ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ

Madhusudan Das Picture
Published On

ଭୁବନେଶ୍ୱର: ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ। ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥ l ଆଜି ଭୋର ସାଢେ ୪ଟାରୁ ୫ଟା ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି l ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି l 

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଯାତ୍ରା ଜଗତର ବାପା ତଥା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ l ଜଣେ ଉଚ୍ଚକୋଟୀର କଳାକାର ଥିଲେ ସେ l ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ କରିଛନ୍ତି ଅଭିନୟ l ୫୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଯାତ୍ରା ଜଗତରେ ରାଜ କରି ଅଭିନେତା ଭାବରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି l ଅନେକ ଅପେରା ପାର୍ଟିରେ କାମ କରିଛନ୍ତି l ତାଙ୍କର ଅଭିନୟରେ ଦର୍ଶକ କାନ୍ଦିଛନ୍ତି, ହସିଛନ୍ତି, ଭାବବିହ୍ୱଳ ହୋଇଛନ୍ତି, ପ୍ରେମରେ ପଡିଛନ୍ତି ଆଉ ଭିଜିଛନ୍ତି ଏବଂ ମଜିଛନ୍ତି l ଯାତ୍ରାରେ ଦୀର୍ଘ ୪୯ ବର୍ଷର ଯାତ୍ରାରେ ସେ ସାଉଁଟିଛନ୍ତି ଭିନ୍ନ ଭିନ୍ନ ପରିଚୟ। କିଏ କହେ ତାଙ୍କୁ ମାମା ବା ମାମୁଁ ତ ଆଉ କିଏ କହେ ସେ ଯାତ୍ରା ଗଜତର ବାପା। ତାରାପୁର ଅପେରାରୁ ଆରମ୍ଭ ହୋଇ‌ଥିବା ଦେବୀ ରଥଙ୍କ ଯାତ୍ରା କ୍ୟାରିୟର ଯବନିକା ପଡ଼ିଥିଲା ପାର୍ବତୀ ଗଣନାଟ୍ୟର ନାଟକ 'ଠକିଦେଲ ବନ୍ଧୁ ଠିକଣା ବେଳେ' ନାଟକରେ। 

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି

ସେ ଅଭିନୟ କରିଥିବା ଯାତ୍ରା ନାଟକ ଗୁଡ଼ିକ ମଧ୍ୟରେ, ଚାର୍‌ ଶୋ ବିସ୍, ଗରୀବ କାନ୍ଦେ କାହିଁକି, ମହାଦେବ ବେଢ଼ା ବଉଦ ବେଦୀ, ପାଇକ ପୁଅ ଦଳବେହେରା, ପ୍ରେମ ସମାଧିରେ ବିବାହ ବେଦୀ, ମୁଣ୍ଡରେ ଥୋଇଛି ପାଦର ଜୋତା, ପଣତକାନି ଭଳି ଅନେକ ଲୋକପ୍ରିୟ ନାଟକ ଦେବୀ ରଥର ଜ୍ବଳନ୍ତ ଅଭିନୟର ପ୍ରମାଣ ଦେଇଛି। 

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର