ଅପରାଧୀକୁ ଧରିବାର ପ୍ରଶିକ୍ଷଣ ନେବେ ଟ୍ରାଫିକ୍‌ ପୁଲିସ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଚୋରି ଗାଡ଼ିରେ ଅନେକ ସମୟରେ ଅପରାଧିକ କାର୍ଯ୍ୟକଳାପ ଘଟୁଛି। ଏମିତିକି ହତ୍ୟାକରି ଗାଡ଼ି ଚୋରି କରି ଏଥିରେ ବ୍ୟବହାର କରୁଛନ୍ତି। ସେହିପରି ଛିନ୍‍ତାଇ, ଲୁଟ୍‍ପାଟ୍‍, ରାହାଜାନୀ ଆଦିରେ ଚୋରି ବାଇକ୍‍ ବ୍ୟବହାର କରାଯାଉଛି। ବିଭିନ୍ନ ସହରେ ଲାଗିଥିବା ସିସିଟିଭି ଚିହ୍ନଟ କରାଯାଉଛି। ଉକ୍ତ ନମ୍ବରକୁ ଆଧାର କରି ଇ-ଚାଲାଣ ପଠାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଗାଡ଼ିଟି ଚୋରା ଗାଡ଼ି ବୋଲି ଜଣାପଡ଼ିବା ପରେ ଅଭିଯୁକ୍ତ ସହଜରେ ଖସିଯାଉଛି। ଚୋରି ବାଇକ୍‌ରେ ହେଉଥିବା […]

ଭୁବନେଶ୍ୱର : ରାଜଧାନୀରେ ଚୋରି ଗାଡ଼ିରେ ଅନେକ ସମୟରେ ଅପରାଧିକ କାର୍ଯ୍ୟକଳାପ ଘଟୁଛି। ଏମିତିକି ହତ୍ୟାକରି ଗାଡ଼ି ଚୋରି କରି ଏଥିରେ ବ୍ୟବହାର କରୁଛନ୍ତି। ସେହିପରି ଛିନ୍‍ତାଇ, ଲୁଟ୍‍ପାଟ୍‍, ରାହାଜାନୀ ଆଦିରେ ଚୋରି ବାଇକ୍‍ ବ୍ୟବହାର କରାଯାଉଛି। ବିଭିନ୍ନ ସହରେ ଲାଗିଥିବା ସିସିଟିଭି ଚିହ୍ନଟ କରାଯାଉଛି। ଉକ୍ତ ନମ୍ବରକୁ ଆଧାର କରି ଇ-ଚାଲାଣ ପଠାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଗାଡ଼ିଟି ଚୋରା ଗାଡ଼ି ବୋଲି ଜଣାପଡ଼ିବା ପରେ ଅଭିଯୁକ୍ତ ସହଜରେ ଖସିଯାଉଛି। ଚୋରି ବାଇକ୍‌ରେ ହେଉଥିବା ଅପରାଧ ରୋକିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୫ ଟ୍ରାଫିକ ଅଧିକାରୀଙ୍କୁ ଏ ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ସେହିପରି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଗାଡ଼ିଗୁଡିକ ବିଷୟରେ ତଥ୍ୟ ଦେବା ପାଇଁ ପିସିଆର୍‍ଗୁଡିକୁ କୁହାଯାଇଛି। କମିସନରେଟ ପୁଲିସ ସହରାଞ୍ଚଳର୨୯ଟି ପିସିଆର କର୍ମଚାରୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ପିସିଆର୍‍ କର୍ମଚାରୀମାନେ ଏଭଳି ଗାଡ଼ିନମ୍ବରକୁ ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‍କୁ ଅବଗତ କରୁଛନ୍ତି। ଏହାପରେ ଟ୍ରାଫିକ କର୍ମଚାରୀଙ୍କ ସମନ୍ୱୟରେ ଗାଡ଼ିଗୁଡିକୁ ଚିହ୍ନଟ କରାଯାଉଛି।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ସନ୍ଦେହଜନକ ଅବସ୍ଥାରେ ଚଳାଚଳ କରୁଥିବା ଗାଡ଼ିଗୁଡିକର ଚାଲାଣ କାଟିବା ଲାଗି କମିସନରେଟ ପୁଲିସ ଏକ ନୂଆ ଆପ୍ଲିକେସନ ଆରମ୍ଭ କରିଛି। ଏହି ଆପ୍ଲିକେସନକୁ ବାହନ ଆପ୍‍ରେ ସଂଯୋଗ କରିବା ଲାଗି କମିସନରେଟ ପୁଲିସ ପକ୍ଷରୁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ବାହନ ଆପ୍‍ରେ ଏହି ସ୍ୱତନ୍ତ୍ର ଆପ୍ଲିକେସନ ସଂଯୋଗ ହେବା ପରେ ଘଟଣାସ୍ଥଳରୁ ହିଁ ଗାଡ଼ିର ବିଷୟରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୁଲିସ ଆଶା ରଖିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରରେ ଡିଜି ପାହ୍ୟା ପଦବୀ ପାଇଁ ଓଡ଼ିଶା କ୍ୟାଡରର ୨ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍ ମନୋନୀତ

16 Mar 2021 By The Sakala

ଅପରାଧୀକୁ ଧରିବାର ପ୍ରଶିକ୍ଷଣ ନେବେ ଟ୍ରାଫିକ୍‌ ପୁଲିସ

ଭୁବନେଶ୍ୱର : ରାଜଧାନୀରେ ଚୋରି ଗାଡ଼ିରେ ଅନେକ ସମୟରେ ଅପରାଧିକ କାର୍ଯ୍ୟକଳାପ ଘଟୁଛି। ଏମିତିକି ହତ୍ୟାକରି ଗାଡ଼ି ଚୋରି କରି ଏଥିରେ ବ୍ୟବହାର କରୁଛନ୍ତି। ସେହିପରି ଛିନ୍‍ତାଇ, ଲୁଟ୍‍ପାଟ୍‍, ରାହାଜାନୀ ଆଦିରେ ଚୋରି ବାଇକ୍‍ ବ୍ୟବହାର କରାଯାଉଛି। ବିଭିନ୍ନ ସହରେ ଲାଗିଥିବା ସିସିଟିଭି ଚିହ୍ନଟ କରାଯାଉଛି। ଉକ୍ତ ନମ୍ବରକୁ ଆଧାର କରି ଇ-ଚାଲାଣ ପଠାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଗାଡ଼ିଟି ଚୋରା ଗାଡ଼ି ବୋଲି ଜଣାପଡ଼ିବା ପରେ ଅଭିଯୁକ୍ତ ସହଜରେ ଖସିଯାଉଛି। ଚୋରି ବାଇକ୍‌ରେ ହେଉଥିବା ଅପରାଧ ରୋକିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୫ ଟ୍ରାଫିକ ଅଧିକାରୀଙ୍କୁ ଏ ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସେହିପରି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଗାଡ଼ିଗୁଡିକ ବିଷୟରେ ତଥ୍ୟ ଦେବା ପାଇଁ ପିସିଆର୍‍ଗୁଡିକୁ କୁହାଯାଇଛି। କମିସନରେଟ ପୁଲିସ ସହରାଞ୍ଚଳର୨୯ଟି ପିସିଆର କର୍ମଚାରୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ପିସିଆର୍‍ କର୍ମଚାରୀମାନେ ଏଭଳି ଗାଡ଼ିନମ୍ବରକୁ ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‍କୁ ଅବଗତ କରୁଛନ୍ତି। ଏହାପରେ ଟ୍ରାଫିକ କର୍ମଚାରୀଙ୍କ ସମନ୍ୱୟରେ ଗାଡ଼ିଗୁଡିକୁ ଚିହ୍ନଟ କରାଯାଉଛି।

ସନ୍ଦେହଜନକ ଅବସ୍ଥାରେ ଚଳାଚଳ କରୁଥିବା ଗାଡ଼ିଗୁଡିକର ଚାଲାଣ କାଟିବା ଲାଗି କମିସନରେଟ ପୁଲିସ ଏକ ନୂଆ ଆପ୍ଲିକେସନ ଆରମ୍ଭ କରିଛି। ଏହି ଆପ୍ଲିକେସନକୁ ବାହନ ଆପ୍‍ରେ ସଂଯୋଗ କରିବା ଲାଗି କମିସନରେଟ ପୁଲିସ ପକ୍ଷରୁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ବାହନ ଆପ୍‍ରେ ଏହି ସ୍ୱତନ୍ତ୍ର ଆପ୍ଲିକେସନ ସଂଯୋଗ ହେବା ପରେ ଘଟଣାସ୍ଥଳରୁ ହିଁ ଗାଡ଼ିର ବିଷୟରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୁଲିସ ଆଶା ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର