ଗାଧୁଆ ତୁଠରେ ମହିଳାଙ୍କ ଭିଡିଓ ଉତ୍ତୋଳନ

The Sakala Picture
Published On

ମନମୁଣ୍ଡା : ମହିଳାମାନଙ୍କ ଗାଧୋଇବା ଦୃଶ୍ୟ ଭିଡିଓ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଗାଁ ଲୋକମାନେ ଭିଡିଓ ଉତ୍ତୋଳନକାରୀକୁ କାବୁ କରିବା ସହ ଗଛରେ ବାନ୍ଧି ଲଣ୍ଡା କରିଛନ୍ତି। ଏପରି ଏକ ଘଟଣା ଘଟିଛି କଣ୍ଟାମାଲ ଥାନା ଅଞ୍ଚଳରେ। ସୂଚନା ଅନୁସାର, ଏହି ଥାନା ଚାରଭାଟି ଗ୍ରାମର ମହିଳାମାନେ ସକାଳ ନିତ୍ୟକର୍ମ କରିବା, ଗାଧୋଇବା ଓ ଲୁଗା ବଦଳାଇବା ବେଳେ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ କଣ୍ଟିଆପାଲି ଗ୍ରାମର ମୂଳ ବାସିନ୍ଦା ତଥା ପଲସାଗୋରା ନିବାସୀ […]

ମନମୁଣ୍ଡା : ମହିଳାମାନଙ୍କ ଗାଧୋଇବା ଦୃଶ୍ୟ ଭିଡିଓ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଗାଁ ଲୋକମାନେ ଭିଡିଓ ଉତ୍ତୋଳନକାରୀକୁ କାବୁ କରିବା ସହ ଗଛରେ ବାନ୍ଧି ଲଣ୍ଡା କରିଛନ୍ତି। ଏପରି ଏକ ଘଟଣା ଘଟିଛି କଣ୍ଟାମାଲ ଥାନା ଅଞ୍ଚଳରେ। ସୂଚନା ଅନୁସାର, ଏହି ଥାନା ଚାରଭାଟି ଗ୍ରାମର ମହିଳାମାନେ ସକାଳ ନିତ୍ୟକର୍ମ କରିବା, ଗାଧୋଇବା ଓ ଲୁଗା ବଦଳାଇବା ବେଳେ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ କଣ୍ଟିଆପାଲି ଗ୍ରାମର ମୂଳ ବାସିନ୍ଦା ତଥା ପଲସାଗୋରା ନିବାସୀ ସୁଦାମ ସାହୁ ସେମାନଙ୍କ ଫୋଟୋ ଓ ଭିଡିଓ ଉତ୍ତୋଳନ କରୁଥିଲା। ସୁଦାମ ଏଭଳି ଆପତ୍ତିଜନକ ଭିଡିଓ ଉତ୍ତୋଳନ କରୁଥିବା ନେଇ ମହିଳାମାନେ ତାଙ୍କ ସ୍ୱାମୀମାନଙ୍କୁ କହିଥିଲେ। ପରେ ଗାଁ ଲୋକମାନେ ଏକତ୍ର ହୋଇ ସୁଦାମକୁ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଧରି ଏକ ଗଛରେ ବାନ୍ଧି ଲଣ୍ଡା କରିଦେଇଥିଲେ। ଏହାପରେ ଏକ ଶୋଭାଯାତ୍ରାରେ ନେଇ ତା’ ଘରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଖବର ଲେଖାହେବା ବେଳକୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

26 Jul 2021 By The Sakala

ଗାଧୁଆ ତୁଠରେ ମହିଳାଙ୍କ ଭିଡିଓ ଉତ୍ତୋଳନ

ମନମୁଣ୍ଡା : ମହିଳାମାନଙ୍କ ଗାଧୋଇବା ଦୃଶ୍ୟ ଭିଡିଓ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଗାଁ ଲୋକମାନେ ଭିଡିଓ ଉତ୍ତୋଳନକାରୀକୁ କାବୁ କରିବା ସହ ଗଛରେ ବାନ୍ଧି ଲଣ୍ଡା କରିଛନ୍ତି। ଏପରି ଏକ ଘଟଣା ଘଟିଛି କଣ୍ଟାମାଲ ଥାନା ଅଞ୍ଚଳରେ। ସୂଚନା ଅନୁସାର, ଏହି ଥାନା ଚାରଭାଟି ଗ୍ରାମର ମହିଳାମାନେ ସକାଳ ନିତ୍ୟକର୍ମ କରିବା, ଗାଧୋଇବା ଓ ଲୁଗା ବଦଳାଇବା ବେଳେ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ କଣ୍ଟିଆପାଲି ଗ୍ରାମର ମୂଳ ବାସିନ୍ଦା ତଥା ପଲସାଗୋରା ନିବାସୀ ସୁଦାମ ସାହୁ ସେମାନଙ୍କ ଫୋଟୋ ଓ ଭିଡିଓ ଉତ୍ତୋଳନ କରୁଥିଲା। ସୁଦାମ ଏଭଳି ଆପତ୍ତିଜନକ ଭିଡିଓ ଉତ୍ତୋଳନ କରୁଥିବା ନେଇ ମହିଳାମାନେ ତାଙ୍କ ସ୍ୱାମୀମାନଙ୍କୁ କହିଥିଲେ। ପରେ ଗାଁ ଲୋକମାନେ ଏକତ୍ର ହୋଇ ସୁଦାମକୁ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଧରି ଏକ ଗଛରେ ବାନ୍ଧି ଲଣ୍ଡା କରିଦେଇଥିଲେ। ଏହାପରେ ଏକ ଶୋଭାଯାତ୍ରାରେ ନେଇ ତା’ ଘରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଖବର ଲେଖାହେବା ବେଳକୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର