ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ, ଏନଟିପିସିର ଅଧ୍ୟକ୍ଷ-ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

The Sakala Picture
Published On

ଭୁବନେଶ୍ବର : ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ୍ । ଏନେଇ ନୀତିଗତ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ନୂଆ ୟୁନିଟ୍ ବାବଦରେ ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଖୁବଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ଏକ ବୈଠକ ବସିବ । ଏଥିରେ ନୂଆ ୟୁନିଟ୍ ପ୍ରତିଷ୍ଠା ସହ ସ୍ଥାନୀୟ ଲୋକମାନଙ୍କର […]

ଭୁବନେଶ୍ବର : ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ୍ । ଏନେଇ ନୀତିଗତ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ନୂଆ ୟୁନିଟ୍ ବାବଦରେ ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଖୁବଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ଏକ ବୈଠକ ବସିବ । ଏଥିରେ ନୂଆ ୟୁନିଟ୍ ପ୍ରତିଷ୍ଠା ସହ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଓ ଅସୁବିଧା ଆଦି ବିଷୟରେ ଆଲୋଚନା ହୋଇଥିଲା।

ଆହୁରି ପଢ଼ନ୍ତୁ: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

ଆଲୋଚନା ‌ପରେ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ, ତାଳଚେରରେ ଟିଟିପିଏସର ନୂଆ ୟୁନିଟ ପ୍ରତିଷ୍ଠା ବିଷୟରେ ନୀତିଗତ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ନୂଆ ୟୁନିଟ ପ୍ରତିଷ୍ଠା ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋଗର ଆଶୁ ସମାଧାନ ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ। ଏହି ମିଳିତ କାର୍ଯ୍ୟଯୋଜନା ତ୍ବରାନ୍ବିତ କାର୍ଯ୍ୟାନ୍ବୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp