ବନ୍ଧାହେଲେ ‘ମୋ ବସ୍‌’ରେ ଚୋରି କରୁଥିବା ଲୁଟେରା; ମୋବାଇଲ୍ ଫୋନ୍, ଲ୍ୟାପଟପ୍ ଓ ମନିପର୍ସ ଜବତ

The Sakala Picture
Published On

ଭୁବନେଶ୍ୱର: ଗତ କିଛିଦିନ ହେଲା ମୋ ବସରେ ଯାତ୍ରୀଙ୍କ ମୋବାଇଲ, ପର୍ସ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଏନେଇ ସହୀଦ ନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ସିଂ, ଗଣେଶ ପ୍ରଧାନଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି। ଏହି ଚୋରି ଗ୍ୟାଙ୍ଗର ଏହି ଦୁଇ ଜଣ ଲିଡ଼ର ଥିଲେ। ଏମାନଙ୍କ ସହ ୬ ରୁ ଜଣ ସାମିଲ ଅଛନ୍ତି। ଏହି ଗ୍ୟାଙ୍ଗ ବିଶେଷ କରି ଯାତ୍ରୀଙ୍କୁ ଭିଡରେ ଅଟକେଇବା ବେଳେ […]

ଭୁବନେଶ୍ୱର: ଗତ କିଛିଦିନ ହେଲା ମୋ ବସରେ ଯାତ୍ରୀଙ୍କ ମୋବାଇଲ, ପର୍ସ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଏନେଇ ସହୀଦ ନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ସିଂ, ଗଣେଶ ପ୍ରଧାନଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି। ଏହି ଚୋରି ଗ୍ୟାଙ୍ଗର ଏହି ଦୁଇ ଜଣ ଲିଡ଼ର ଥିଲେ। ଏମାନଙ୍କ ସହ ୬ ରୁ ଜଣ ସାମିଲ ଅଛନ୍ତି। ଏହି ଗ୍ୟାଙ୍ଗ ବିଶେଷ କରି ଯାତ୍ରୀଙ୍କୁ ଭିଡରେ ଅଟକେଇବା ବେଳେ ପକେଟରୁ ମୋବାଇଲ ଓ ପର୍ସ ଚୋରି କରୁଥିଲେ। ମୋ ବସ ସହ ବିଭିନ୍ନ ଘରେ ପଶିକି ମଧ ଚୋରି କରୁଥିଲେ । ବିଶେଷ କରି ସକାଳୁ କେହି ଯଦି ମର୍ନିଂ ୱାର୍କରେ ଯାଉଛନ୍ତି ତେବେ ଏହି ଗ୍ୟାଙ୍ଗର ମହିଳା ମାନେ ନିଜ ଛୋଟ ପିଲାକୁ ନେଇ ବିଭିନ୍ନ ଘରକୁ ପଶି ଚୋରି କରୁଛନ୍ତି। ଏହାସହ ଗହଳି ଓ ଭିଡ଼ ଜାଗାରେ ଚୋରି କରୁଛନ୍ତି। ଖାଲି ସ୍ଥାନ ଓ ସ୍କୁଲରେ ଏହି ଗ୍ୟାଙ୍ଗ ରାତିରେ ରୁହନ୍ତି। ତେବେ ପୋଲିସ ଏହି ଗ୍ୟାଙ୍ଗ ଠାରୁ ୧୫ ଟି ମୋବାଇଲ ଜବତ କରିଛି, ଏହା ସହ ଲ୍ୟାପଟପ୍ ଓ ଗୋଟିଏ ସୁନା କାନଫୁଲ ମଧ୍ୟ ମିଳିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ମଧ୍ୟ ଚୋରି କରିଥିଲା ଏହି ଗ୍ୟାଙ୍ଗ। ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ସିଂ, ଗଣେଶ ପ୍ରଧାନ ମହିଳା ଓ ଛୋଟ ପିଲାକୁ ବ୍ୟବହାର କରି ଚୋରି କରୁଥିଲେ। ଜୟଦେବ ବିହାରରୁ ପଟିଆ ଓ ବରମୁଣ୍ଡାରୁ ରସୁଲଗଡ଼ ରୁଟରେ ଏମାନେ ଚୋରି କରୁଥିଲେ। ବିଭିନ୍ନ ସ୍ଥାନରେ ବୁଲି ପାର୍ବଣ ଋତୁରେ ଏମାନେ ଚୋରି କରୁଛନ୍ତି। ସମସ୍ତ ଥାନାକୁ ଆକ୍ଟିଭ କରାଯାଇଛି, ସମସ୍ତ ଥାନା ଆର୍ଲର୍ଟ ଅଛି, ପେଟ୍ରୋଲିଂ କରାଯାଉଛି। ସମସ୍ତ ଦୋକାନ, ସପିଙ୍ଗ ମଲ, ସୁନା ଦୋକାନ ଓ ଗହଳି ସ୍ଥାନ ଉପରେ ପୋଲିସ ନଜର ରଖିଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର