ରାତି ପାହିଲେ ପ୍ରଥମାଷ୍ଟମୀ: ଶ୍ରୀମନ୍ଦିରରେ ପଢୁଆଁ ହେବେ ମହାପ୍ରଭୁ, ମାମୁଁ ଘରୁ ଭଣଜା ପାଇଁ ଆସିଲା ନବବସ୍ତ୍ର ଓ ଅଷ୍ଟମୀ ଭାର

The Sakala Picture
Published On

ପୁରୀ : ରାତି ପାହିଲେ ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥି ପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢ଼ୁଆଁ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର ,ଲାଗି ହେବ ସୂତନ୍ତ୍ର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର। ଏଣୁ ଭଜଣାକୁ ପ୍ରଥମାଷ୍ଟମୀରେ […]

ପୁରୀ : ରାତି ପାହିଲେ ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥି ପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢ଼ୁଆଁ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର ,ଲାଗି ହେବ ସୂତନ୍ତ୍ର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର। ଏଣୁ ଭଜଣାକୁ ପ୍ରଥମାଷ୍ଟମୀରେ ପଢୁଆଁ କରିବାକୁ ମାମୁଁ ଘରୁ ପୁରୀରେ ପହଞ୍ଚିଛି ଅଷ୍ଟମୀ ଭାର।

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ଅଷ୍ଟମୀରେ ଏସବୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହେବ ଏବଂ ମାମୁଁ ଘରୁ ଯାଇଥିବା ନୂଆ ବସ୍ତ୍ର ପିନ୍ଧିବେ ମହାପ୍ରଭୁ।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ଗାଁ ଲୋକେ ଆଜି ଅପରାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଯାଇଥିଲେ। ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ପାଇକ ନୃତ୍ୟ, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ କମ୍ପିଥିଲା ବଡ଼ଦାଣ୍ଡ । ଏହି ପୋଢୁଆଁ ଭାରକୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଥିଲା। କୁହାଯାଉଛି ୧୨୨୬ ଗ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ଶାସନ କାଳରୁ ମହାପ୍ରଭୁଙ୍କ ପାଇଁ ନିଆଳି ମାଧବ ମନ୍ଦିରରୁ ଭାର ଆସୁଥିଲା। କିନ୍ତୁ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା । କିନ୍ତୁ ଗତ ଦୁଈ ବର୍ଷ ହେଲା ଶ୍ରୀମାଧବନନ୍ଦଜୀଉ ମନ୍ଦିର ପ୍ରଶାସନ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ବୁଡିଯାଉଥିବା ପରମ୍ପରାକୁ ପୁନଃ ପ୍ରଚଳନ ଉଦ୍ୟମ ଆରମ୍ବ ହୋଇଛି । ଶ୍ରୀଜୀୟୁମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର ବିଭିନ୍ନ ଫଳମୂଳ ,ତୁଳସୀ ,ପଦ୍ମଫୁଲ ମାଳ ନେଇ ଯାଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର