ଆଜି ଧୂମପାନ ନିଷେଧ ଦିବସ: ବାଟ ହୁଡ଼ିଛି ଧୂମପାନ ନିଷେଧ ଆଇନ, ଦୁଇବର୍ଷ ହେଲା କାର୍ଯ୍ୟାନୁଷ୍ଠାନ ନାହିଁ କି ଜରିମାନା ନାହିଁ

The Sakala Picture
Published On

ଭୁବନେଶ୍ୱର :ରାଜଧାନୀରେ ଏକପ୍ରକାର ବାଟ ହୁଡ଼ିଛି ଧୂମପାନ ନିଷେଧ ଆଇନ। ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ଲଗାଯାଇଛି କଟକଣା। ଯଦି ଏହାକୁ କେହି ଉଲ୍ଲଙ୍ଘନ କରିବ, ଉକ୍ତ ବ୍ୟକ୍ତି ଠାରୁ କୋଟ୍‍ପା ଆଇନ୍‍ ବଳରେ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା। ଏଭଳି ନିୟମ ଲାଗୁ ହେବା ପରେ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି କମିସନରେଟ ପୁଲିସ ବେଶ୍‍ ତତ୍ପରତା ଦେଖାଇଥିଲା। ସହରର ସର୍ବସାଧାରଣ ସ୍ଥାନ ଅର୍ଥାତ୍‍ ଡାକ୍ତରଖାନା ପରିସର, ସରକାରୀ ଦପ୍ତର […]

ଭୁବନେଶ୍ୱର :ରାଜଧାନୀରେ ଏକପ୍ରକାର ବାଟ ହୁଡ଼ିଛି ଧୂମପାନ ନିଷେଧ ଆଇନ। ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ଲଗାଯାଇଛି କଟକଣା। ଯଦି ଏହାକୁ କେହି ଉଲ୍ଲଙ୍ଘନ କରିବ, ଉକ୍ତ ବ୍ୟକ୍ତି ଠାରୁ କୋଟ୍‍ପା ଆଇନ୍‍ ବଳରେ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା। ଏଭଳି ନିୟମ ଲାଗୁ ହେବା ପରେ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି କମିସନରେଟ ପୁଲିସ ବେଶ୍‍ ତତ୍ପରତା ଦେଖାଇଥିଲା। ସହରର ସର୍ବସାଧାରଣ ସ୍ଥାନ ଅର୍ଥାତ୍‍ ଡାକ୍ତରଖାନା ପରିସର, ସରକାରୀ ଦପ୍ତର ନିକଟ, କୋର୍ଟ ପରିସର, ରେଳବାଇ ପ୍ରତିଷ୍ଠା କେନ୍ଦ୍ର, ହୋଟେଲ, ପାଠାଗାର, ବଜାର ଘାଟ ପ୍ରେକ୍ଷାଳୟ ନିକଟ, ବିମାନବନ୍ଦର ଆଦି ସ୍ଥାନରେ ଧୂମପାନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଏଭଳି ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିଥିଲା। ଉକ୍ତ ଟିମ୍‍ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରୁଥିଲା। କିନ୍ତୁ ଦୁଇବର୍ଷ ହେଲା କୋଟ୍‍ପା ଆଇନରେ ଖାତା ଖୋଲିପାରିନି କମିସନରେଟ୍‍ ପୁଲିସ। ତେଣୁ କୋଟ୍‍ପା ଆଇନ୍‍ର ନିୟମ ନାଲିଫିତା ତଳେ ଅଟକି ରହିଥିବା ଚର୍ଚ୍ଚା ହେଉଛି। ସେହିପରି ସ୍କୁଲ ଓ କଲେଜ ଏବଂ ଶିକ୍ଷାନୁଷ୍ଠାନ ସାମ୍‍ନାରେ ତମାଖୁ ବିକ୍ରି ଉପରେ ମଧ୍ୟ କଟକଣା ଲାଗିଛି। ମାତ୍ର ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି ଚାଲିଛି। କେବଳ ବିଶ୍ୱ ତମାଖୁ ବର୍ଜନ ଦିବସ ଆସିଲେ, ସଚେତନତା କରି କାମ ତୁଟାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ପୁରୀ-କୋରାପୁଟ ମଧ୍ୟରେ ଚାଲିବ ନୂଆ ଏକ୍ସପ୍ରେସ୍‌ ଟ୍ରେନ, ମଞ୍ଜୁରୀ ଦେଲେ ରେଳ ମନ୍ତ୍ରଣାଳୟ

କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ୨୦୨୦ରେ କୋଟ୍‍ପା ଆଇନ ବଳରେ ମାତ୍ର ୫୦ଜଣଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ହେଲେ ୨୦୨୧ ଓ ୨୦୨୨ ମସିହାରେ କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦଣ୍ଡିତ କରାଯାଇନି କି ଜରିମାନା ଆଦାୟ କରାଯାଇନି। ଏଭଳି ଭାବେ ପୁଲିସ ଚଢ଼ଉ କିମ୍ବା ଜରିମାନା ଆଦାୟ କରୁ ନ ଥିବାରୁ ଏବେ ହସ୍ପିଟାଲ ଓ ସରକାରୀ ଦପ୍ତର ସାମ୍‍ନାର ବିନା କଟକଣାରେ କିଛି ବ୍ୟକ୍ତି ଧୂମପାନ କରୁଥିବାର ଦେଖାଯାଉଛି। ହେଲେ ୨୦୧୪ ମସିହାରେ ଧରପଗଡ଼କୁ ଜୋର୍‍ଦାର କରାଯାଇଥିଲା। ୨୦୧୪ ମସିହାରୁ ୨୦୧୭ ଯାଏଁ ଏହି ଆଇନ୍‍ ବଳରେ କମିସନରେଟ୍‍ ପୁଲିସ ଚଢ଼ଉ ଜୋରଦାର କରିବା ସହ ଉଲ୍ଲଙ୍ଘନକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲା। ହେଲେ ଚଢ଼ଉ ଢିଲା କରିବାରୁ ଏଥିରେ ପୁଣି ଶିଥଳତା ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୪ ମେ’ ୩୧ ତାରିଖକୁୁ ଧୂମପାନ ନିଷେଧ ଦିବସ ରୂପ ପାଳନ କରାଯାଇଛି। ଏହି ଆଇନ୍‍ ପ୍ରଣୟନ ହେବା ସହ ୨୦୦୮ ଅକ୍ଟୋବର ୨ରୁ ସର୍ବସାଧାରଣରେ ଧୂମପାନ ନିଷେଧ ଆଇନ୍‍କୁ ସାରାଦେଶରେ ବଳବତ୍ତର ରହିଛି। ସଂଶୋଧନ ଆଇନ୍‍ ଅନୁଯାୟୀ ୨୦୧୯ରୁ ସିଗାରେଟ୍‍ କିମ୍ବା ତମାଖୁଜାତ ଦ୍ରବ୍ୟର ପ୍ୟାକେଟ୍‍ ଉପରେ ସ୍ୱାସ୍ଥ୍ୟ ସତର୍କତା ଚିତ୍ର ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏଥିସହିତ ୧୮ବର୍ଷରୁ କମ୍‍ ବୟସ ପିଲାଙ୍କୁ ସିଗାରେଟ୍‍ ବିକ୍ରି ନ କରିବା ଓ ସେମାନେ କିଣିବା ଉପରେ କଟକଣା ଲାଗୁ ହୋଇଛି। ତେବେ ଏଭଳି କିଛି ନୂଆ ଆଇନ୍‍ କେବଳ କାଗଜ, କଲମରେ ସୀମିତ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବସାଧାରଣ ସ୍ଥାନରେ ସିଗାରେଟ୍‍ ଟାଣିଲେ ୨୦୦ଟଙ୍କା ଜରିମାନା ଦେବାର ଆଇନ୍‍ରେ ମଧ୍ୟ ରହିଛି।

31 May 2022 By The Sakala

ଆଜି ଧୂମପାନ ନିଷେଧ ଦିବସ: ବାଟ ହୁଡ଼ିଛି ଧୂମପାନ ନିଷେଧ ଆଇନ, ଦୁଇବର୍ଷ ହେଲା କାର୍ଯ୍ୟାନୁଷ୍ଠାନ ନାହିଁ କି ଜରିମାନା ନାହିଁ

ଭୁବନେଶ୍ୱର :ରାଜଧାନୀରେ ଏକପ୍ରକାର ବାଟ ହୁଡ଼ିଛି ଧୂମପାନ ନିଷେଧ ଆଇନ। ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ଲଗାଯାଇଛି କଟକଣା। ଯଦି ଏହାକୁ କେହି ଉଲ୍ଲଙ୍ଘନ କରିବ, ଉକ୍ତ ବ୍ୟକ୍ତି ଠାରୁ କୋଟ୍‍ପା ଆଇନ୍‍ ବଳରେ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା। ଏଭଳି ନିୟମ ଲାଗୁ ହେବା ପରେ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି କମିସନରେଟ ପୁଲିସ ବେଶ୍‍ ତତ୍ପରତା ଦେଖାଇଥିଲା। ସହରର ସର୍ବସାଧାରଣ ସ୍ଥାନ ଅର୍ଥାତ୍‍ ଡାକ୍ତରଖାନା ପରିସର, ସରକାରୀ ଦପ୍ତର ନିକଟ, କୋର୍ଟ ପରିସର, ରେଳବାଇ ପ୍ରତିଷ୍ଠା କେନ୍ଦ୍ର, ହୋଟେଲ, ପାଠାଗାର, ବଜାର ଘାଟ ପ୍ରେକ୍ଷାଳୟ ନିକଟ, ବିମାନବନ୍ଦର ଆଦି ସ୍ଥାନରେ ଧୂମପାନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏଭଳି ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିଥିଲା। ଉକ୍ତ ଟିମ୍‍ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରୁଥିଲା। କିନ୍ତୁ ଦୁଇବର୍ଷ ହେଲା କୋଟ୍‍ପା ଆଇନରେ ଖାତା ଖୋଲିପାରିନି କମିସନରେଟ୍‍ ପୁଲିସ। ତେଣୁ କୋଟ୍‍ପା ଆଇନ୍‍ର ନିୟମ ନାଲିଫିତା ତଳେ ଅଟକି ରହିଥିବା ଚର୍ଚ୍ଚା ହେଉଛି। ସେହିପରି ସ୍କୁଲ ଓ କଲେଜ ଏବଂ ଶିକ୍ଷାନୁଷ୍ଠାନ ସାମ୍‍ନାରେ ତମାଖୁ ବିକ୍ରି ଉପରେ ମଧ୍ୟ କଟକଣା ଲାଗିଛି। ମାତ୍ର ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି ଚାଲିଛି। କେବଳ ବିଶ୍ୱ ତମାଖୁ ବର୍ଜନ ଦିବସ ଆସିଲେ, ସଚେତନତା କରି କାମ ତୁଟାଇ ଦିଆଯାଉଛି।

କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ୨୦୨୦ରେ କୋଟ୍‍ପା ଆଇନ ବଳରେ ମାତ୍ର ୫୦ଜଣଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ହେଲେ ୨୦୨୧ ଓ ୨୦୨୨ ମସିହାରେ କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦଣ୍ଡିତ କରାଯାଇନି କି ଜରିମାନା ଆଦାୟ କରାଯାଇନି। ଏଭଳି ଭାବେ ପୁଲିସ ଚଢ଼ଉ କିମ୍ବା ଜରିମାନା ଆଦାୟ କରୁ ନ ଥିବାରୁ ଏବେ ହସ୍ପିଟାଲ ଓ ସରକାରୀ ଦପ୍ତର ସାମ୍‍ନାର ବିନା କଟକଣାରେ କିଛି ବ୍ୟକ୍ତି ଧୂମପାନ କରୁଥିବାର ଦେଖାଯାଉଛି। ହେଲେ ୨୦୧୪ ମସିହାରେ ଧରପଗଡ଼କୁ ଜୋର୍‍ଦାର କରାଯାଇଥିଲା। ୨୦୧୪ ମସିହାରୁ ୨୦୧୭ ଯାଏଁ ଏହି ଆଇନ୍‍ ବଳରେ କମିସନରେଟ୍‍ ପୁଲିସ ଚଢ଼ଉ ଜୋରଦାର କରିବା ସହ ଉଲ୍ଲଙ୍ଘନକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲା। ହେଲେ ଚଢ଼ଉ ଢିଲା କରିବାରୁ ଏଥିରେ ପୁଣି ଶିଥଳତା ହୋଇଯାଇଛି।

ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୪ ମେ’ ୩୧ ତାରିଖକୁୁ ଧୂମପାନ ନିଷେଧ ଦିବସ ରୂପ ପାଳନ କରାଯାଇଛି। ଏହି ଆଇନ୍‍ ପ୍ରଣୟନ ହେବା ସହ ୨୦୦୮ ଅକ୍ଟୋବର ୨ରୁ ସର୍ବସାଧାରଣରେ ଧୂମପାନ ନିଷେଧ ଆଇନ୍‍କୁ ସାରାଦେଶରେ ବଳବତ୍ତର ରହିଛି। ସଂଶୋଧନ ଆଇନ୍‍ ଅନୁଯାୟୀ ୨୦୧୯ରୁ ସିଗାରେଟ୍‍ କିମ୍ବା ତମାଖୁଜାତ ଦ୍ରବ୍ୟର ପ୍ୟାକେଟ୍‍ ଉପରେ ସ୍ୱାସ୍ଥ୍ୟ ସତର୍କତା ଚିତ୍ର ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏଥିସହିତ ୧୮ବର୍ଷରୁ କମ୍‍ ବୟସ ପିଲାଙ୍କୁ ସିଗାରେଟ୍‍ ବିକ୍ରି ନ କରିବା ଓ ସେମାନେ କିଣିବା ଉପରେ କଟକଣା ଲାଗୁ ହୋଇଛି। ତେବେ ଏଭଳି କିଛି ନୂଆ ଆଇନ୍‍ କେବଳ କାଗଜ, କଲମରେ ସୀମିତ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବସାଧାରଣ ସ୍ଥାନରେ ସିଗାରେଟ୍‍ ଟାଣିଲେ ୨୦୦ଟଙ୍କା ଜରିମାନା ଦେବାର ଆଇନ୍‍ରେ ମଧ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର