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। ଛାତ୍ରୀ ସୁମିତ୍ରା ବେହେରା ସର୍ବୋଚ୍ଚ ୫୫୫ ନମ୍ବର ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହିତ ଛାତ୍ର କୀର୍ତ୍ତି ରଞ୍ଜନ ବେହାର ୫୫୪ ଓ ବିଘ୍ନେଶ ପ୍ରଧାନ ୫୫୧ ନମ୍ବର ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  ବିଦ୍ୟାଳୟର ସମୁଦାୟ ୧୩୦ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1 ଗ୍ରେଡରେ ୩ଜଣ, A2 […]

ଭୁବନେଶ୍ବର: ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓଡ଼ିଆ ମାଧ୍ୟମ ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ଦଶମ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। ଛାତ୍ରୀ ସୁମିତ୍ରା ବେହେରା ସର୍ବୋଚ୍ଚ ୫୫୫ ନମ୍ବର ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହିତ ଛାତ୍ର କୀର୍ତ୍ତି ରଞ୍ଜନ ବେହାର ୫୫୪ ଓ ବିଘ୍ନେଶ ପ୍ରଧାନ ୫୫୧ ନମ୍ବର ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  ବିଦ୍ୟାଳୟର ସମୁଦାୟ ୧୩୦ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1 ଗ୍ରେଡରେ ୩ଜଣ, A2 ଗ୍ରେଡରେ ୧୧ ଓ  ୩୦ରୁ ଉଦ୍ଧ୍ବ ଛାତ୍ରଛାତ୍ରୀ  B1ଗ୍ରେଡ ରଖି ବିଦ୍ୟାଳୟ ନାମକୁ ଉଜ୍ଜଳ କରିଛନ୍ତି। ଯାହାଦ୍ବାରା  ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ପରିଚାଳନା କମିଟି ତଥା ଏ ଅଞ୍ଚଳର ଶୁଭଚିନ୍ତକଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି। ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ବୈରାଗୀ ଚରଣ ନାୟକ ଛାତ୍ରାଛାତ୍ରୀଙ୍କ କୃତିତ୍ବ ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp