ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ରଥଦାଣ୍ଡରେ ଜାରି ହେବ ୧୪୪ ଧାରା

The Sakala Picture
Published On

ଭୁବନେଶ୍ବର : ମଙ୍ଗଳବାର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। କରୋନା ମାହାମାରୀ ମଧ୍ୟରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା  ଅନୁଷ୍ଠିତ ହେବ । ତେବେ ରଥଯାତ୍ରାକୁ ଆଖି ଆଗରେ ରଖି ଆଜି ଟ୍ବିନ ସିଟିର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସର୍ବସାଧାରଣଙ୍କ ଲାଗି କିଛି କଟକଣା ଲାଗୁ କରିଛନ୍ତି। ୨୦୨୦ ମସିହା ରେ ପୁରୀ ରଥଯାତ୍ରା ଭଳି ଏଥର ରୁକୁଣା […]

ଭୁବନେଶ୍ବର : ମଙ୍ଗଳବାର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। କରୋନା ମାହାମାରୀ ମଧ୍ୟରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା  ଅନୁଷ୍ଠିତ ହେବ । ତେବେ ରଥଯାତ୍ରାକୁ ଆଖି ଆଗରେ ରଖି ଆଜି ଟ୍ବିନ ସିଟିର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସର୍ବସାଧାରଣଙ୍କ ଲାଗି କିଛି କଟକଣା ଲାଗୁ କରିଛନ୍ତି। ୨୦୨୦ ମସିହା ରେ ପୁରୀ ରଥଯାତ୍ରା ଭଳି ଏଥର ରୁକୁଣା ରଥ ଯାତ୍ରା ହେବ । ପୁରା ରଥଦାଣ୍ଡରେ ୧୪୪ ଧାରା ଜାରି କରାଯିବ । ଦାଣ୍ଡର ଦୁଇ ପଟେ ଥିବା ଘର ମାନଙ୍କରେ ଛାତ ଉପରେ ମଧ୍ୟ ଲୋକଙ୍କୁ ଦେଖିବାକୁ ଅନୁମତି ଦିଆଯିବ ନାହିଁ । କାଲି ସକାଳ ୧୨ ଟା ରୁ ୧୪୪ ଧାରା ଲାଗୁ ରହିବ ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ର ଧାରା ୨୮(ଓଡ଼ିଶା ଆକ୍ଟ, ୨୦୦୭ର ଧାରା ୮) ଓ କମିସନରେଟ ପୁଲିସ, ଭୁବନେଶ୍ବର ଏବଂ କଟକ (ଟ୍ରାଫିକ ଓ ପବ୍ଲିକ ଅର୍ଡର ନିୟମନ ୨୦୦୮) ଧାରା ୩୬ଅନୁସାରେ କଟକଣା ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ନିର୍ବାଚନ କମିସନଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିଲା ନାହିଁ


କୌଣସି ଯାନବାହାନ ମାଉସୀ ମା’ ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ିଗୁଡ଼କ ମାଉସୀମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ। ରଥ ରୋଡରେ ବାରିକ ସାହି ଗଳି, ମହାରାଣା ସାହି ଗଳି, ଗୋସାଗରେଶ୍ବର ଛକ ଗଳି, ଶୀତଳଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ ଗଳି, ହରଚଣ୍ଡୀ ଛକ ଗଳି, ମୁନା ମେଡିକାଲ ଗଳି, ପୁନାମା ଗେଟ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥ ରୋଡ ସହିତ ସଂଯୋଗୀକରଣ କରାଯାଇଛି, ସେହି ରାସ୍ତା ଦେଇ ଅଥବା ଗଳିରୁ କୌଣସି ଯାନବାହାନ ରଥ ରୋଡରେ ଯିବା ଆସିବା କରିପାରିବେ ନାହିଁ।

ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ। ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ।ଏହି ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀ ଙ୍କଠାରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ର ଧାରା ୯୬ଅନୁସାରେ ୫୦୦ଟଙ୍କା କିମ୍ଭା ସର୍ବାଧିକ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp