୫ଜି ଯୁଗରେ ଗଛ ଭରସା, କଥା ହେବାର ଅଛି ତ ଗଛରେ ଚଢ

The Sakala Picture
Published On

କୋରୁକୋଣ୍ଡା : ପାହାଡ ଶିଖରର ଗଛ ପାଲଟିଛି ମୋବାଇଲ ଟାୱାର, ଜୀବନକୁ ବାଜି ଲଗାଇ ଗଛରେ ଚଢି ମୋବାଇଲରେ କଥା ହେବା ସହ ନେଟ୍‌ ସୁବିଧା ପାଉଛନ୍ତି ଲୋକେ । ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅନେକ ଗ୍ରାମରେ ଦେଖିବାକୁ ମିଳିଛିା ବିଶେଷ କରି ନାକାମାମୁଡି ଗ୍ରାମ ପଞ୍ଚାୟତର ବାୟାଗୁଡା, ଜଲାଗୁଡା, ବାଟାଗୁଡା, ଗଙ୍ଗାପଡା, ସୁରିପଡା, ବଡଆଖିଆଗୁଡା ଏହି ସବୁ ଗ୍ରାମ ଗୁଡିକରେ ନା ଅଛି […]

କୋରୁକୋଣ୍ଡା : ପାହାଡ ଶିଖରର ଗଛ ପାଲଟିଛି ମୋବାଇଲ ଟାୱାର, ଜୀବନକୁ ବାଜି ଲଗାଇ ଗଛରେ ଚଢି ମୋବାଇଲରେ କଥା ହେବା ସହ ନେଟ୍‌ ସୁବିଧା ପାଉଛନ୍ତି ଲୋକେ । ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅନେକ ଗ୍ରାମରେ ଦେଖିବାକୁ ମିଳିଛିା ବିଶେଷ କରି ନାକାମାମୁଡି ଗ୍ରାମ ପଞ୍ଚାୟତର ବାୟାଗୁଡା, ଜଲାଗୁଡା, ବାଟାଗୁଡା, ଗଙ୍ଗାପଡା, ସୁରିପଡା, ବଡଆଖିଆଗୁଡା ଏହି ସବୁ ଗ୍ରାମ ଗୁଡିକରେ ନା ଅଛି ଗମନାଗମନର ସୁବିଧା, ନା ସେଠାକାର ଲୋକମାନେ ପାଇ ପାରୁଛନ୍ତି ମୋବାଇଲ ସେବା।

ଆହୁରି ପଢ଼ନ୍ତୁ: ମେଟ୍ରୋ ପ୍ରକଳ୍ପ ବାତିଲ୍‌‌ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ

ବିଶେଷ କରି ଏହି ଅଞ୍ଚଳରେ ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିବା ହେତୁ ତାଙ୍କ ସମ୍ପର୍କୀୟ ମାନେ ପଦେ ତାଙ୍କ ସହିତ କଥା ହେବା ପାଇଁ ଅନେକ ସମୟରେ ଜୀବନକୁ ବାଜି ଲଗାଇ ଏହି ଗଛ ଉପରେ ବିପଦ ସଂକୁଳ ଅବସ୍ଥାରେ ଚଢି ମୋବାଇଲରେ କଥାବାର୍ତା ହେଉଛନ୍ତିା ଲୋକଙ୍କ ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଇବା ସହ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର କଥା କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି କଥା କେବଳ କଥାରେ ରହି ଯାଇଛି । ତୁରନ୍ତ ଏହି ଅଞ୍ଚଳରେ ଏକ ମୋବାଇଲ ଟାୱାର ଯୋଗାଇ ଦେବା ନିମନ୍ତେ ଅଂଚଳବାସୀ ଦାବି କରିଛନ୍ତିା ଏ ସମ୍ପର୍କରେ କୋରୁକୋଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ନାକାମାମୁଡି ଅଞ୍ଚଳରେ ମୋବାଇଲ ଟାୱାର ବସାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛିା ତେବେ ଏହି ପଞ୍ଚାୟତର ଜନସଂଖ୍ୟାକୁ ଆଧାର କରି ମୋବାଇଲ ଟାୱାର ସ୍ଥାପନ କରାଯିବ । ତେଣୁ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳକୁ ଚିହ୍ନଟ କରାଯାଇ ମୋବାଇଲ ଟାୱାର ଯଥାଶୀଘ୍ର ସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁଣି ଖୋଲିଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର: ଦ୍ୱିତୀୟ ପର୍ଯ୍ୟାୟ ଗଣତିର ଆଜି ତୃତୀୟ ଦିନ

07 Nov 2021 By The Sakala

୫ଜି ଯୁଗରେ ଗଛ ଭରସା, କଥା ହେବାର ଅଛି ତ ଗଛରେ ଚଢ

କୋରୁକୋଣ୍ଡା : ପାହାଡ ଶିଖରର ଗଛ ପାଲଟିଛି ମୋବାଇଲ ଟାୱାର, ଜୀବନକୁ ବାଜି ଲଗାଇ ଗଛରେ ଚଢି ମୋବାଇଲରେ କଥା ହେବା ସହ ନେଟ୍‌ ସୁବିଧା ପାଉଛନ୍ତି ଲୋକେ । ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅନେକ ଗ୍ରାମରେ ଦେଖିବାକୁ ମିଳିଛିା ବିଶେଷ କରି ନାକାମାମୁଡି ଗ୍ରାମ ପଞ୍ଚାୟତର ବାୟାଗୁଡା, ଜଲାଗୁଡା, ବାଟାଗୁଡା, ଗଙ୍ଗାପଡା, ସୁରିପଡା, ବଡଆଖିଆଗୁଡା ଏହି ସବୁ ଗ୍ରାମ ଗୁଡିକରେ ନା ଅଛି ଗମନାଗମନର ସୁବିଧା, ନା ସେଠାକାର ଲୋକମାନେ ପାଇ ପାରୁଛନ୍ତି ମୋବାଇଲ ସେବା।

ବିଶେଷ କରି ଏହି ଅଞ୍ଚଳରେ ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିବା ହେତୁ ତାଙ୍କ ସମ୍ପର୍କୀୟ ମାନେ ପଦେ ତାଙ୍କ ସହିତ କଥା ହେବା ପାଇଁ ଅନେକ ସମୟରେ ଜୀବନକୁ ବାଜି ଲଗାଇ ଏହି ଗଛ ଉପରେ ବିପଦ ସଂକୁଳ ଅବସ୍ଥାରେ ଚଢି ମୋବାଇଲରେ କଥାବାର୍ତା ହେଉଛନ୍ତିା ଲୋକଙ୍କ ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଇବା ସହ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର କଥା କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି କଥା କେବଳ କଥାରେ ରହି ଯାଇଛି । ତୁରନ୍ତ ଏହି ଅଞ୍ଚଳରେ ଏକ ମୋବାଇଲ ଟାୱାର ଯୋଗାଇ ଦେବା ନିମନ୍ତେ ଅଂଚଳବାସୀ ଦାବି କରିଛନ୍ତିା ଏ ସମ୍ପର୍କରେ କୋରୁକୋଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ନାକାମାମୁଡି ଅଞ୍ଚଳରେ ମୋବାଇଲ ଟାୱାର ବସାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛିା ତେବେ ଏହି ପଞ୍ଚାୟତର ଜନସଂଖ୍ୟାକୁ ଆଧାର କରି ମୋବାଇଲ ଟାୱାର ସ୍ଥାପନ କରାଯିବ । ତେଣୁ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳକୁ ଚିହ୍ନଟ କରାଯାଇ ମୋବାଇଲ ଟାୱାର ଯଥାଶୀଘ୍ର ସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର