ୟୁଜି ଓ ପିଜିକୁ ନେଇ ବଡ଼ ଘୋଷଣା: ଜୁଲାଇ କିମ୍ବା ଅଗଷ୍ଟ ମାସ ସୁଦ୍ଧା ଅନଲାଇନରେ ହେବ ଫାଇନାଲ୍ ସେମିଷ୍ଟାର ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର)କୁ ନେଇ ବଡ଼ ଘୋଷଣା ହୋଇଛି । ଚଳିତ ବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମାସ ସୁଦ୍ଧା ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ତାରିଖ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଚର ଅରୁଣ ସାହୁ । ଏହି ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ବାକି କିମ୍ବା ବ୍ୟାକ୍ ପେପର […]

ଭୁବନେଶ୍ୱର: ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର)କୁ ନେଇ ବଡ଼ ଘୋଷଣା ହୋଇଛି । ଚଳିତ ବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମାସ ସୁଦ୍ଧା ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ତାରିଖ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଚର ଅରୁଣ ସାହୁ । ଏହି ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ବାକି କିମ୍ବା ବ୍ୟାକ୍ ପେପର ଥିଲେ ସେହି ପରୀକ୍ଷା ମଧ୍ୟ ଅନଲାଇରେ କରାଯିବ । ଜୁଲାଇ-ଅଗଷ୍ଟରେ ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍ ବିରୋଧୀ ପଦଯାତ୍ରାରେ ସାମିଲ ହେଲା ବିଜେଡି, ପ୍ଲା-କାର୍ଡ ଧରି ନାରାବାଜି କରିବା ସହ ପ୍ରତିବାଦ କଲେ ସାଂସଦ

ଛାତ୍ରଛାତ୍ରୀମାନେ ଘରୁ (ସୁବିଧା ଥିଲେ) କିମ୍ବା ନିକଟସ୍ଥ ଡିଗ୍ରୀ କଲେଜକୁ ଯାଇ ଅନଲାଇନ ମୋଡରେ ପରୀକ୍ଷା ଦେଇପାରିବେ । ଅନଲାଇନ ପରୀକ୍ଷା କେମିତି ହେବ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଚାଳିକ ମହାବିଦ୍ୟାଳୟଗୁଡ଼ିକ ନିଷ୍ପତ୍ତି ନେବେ । ଏହା କେବଳ ଯୁକ୍ତ ତିନି ଓ ସ୍ନାତ୍ତକ ଶେଷ ସେମିଷ୍ଟାର ପାଇଁ ଉଦ୍ଦିଷ୍ଟ ।

ଆହୁରି ପଢ଼ନ୍ତୁ: ପଲୁଖୋଳା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ! ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ସେହିପରି ଯୁକ୍ତ ତିନି ପ୍ରଥମ ଓ ଦ୍ୱିତୀୟ ବର୍ଷ ସେମିଷ୍ଟାର ଏବଂ ସ୍ନାତ୍ତକ ପରୀକ୍ଷାର ପ୍ରଥମ ବର୍ଷ ସେମିଷ୍ଟାର ପରୀକ୍ଷା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଅଗଷ୍ଟ ଓ ସେପ୍ଟେମ୍ବର ମାସ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ।

ଆହୁରି ପଢ଼ନ୍ତୁ: ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ; ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର