ସରକାର ଓ ଜନତାଙ୍କ ମଧ୍ୟରେ ଯୋଗସୂତ୍ରର ପ୍ରମୁଖ ମାଧ୍ୟମ ଟ୍ୱିଟର୍‍

The Sakala Picture
Published On

ଭୁବନେଶ୍ୱର : କିଛି ଦିନ ତଳେ ଭୁବନେଶ୍ୱରରେ ଏକ କୁକୁର ମୁହଁରେ ଏକ ପ୍ଲାଷ୍ଟିକ୍‍ ଡବା ଫସି ଯାଇଥିଲା। ଚାରି ପାଞ୍ଚ ଦିନ ଧରି କୁକୁରଟି ଯାତନା ଭୋଗୁଥିଲା। ତେବେ ଜଣେ ସହୃଦୟ ଯୁବକ ଏହାର ଫଟୋ ଉଠାଇ ଟ୍ୱିଟର୍‍ରେ ବିଏମ୍‍ସିକୁ ସୂଚନା ଦେବାର କିଛି ସମୟ ମଧ୍ୟରେ ଉଦ୍ଧାରକାରୀ ଦଳ କୁକୁରକୁ ଠାବ କରି ପ୍ଲାଷ୍ଟିକ୍‍ ଡବାରୁ ତାକୁ ମୁକ୍ତି ଦେଇଥିଲେ। ସେହିପରି ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ରାସନ କାର୍ଡ […]

ଭୁବନେଶ୍ୱର : କିଛି ଦିନ ତଳେ ଭୁବନେଶ୍ୱରରେ ଏକ କୁକୁର ମୁହଁରେ ଏକ ପ୍ଲାଷ୍ଟିକ୍‍ ଡବା ଫସି ଯାଇଥିଲା। ଚାରି ପାଞ୍ଚ ଦିନ ଧରି କୁକୁରଟି ଯାତନା ଭୋଗୁଥିଲା। ତେବେ ଜଣେ ସହୃଦୟ ଯୁବକ ଏହାର ଫଟୋ ଉଠାଇ ଟ୍ୱିଟର୍‍ରେ ବିଏମ୍‍ସିକୁ ସୂଚନା ଦେବାର କିଛି ସମୟ ମଧ୍ୟରେ ଉଦ୍ଧାରକାରୀ ଦଳ କୁକୁରକୁ ଠାବ କରି ପ୍ଲାଷ୍ଟିକ୍‍ ଡବାରୁ ତାକୁ ମୁକ୍ତି ଦେଇଥିଲେ। ସେହିପରି ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଟ୍ୱିଟର୍‍ ଜରିଆରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ସେବା ସମ୍ପର୍କିତ କିମ୍ବା ଅନ୍ୟ କୌଣସି ସମସ୍ୟା ନେଇ ଅଭିଯୋଗ କରିବା ନିମନ୍ତେ ଅନେକ ମାଧ୍ୟମ ରହିଛି। ତେବେ ସବୁଠାରୁ ଆଗରେ ରହିଛି ଟ୍ୱିଟର୍‍। ଯେ କୌଣସି ପ୍ରସଙ୍ଗ ହେଉ ଅବା ସମସ୍ୟା ସମ୍ପୃକ୍ତ ବିଭାଗ ଅବା ଅଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ଏହି ସାମାଜିକ ଗଣମାଧ୍ୟମ ବେଶ୍‍ ଉପଯୋଗୀ ହେଉଛି।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍ ବିରୋଧୀ ପଦଯାତ୍ରାରେ ସାମିଲ ହେଲା ବିଜେଡି, ପ୍ଲା-କାର୍ଡ ଧରି ନାରାବାଜି କରିବା ସହ ପ୍ରତିବାଦ କଲେ ସାଂସଦ

ରାଜ୍ୟରେ ବହୁତ କମ୍‍ ସଂଖ୍ୟକ ଲୋକ ଟ୍ୱିଟର୍‍ ବ୍ୟବହାର କରୁଥିଲେ ସୁଦ୍ଧା ଏହା ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଲୋକଙ୍କ ସଂଖ୍ୟା କିଛି କମ୍‍ ନୁହେଁ। ଗତ କିଛି ବର୍ଷ ହେଲା ଟ୍ୱିଟର୍‍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ଏହାର ବହୁଳ ବ୍ୟବହାର ଆଦୌ ନାହିଁ। ତଥାପି ଏହା ସରକାର ଓ ନାଗରିକଙ୍କ ମଧ୍ୟରେ ଯୋଗସୂତ୍ରରୁ ପ୍ରମୁଖ ମାଧ୍ୟମ ହୋଇପାରିଛି। ଚାରି ପାଞ୍ଚ ବର୍ଷ ହେଲା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, ଅନୁ ବିଭାଗ, ଅନୁଷ୍ଠାନ ଓ ସେବା ପ୍ରଦାନକାରୀ ସଂସ୍ଥା ଟ୍ୱିଟର୍‍ରେ ସକ୍ରିୟ ଅଛନ୍ତି। ତେବେ ଗତବର୍ଷ କୋଭିଡ୍‍ ମହାମାରୀ ଆରମ୍ଭ ହେବା ପରେ ଜନସାଧାରଣ ଓ ଗଣାମଧ୍ୟମକୁ ସରକାରୀ ସୂଚନା ପହଞ୍ଚାଇବା ଦିଗରେ ଟ୍ୱିଟର୍‍ ଆଗୁଆ ରହିଛି। ଦୈନିକ କୋଭିଡ୍‍ ସଂକ୍ରମଣ, ସୁସ୍ଥ ଓ ମୃତ୍ୟୁ ସମ୍ପର୍କିତ ସୂଚନା ସହିତ ଟିକାକରଣ ସମ୍ପର୍କରେ ସୂଚନା ଟ୍ୱିଟର୍‍ ଜରିଆରେ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଟ୍ୱିଟର୍‍ ପ୍ରତି ଲୋକଙ୍କ ଆକର୍ଷଣ ବଢ଼଼ିଛି। ତେବେ ଟ୍ୱିଟର୍‍ର ବର୍ଦ୍ଧିତ ବ୍ୟବହାର ଜନସାଧାରଣଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ପ୍ରୋତ୍ସାହିତ କରୁଛି। ଲୋକେ ସିଧାଳସଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସହିତ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବାର ସୁଯୋଗ ପାଉଛନ୍ତି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

ଆଇନ୍‍ ଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଗମନା ଗମନ, ଖାଦ୍ୟ ସୁରକ୍ଷା, ପୌର ସେବା, ଜଳ ଯୋଗାଣ ସହିତ ସବୁ ପ୍ରକାର ଆପତ୍ତି ଅଭିଯୋଗ ତଥା ସମସ୍ୟା ଟ୍ୱିଟର୍‍ ଜରିଆରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି। ସରକାରୀ ବିଭାଗଙ୍କର ଟ୍ୱିଟର୍‍ ଆକାଉଣ୍ଟ ପରିଚାଳନା ପାଇଁ ମାନବସମ୍ବଳ ମୁତୟନ ହୋଇଛନ୍ତି। କୌଣସି ସମୟରେ ଲୋକଙ୍କ ସମସ୍ୟା ପହଞ୍ଚିଲେ ତାହା ତୁରନ୍ତ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଉଛି। କେବଳ ଏତିକି ନୁହେଁ କ’ଣ ପଦକ୍ଷେପ ନିଆଗଲା ତାହା ମଧ୍ୟ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଯେଉଁଠି ସାଧାରଣ ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସମ୍ଭବ ହେଉ ନଥିଲା ଆଜି ସେଠି କିଛି ମୂହୁର୍ତ୍ତରେ ଜିଲ୍ଲାପାଳଙ୍କୁ ସିଧାସଳଖ ଅଭିଯୋଗ କରାଯାଇ ପାରୁଛି। ଜିଲ୍ଲାପାଳ କିମ୍ବା ସମ୍ପୃକ୍ତ ବିଭାଗର ମୁଖ୍ୟ ଟ୍ୱିଟରରେ  ତୁରନ୍ତ ଏହାର ଜବାବ୍‍ ମଧ୍ୟ ଦେଉଛନ୍ତି। ତ୍ୱରୀତ ଓ ସ୍ୱଚ୍ଛ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ‘୫-ଟି’ କାର୍ଯ୍ୟାନ୍ୱୟନ କରିଥିବା ବେଳେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସରକାରଙ୍କ ସହ ଯୋଡିବା ଦିଗରେ ଟ୍ୱିଟର୍‍ ବେଶ୍‍ ଉପାଦେୟ ହେଉଥିବା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଉମରକୋଟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କୁ ଛୁରାମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର