ଲଗାଣ ବର୍ଷା ପରେ ବଢ଼ୁଛି ପନିପରିବା ଦର, ଆହୁରି ଦୁଇ ମାସ କନ୍ଦେଇବ

The Sakala Picture
Published On

ଭୁବନେଶ୍ୱର : ଖରିଫ ଧାନ ଅମଳ ପରେ କିଛି ରୋଜଗାର ଆଶାରେ ଚଳିତ ରବିଋତୁରେ ଚାଷୀ ପନିପରିବା ଚାଷ କରିଥିଲା। ଚାଷ ଆରମ୍ଭରୁ ପାଗ ଭଲ ରହିଲା। ଆବଶ୍ୟକ ବର୍ଷା-ଖରା ହେଲା। ଫଳରେ ଭଲ ପରିବା ଉତ୍ପାଦନ ହେବ ବୋଲି ଆଶା ଥିଲା। ହେଲେ ମୌସୁମୀ ଓ ଲଗାଣ ବର୍ଷା ଚାଷୀର ସେ ଆଶାକୁ ମାରିଦେଇଛି। ଗତ ମାସେ ହେଲା ଲଗାଣ ବର୍ଷା ହେବା କାରଣରୁ ଜମିରେ ଲାଗିଥିବା ଅମୃତଭଣ୍ଡା, ଭେଣ୍ଡି,କାକୁଡି, ଜହ୍ନି, ଛଚିନ୍ଦ୍ରା, ବାଇଗଣ ଆଦି […]

ଭୁବନେଶ୍ୱର : ଖରିଫ ଧାନ ଅମଳ ପରେ କିଛି ରୋଜଗାର ଆଶାରେ ଚଳିତ ରବିଋତୁରେ ଚାଷୀ ପନିପରିବା ଚାଷ କରିଥିଲା। ଚାଷ ଆରମ୍ଭରୁ ପାଗ ଭଲ ରହିଲା। ଆବଶ୍ୟକ ବର୍ଷା-ଖରା ହେଲା। ଫଳରେ ଭଲ ପରିବା ଉତ୍ପାଦନ ହେବ ବୋଲି ଆଶା ଥିଲା। ହେଲେ ମୌସୁମୀ ଓ ଲଗାଣ ବର୍ଷା ଚାଷୀର ସେ ଆଶାକୁ ମାରିଦେଇଛି।

ଆହୁରି ପଢ଼ନ୍ତୁ: ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଓଡିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗତ ମାସେ ହେଲା ଲଗାଣ ବର୍ଷା ହେବା କାରଣରୁ ଜମିରେ ଲାଗିଥିବା ଅମୃତଭଣ୍ଡା, ଭେଣ୍ଡି,କାକୁଡି, ଜହ୍ନି, ଛଚିନ୍ଦ୍ରା, ବାଇଗଣ ଆଦି ବର୍ଷା ପାଣିରେ ପଚିଗଲାଣି। ବିଶେଷକରି ଅମୃତଭଣ୍ଡା ମୂଳରେ ବର୍ଷା ପାଣି ରହି ଗଛକୁ ନଷ୍ଟ କରୁଛି। ସେହିପରି ବାଇଗଣ ଫସଲ ମଧ୍ୟ ବିଶେଷ ନଷ୍ଟ ହେଉଛି। ବର୍ଷା ଯୋଗୁଁ ପନିପରିବା ଫସଲ ଜମିରୁ ପାଣି ସମ୍ପୂର୍ଣ ନିଷ୍କାସନ ହୋଇ ନ ପାରି ଫସଲ ଗ୍ୱୂଳରେ ଜମି ରହୁଛି। ଏଥିସହ ବର୍ଷା ପ୍ରଭାବରେ ଫୁଲରେ ଫଳ ଆସିବା କମି ଯାଇଛି। ମେଘୁଆ ପାଗ ସାଙ୍ଗକୁ ମାଟିରେ ଆର୍ଦ୍ରତା କାରଣରୁ ଫସଲରେ ଅଧିକ ରୋଗପୋକଙ୍କ ଆକ୍ରମଣ ବି ଦାଉ ସାଧିଲାଣି।

ଆହୁରି ପଢ଼ନ୍ତୁ: ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଏଥିସହ ଚାଷୀ ବହୁ କମ୍‌ ପରିମାଣରେ ପରିବା ଅମଳ କରୁଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡ଼ୁଛି। ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହେଉଛି। ଆଗରୁ ଯେତିକି ପରିବା ଘରକୁ ନେଉଥିଲେ, ସେତିକି ନ ନେଇ ଅଳ୍ପରେ ସନ୍ତୁଷ୍ଟ ହେବାକୁ ପଡ଼ୁଛି ବୋଲି ଖାଉଟିମାନେ କହୁଛନ୍ତି। ରାଜଧାନୀ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ବାଳକାଟି, ଝିଣ୍ଟି ସମେତ ରାଜ୍ୟର ପ୍ରମୁଖ କଞ୍ଚା ପରିବା ଉତ୍ପାଦନ କରୁଥିବା କଟକ, ବାଙ୍କୀ, ଅନୁଗୋଳ ସମେତ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର ପର୍ଯ୍ୟନ୍ତ ସବୁଆଡେ ଏବେ ସମାନ ସ୍ଥିତି ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ: ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି କହିଲେ ମୁଖ୍ୟମନ୍ତ୍ରୀ

ଏବେ ଶ୍ରାବଣ, ଭାଦ୍ରବ ଓ ଆଶ୍ୱିନ ମାସ ପର୍ଯ୍ୟନ୍ତ ପ୍ରାୟତଃ ସ୍ଥାନୀୟ ପନିପରିବା ବଜାର ଚାହିଦା ମେଣ୍ଟାଇଥା’ନ୍ତି। ପରବର୍ତ୍ତୀ ସମୟରେ କାର୍ତ୍ତିକ ମାସ ବେଳକୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ମାତ୍ର ଏବେ ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ କଞ୍ଚାପରିବାର ଅଭାବ ଦେଖାଯିବ। ତେଣୁ ଆସନ୍ତା ଦୁଇ ତିନି ମାସ ପର୍ଯ୍ୟନ୍ତ ପରିବା ଦର ଉଚ୍ଚା ରହିବ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି।

ଏକ ନମ୍ବର ହାଟର ଗ୍ରାହକ ବିଶ୍ୱରଞ୍ଜନ ବେହେରା କହିଛନ୍ତି, ପରିବା ଫସଲ ପ୍ରଭାବିତ କାରଣରୁ ପରିବା ଚାଷୀମାନେ କ୍ଷତି ସହିବା ସାଙ୍ଗକୁ ବଜାରରେ ମଧ୍ୟ ପରିବା ଦର ବଢୁଛି। ଆମେ ଦରବୃଦ୍ଧିର ଶିକାର ହେଉଛୁ। ପରିବା ଦର ଆମ ପକେଟ ଖାଲି କରିଦେଉଛି। ସ୍ଥିତି ଏମିତି ହୋଇଛି ଯେ ପରିବା ମାର୍କେଟ୍‌ରେ ହାତ ମାରି ହେଉନି। ପରିବା କିଣିଲା ବେଳକୁ ବ୍ୟାଗ୍‌ ଭର୍ତ୍ତି ହେଉନି ବୋଲି ସେ କହିଛନ୍ତି। ବ୍ୟବସାୟୀ ନକୁଳନାଥ ସାହୁ କହିଛନ୍ତି, ଯେଉଁ ପରିବା ଦର କିଛିଦିନ ପୂର୍ବେ କେଜି ପ୍ରତି ୨୦, ୩୦ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୫୦ରୁ ୭୦ ଟଙ୍କା ହୋଇଛି। ବାଇଗଣ ୭୦ରୁ ୮୦ ଦର ପାର କରିଛି। ଝୁଡ଼ଙ୍ଗ ୬୦, କଲରା ୬୦ଟପିଛି। ଚାଷୀ ନଟବର ଗିରି କହିଛନ୍ତି, ବିଗତ ବର୍ଷ ବି ଏମିତି କ୍ଷତି ହୋଇଥିଲା। ଗଲା ଡିସେମ୍ୱର ମାସ ଶେଷ ସପ୍ତାହରେ ଅଦିନିଆ ଲଗାଣ ବର୍ଷା ପରକୁ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଘନ କୁହୁଡି ପିଆଜ, ଫୁଲକୋବି, ବାଇଗଣ, କାକୁଡି ସମେତ ବିଭିନ୍ନ ପନିପରିବା ଚାଷକୁ କ୍ଷତିଗ୍ରସ୍ତ କରିଥିଲା। ତେଣୁ ଦଇବ ଯେଉଁଭଳି ଦାଉ ସାଧୁଛ. ଚାଷ ଆଉ କରିହେବନି ବୋଲି ସେ କହିଛନ୍ତି।

18 Jul 2025 By The Sakala

ଲଗାଣ ବର୍ଷା ପରେ ବଢ଼ୁଛି ପନିପରିବା ଦର, ଆହୁରି ଦୁଇ ମାସ କନ୍ଦେଇବ

ଭୁବନେଶ୍ୱର : ଖରିଫ ଧାନ ଅମଳ ପରେ କିଛି ରୋଜଗାର ଆଶାରେ ଚଳିତ ରବିଋତୁରେ ଚାଷୀ ପନିପରିବା ଚାଷ କରିଥିଲା। ଚାଷ ଆରମ୍ଭରୁ ପାଗ ଭଲ ରହିଲା। ଆବଶ୍ୟକ ବର୍ଷା-ଖରା ହେଲା। ଫଳରେ ଭଲ ପରିବା ଉତ୍ପାଦନ ହେବ ବୋଲି ଆଶା ଥିଲା। ହେଲେ ମୌସୁମୀ ଓ ଲଗାଣ ବର୍ଷା ଚାଷୀର ସେ ଆଶାକୁ ମାରିଦେଇଛି।

ଗତ ମାସେ ହେଲା ଲଗାଣ ବର୍ଷା ହେବା କାରଣରୁ ଜମିରେ ଲାଗିଥିବା ଅମୃତଭଣ୍ଡା, ଭେଣ୍ଡି,କାକୁଡି, ଜହ୍ନି, ଛଚିନ୍ଦ୍ରା, ବାଇଗଣ ଆଦି ବର୍ଷା ପାଣିରେ ପଚିଗଲାଣି। ବିଶେଷକରି ଅମୃତଭଣ୍ଡା ମୂଳରେ ବର୍ଷା ପାଣି ରହି ଗଛକୁ ନଷ୍ଟ କରୁଛି। ସେହିପରି ବାଇଗଣ ଫସଲ ମଧ୍ୟ ବିଶେଷ ନଷ୍ଟ ହେଉଛି। ବର୍ଷା ଯୋଗୁଁ ପନିପରିବା ଫସଲ ଜମିରୁ ପାଣି ସମ୍ପୂର୍ଣ ନିଷ୍କାସନ ହୋଇ ନ ପାରି ଫସଲ ଗ୍ୱୂଳରେ ଜମି ରହୁଛି। ଏଥିସହ ବର୍ଷା ପ୍ରଭାବରେ ଫୁଲରେ ଫଳ ଆସିବା କମି ଯାଇଛି। ମେଘୁଆ ପାଗ ସାଙ୍ଗକୁ ମାଟିରେ ଆର୍ଦ୍ରତା କାରଣରୁ ଫସଲରେ ଅଧିକ ରୋଗପୋକଙ୍କ ଆକ୍ରମଣ ବି ଦାଉ ସାଧିଲାଣି।

ଏଥିସହ ଚାଷୀ ବହୁ କମ୍‌ ପରିମାଣରେ ପରିବା ଅମଳ କରୁଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡ଼ୁଛି। ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହେଉଛି। ଆଗରୁ ଯେତିକି ପରିବା ଘରକୁ ନେଉଥିଲେ, ସେତିକି ନ ନେଇ ଅଳ୍ପରେ ସନ୍ତୁଷ୍ଟ ହେବାକୁ ପଡ଼ୁଛି ବୋଲି ଖାଉଟିମାନେ କହୁଛନ୍ତି। ରାଜଧାନୀ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ବାଳକାଟି, ଝିଣ୍ଟି ସମେତ ରାଜ୍ୟର ପ୍ରମୁଖ କଞ୍ଚା ପରିବା ଉତ୍ପାଦନ କରୁଥିବା କଟକ, ବାଙ୍କୀ, ଅନୁଗୋଳ ସମେତ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର ପର୍ଯ୍ୟନ୍ତ ସବୁଆଡେ ଏବେ ସମାନ ସ୍ଥିତି ଦେଖିବାକୁ ମିଳୁଛି।

ଏବେ ଶ୍ରାବଣ, ଭାଦ୍ରବ ଓ ଆଶ୍ୱିନ ମାସ ପର୍ଯ୍ୟନ୍ତ ପ୍ରାୟତଃ ସ୍ଥାନୀୟ ପନିପରିବା ବଜାର ଚାହିଦା ମେଣ୍ଟାଇଥା’ନ୍ତି। ପରବର୍ତ୍ତୀ ସମୟରେ କାର୍ତ୍ତିକ ମାସ ବେଳକୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ମାତ୍ର ଏବେ ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ କଞ୍ଚାପରିବାର ଅଭାବ ଦେଖାଯିବ। ତେଣୁ ଆସନ୍ତା ଦୁଇ ତିନି ମାସ ପର୍ଯ୍ୟନ୍ତ ପରିବା ଦର ଉଚ୍ଚା ରହିବ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି।

ଏକ ନମ୍ବର ହାଟର ଗ୍ରାହକ ବିଶ୍ୱରଞ୍ଜନ ବେହେରା କହିଛନ୍ତି, ପରିବା ଫସଲ ପ୍ରଭାବିତ କାରଣରୁ ପରିବା ଚାଷୀମାନେ କ୍ଷତି ସହିବା ସାଙ୍ଗକୁ ବଜାରରେ ମଧ୍ୟ ପରିବା ଦର ବଢୁଛି। ଆମେ ଦରବୃଦ୍ଧିର ଶିକାର ହେଉଛୁ। ପରିବା ଦର ଆମ ପକେଟ ଖାଲି କରିଦେଉଛି। ସ୍ଥିତି ଏମିତି ହୋଇଛି ଯେ ପରିବା ମାର୍କେଟ୍‌ରେ ହାତ ମାରି ହେଉନି। ପରିବା କିଣିଲା ବେଳକୁ ବ୍ୟାଗ୍‌ ଭର୍ତ୍ତି ହେଉନି ବୋଲି ସେ କହିଛନ୍ତି। ବ୍ୟବସାୟୀ ନକୁଳନାଥ ସାହୁ କହିଛନ୍ତି, ଯେଉଁ ପରିବା ଦର କିଛିଦିନ ପୂର୍ବେ କେଜି ପ୍ରତି ୨୦, ୩୦ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୫୦ରୁ ୭୦ ଟଙ୍କା ହୋଇଛି। ବାଇଗଣ ୭୦ରୁ ୮୦ ଦର ପାର କରିଛି। ଝୁଡ଼ଙ୍ଗ ୬୦, କଲରା ୬୦ଟପିଛି। ଚାଷୀ ନଟବର ଗିରି କହିଛନ୍ତି, ବିଗତ ବର୍ଷ ବି ଏମିତି କ୍ଷତି ହୋଇଥିଲା। ଗଲା ଡିସେମ୍ୱର ମାସ ଶେଷ ସପ୍ତାହରେ ଅଦିନିଆ ଲଗାଣ ବର୍ଷା ପରକୁ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଘନ କୁହୁଡି ପିଆଜ, ଫୁଲକୋବି, ବାଇଗଣ, କାକୁଡି ସମେତ ବିଭିନ୍ନ ପନିପରିବା ଚାଷକୁ କ୍ଷତିଗ୍ରସ୍ତ କରିଥିଲା। ତେଣୁ ଦଇବ ଯେଉଁଭଳି ଦାଉ ସାଧୁଛ. ଚାଷ ଆଉ କରିହେବନି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର