ଓଏଏସ୍‌‌ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ୱର : ଓଏଏସ୍‌‌ ଅଫିସର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ତହସିଲଦାର ଥିବା ସଂଗ୍ରାମ ଜେନା ଏବେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ଉ […]

ଭୁବନେଶ୍ୱର : ଓଏଏସ୍‌‌ ଅଫିସର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ତହସିଲଦାର ଥିବା ସଂଗ୍ରାମ ଜେନା ଏବେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ଉ ପରେ ସଂଗ୍ରାମଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛନ୍ତି। କାରଣ ସଂଗ୍ରାମ ଜଣେ ଓଏଏସ୍‌‌ ଅଫିସର ହୋଇ ମଧ୍ୟ ଆୟ ଠାରୁ ଅଧିକ ସମ୍ପିତ୍ତି ଅର୍ଜନ କରିଛନ୍ତି। ଜେନାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଜେନା କଲୋନୀରେ ୭୫୫୪ ବର୍ଗଫୁଟ ଅଞ୍ଚଳରେ ଏକ ତିନି ମହଲା କୋଠା ଅଛି। ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ତା’ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁରରେ ତାଙ୍କର ଏକ କୋଠା ଅଛି। ତାଙ୍କର ୧୧ଲକ୍ଷ ଟଙ୍କାର ୪ଟି ପ୍ଲଟ୍‌‌ ରହିଛି। ସେଥିରୁ ୪ଟି ବାଣପୁରର ଛୋଟରାୟପୁର ଶାସନରେ ଥିବା ବେଳେ ଆଉ ଗୋଟିଏ ବାଲୁଗାଁର ସରଳାପଦରରେ ଅଛି। ବାଲୁଗାଁର ରାମପୁର ମୌଜାରେ ଆଉ ଗୋଟିଏ ବେନାମୀ ପ୍ଲଟ କିଣିବା ପାଇଁ ସେ ୧୧ ଲକ୍ଷ ଟଙ୍କା ଅଗ୍ରୀମ ପୈଠ କରିଛନ୍ତି। ଏହି ସବୁ ପ୍ଲଟ୍‌‌ଗୁଡ଼ିକର ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ମାପଚୁପ ଓ ହିସାବ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍‌‌।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ସଂଗ୍ରାମଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟ ଏବଂ ପୋଷ୍ଟାଲ ଆକାଉଣ୍ଟରେ ୨୧.୪୬ଲକ୍ଷ ଟଙ୍କା ରହିଛି। ତାଙ୍କ ନିକଟରୁ ୮୫ହଜାର ଟଙ୍କା ଜବତ କରାଯାଇଛି। ୩୮.୨୯ଲକ୍ଷର ୩ଟି ଚାରିଚକିଆ ଥିବା ବେଳେ ୨ଟି ଦୁଇ ଚକିଆ ଯାନ ରହିଛି। ଆହୁରି ମଧ୍ୟ ୧୧.୦୫ ଲକ୍ଷ ଟଙ୍କାର ଘରର ସୁନା ଗହଣା ଏବଂ ଆସବାବପତ୍ର ରହିଛି। ତାଙ୍କ ନାମରେ ଦୁର୍ନୀତି ଏବଂ ଲାଞ୍ଚ କାରବାର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସତ୍ୟାସତ୍ୟ ଜଣାପଡ଼ିବା ଭିଜିଲାନ୍ସ ପକ୍ଷରୁ ଚଢ଼ଉ ପାଇଁ କୋର୍ଟରୁ ଅନୁମତି ଅଣାଯାଇଥିଲା। କୋର୍ଟ ଅନୁମତି ଦେବା ପରେ ଭିଜିଲାନ୍ସର ୪ଟି ଟିମ୍‌‌ ଚଢ଼ଉ କରିଥିଲା। ଚଢ଼ଉରେ ୩ଜଣ ଡିଏସ୍‌‌ପି,୧୦ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ପରେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା। ଏହା ପରେ ଭିଜିଲାନ୍ସ ସଂଗ୍ରାମଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଡିଏ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଯେଉଁ ସବୁ ଜାଗାରେ ସଂଗ୍ରାମଙ୍କ କାମ କରିଛନ୍ତି ସେ ଜାଗାକୁ ଯାଇ ଯାଞ୍ଚ କରୁଛି ଭିଜିଲାନ୍ସ। ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

15 Sep 2023 By The Sakala

ଓଏଏସ୍‌‌ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର : ଓଏଏସ୍‌‌ ଅଫିସର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ତହସିଲଦାର ଥିବା ସଂଗ୍ରାମ ଜେନା ଏବେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ଉ ପରେ ସଂଗ୍ରାମଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛନ୍ତି। କାରଣ ସଂଗ୍ରାମ ଜଣେ ଓଏଏସ୍‌‌ ଅଫିସର ହୋଇ ମଧ୍ୟ ଆୟ ଠାରୁ ଅଧିକ ସମ୍ପିତ୍ତି ଅର୍ଜନ କରିଛନ୍ତି। ଜେନାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଜେନା କଲୋନୀରେ ୭୫୫୪ ବର୍ଗଫୁଟ ଅଞ୍ଚଳରେ ଏକ ତିନି ମହଲା କୋଠା ଅଛି। ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ତା’ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁରରେ ତାଙ୍କର ଏକ କୋଠା ଅଛି। ତାଙ୍କର ୧୧ଲକ୍ଷ ଟଙ୍କାର ୪ଟି ପ୍ଲଟ୍‌‌ ରହିଛି। ସେଥିରୁ ୪ଟି ବାଣପୁରର ଛୋଟରାୟପୁର ଶାସନରେ ଥିବା ବେଳେ ଆଉ ଗୋଟିଏ ବାଲୁଗାଁର ସରଳାପଦରରେ ଅଛି। ବାଲୁଗାଁର ରାମପୁର ମୌଜାରେ ଆଉ ଗୋଟିଏ ବେନାମୀ ପ୍ଲଟ କିଣିବା ପାଇଁ ସେ ୧୧ ଲକ୍ଷ ଟଙ୍କା ଅଗ୍ରୀମ ପୈଠ କରିଛନ୍ତି। ଏହି ସବୁ ପ୍ଲଟ୍‌‌ଗୁଡ଼ିକର ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ମାପଚୁପ ଓ ହିସାବ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍‌‌।

ସଂଗ୍ରାମଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟ ଏବଂ ପୋଷ୍ଟାଲ ଆକାଉଣ୍ଟରେ ୨୧.୪୬ଲକ୍ଷ ଟଙ୍କା ରହିଛି। ତାଙ୍କ ନିକଟରୁ ୮୫ହଜାର ଟଙ୍କା ଜବତ କରାଯାଇଛି। ୩୮.୨୯ଲକ୍ଷର ୩ଟି ଚାରିଚକିଆ ଥିବା ବେଳେ ୨ଟି ଦୁଇ ଚକିଆ ଯାନ ରହିଛି। ଆହୁରି ମଧ୍ୟ ୧୧.୦୫ ଲକ୍ଷ ଟଙ୍କାର ଘରର ସୁନା ଗହଣା ଏବଂ ଆସବାବପତ୍ର ରହିଛି। ତାଙ୍କ ନାମରେ ଦୁର୍ନୀତି ଏବଂ ଲାଞ୍ଚ କାରବାର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସତ୍ୟାସତ୍ୟ ଜଣାପଡ଼ିବା ଭିଜିଲାନ୍ସ ପକ୍ଷରୁ ଚଢ଼ଉ ପାଇଁ କୋର୍ଟରୁ ଅନୁମତି ଅଣାଯାଇଥିଲା। କୋର୍ଟ ଅନୁମତି ଦେବା ପରେ ଭିଜିଲାନ୍ସର ୪ଟି ଟିମ୍‌‌ ଚଢ଼ଉ କରିଥିଲା। ଚଢ଼ଉରେ ୩ଜଣ ଡିଏସ୍‌‌ପି,୧୦ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ପରେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା। ଏହା ପରେ ଭିଜିଲାନ୍ସ ସଂଗ୍ରାମଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଡିଏ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଯେଉଁ ସବୁ ଜାଗାରେ ସଂଗ୍ରାମଙ୍କ କାମ କରିଛନ୍ତି ସେ ଜାଗାକୁ ଯାଇ ଯାଞ୍ଚ କରୁଛି ଭିଜିଲାନ୍ସ। ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର