ପ୍ରେମ ପାଇଁ ନେଲା ସାଙ୍ଗର ଜୀବନ

The Sakala Picture
Published On

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗଲି ଗାଁ ନିକଟ ଘୋଡାନାଳ ଚେକ୍‌ଡ୍ୟାମ୍‌ ନିକଟ ବାଲିପଟାରେ କଲ୍ୟାଣସିଂହପୁର ପୁଲିସ ଏକ ମୃତଦେହ ଠାବ କରିଛି। ତ୍ରିକୋଣୀୟ ପ୍ରେମକୁ ନେଇ ଏହି ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମୃତ ଯୁବକର ଭାଇଙ୍କ କହିବା ଅନୁଯାୟୀ, ରୁମାନ ବର୍ଗତି ଓ ଉମାକାନ୍ତ କାଣ୍ଡ ଦୁହେଁ ପୂର୍ବରୁ ସାଙ୍ଗସାଥି ହୋଇ ବୁଲାଚଲା କରୁଥିଲେ। ରୁମାନ ବର୍ଗତି ଏକ ଝିଅକୁ ଭଲପାଇ ଆସୁଥିଲା। […]

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗଲି ଗାଁ ନିକଟ ଘୋଡାନାଳ ଚେକ୍‌ଡ୍ୟାମ୍‌ ନିକଟ ବାଲିପଟାରେ କଲ୍ୟାଣସିଂହପୁର ପୁଲିସ ଏକ ମୃତଦେହ ଠାବ କରିଛି। ତ୍ରିକୋଣୀୟ ପ୍ରେମକୁ ନେଇ ଏହି ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମୃତ ଯୁବକର ଭାଇଙ୍କ କହିବା ଅନୁଯାୟୀ, ରୁମାନ ବର୍ଗତି ଓ ଉମାକାନ୍ତ କାଣ୍ଡ ଦୁହେଁ ପୂର୍ବରୁ ସାଙ୍ଗସାଥି ହୋଇ ବୁଲାଚଲା କରୁଥିଲେ। ରୁମାନ ବର୍ଗତି ଏକ ଝିଅକୁ ଭଲପାଇ ଆସୁଥିଲା। ଉକ୍ତଝିଅ  ଉମାକାନ୍ତ ସହ କଥା ହେଉଥିବା ଦେଖି ରୁମାନ ସେଇ ଝିଅକୁ ମାରପିଟ୍‌ କରିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର କିଛି ପ୍ରସ୍ତାବ ଦେଇଛନ୍ତି କି? କ୍ରୀଡ଼ା ମନ୍ତ୍ରୀଙ୍କୁ ମାନସ ମଙ୍ଗରାଜଙ୍କ ପ୍ରଶ୍ନ...

ଉମାକାନ୍ତ ସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହ କରି ଉମାକାନ୍ତକୁ କେମିତି ରାସ୍ତାରୁ ହଟାଇବ ସେ ଚିନ୍ତା କରିଥିଲା। ଗତ ମେ ମାସ ୨ତାରିଖରେ ରୁମାନ ନିଜ ନାନୀଘର ରାୟଗଡାକୁ ଆସି ଏକ ଷଡଯନ୍ତ୍ର କରି ଉମାକାନ୍ତକୁ ରାୟଗଡାକୁ ଆସିବାକୁ ଫୋନ କରିଥିଲା। ଏହା ପୂର୍ବରୁ ରୁମାନ ଚାନ୍ଦିଲି ଗାଁର  ନିଜ ବଡମା ପୁଅ ପ୍ରଶାନ୍ତ ବର୍ଗତି ଓ  ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ପ୍ରସ୍ତୁତକରି ଉମାକାନ୍ତକୁ ହତ୍ୟା କରିବାର ଯୋଜନା ରଚିଥିଲା। ପ୍ରେମିକାକୁ ନିଜର କରିବା ପାଇଁ ସାଙ୍ଗକୁ ଅତ୍ୟାଧିକ ମଦ ପିଆଇ ବେହୋସ କରିବା ପରେ ତଣ୍ଟିଚିପି ହତ୍ୟା କରିଥିଲା।

ଆହୁରି ପଢ଼ନ୍ତୁ: କ୍ୟାମ୍ପ ଭିତରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp