ଆଜି ପବିତ୍ର ଜନ୍ମାଷ୍ଟମୀ: କୃଷ୍ଣମୟ ପରିବେଶ

The Sakala Picture
Published On

ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର […]

ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ହୋଇପଡ଼ିଛି ମଠଠୁ ମନ୍ଦିର, ସହରଠାରୁ ଗାଁ। ପୁରୀ ଶ୍ରୀମନ୍ଦିର ହେଉ କି ରାଜଧାନୀର ଇସ୍କନ ମନ୍ଦିର, ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଉତ୍ସବମୁଖର ହୋଇପଡ଼ିଛି ଓଡ଼ିଶାର ପୁରପଲ୍ଲୀ। କରୋନା ମହାମାରୀ ଯୋଗୁଁ ଏଥର ବିନା ଭକ୍ତରେ ମନ୍ଦିର ଓ ମଠଗୁଡ଼ିକରେ ପାଳନ କରାଯାଉଛି ଜନ୍ମାଷ୍ଟମୀ।

ଆହୁରି ପଢ଼ନ୍ତୁ: ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି; ସଂଧ୍ୟା ୬ରୁ ରାତି ୧୦ ଯାଏଁ ଦର୍ଶନ ବନ୍ଦ

janmastami-3

ଆହୁରି ପଢ଼ନ୍ତୁ: ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର

ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ, ପାଳନ ହୋଇଥାଏ ଶ୍ରୀକୃଷ୍ଣଙ୍କ ଜନ୍ମନୀତି। ପରମ୍ପରା ଅନୁଯାୟୀ,ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କଟାଯାଇ ଜନ୍ମନୀତି କରାଯାଇଥାଏ। କୃଷ୍ଣ ଜନ୍ମ ପରେ ମହାଭୋଇ ସେବାୟତମାନେ ସର, ଲବଣୀ ଆଦି ପ୍ରସ୍ତୁତ କରି ଅର୍ପଣ କରିଥାନ୍ତି। ତା ସହ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ଝୁଲାଇଥାନ୍ତି। ସେହିପରି ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠରେ ମଧ୍ୟ ପରମ୍ପରା ଅନୁସାରେ ପାଳନ ହୋଇଥାଏ ଶ୍ରୀକୃଷ୍ଣଙ୍କ ଜନ୍ମନୀତି। ପୌରାଣିକ କଥାବସ୍ତୁ ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୩ ବେଳକୁ ଲଘୁଚାପ ସମ୍ଭାବନା, ବର୍ଷାରେ ଭିଜିପାରେ ଦଶହରା

janmastami-4

ମଥୁରା ନଗରୀର ରାଜା କଂସର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଥିଲା । ଦିନେ ଆକାଶବାଣୀ ହେଲା ଯେ, ଭଉଣୀ ଦେବକୀର ଅଷ୍ଟମ ସନ୍ତାନ କଂସର ବଧ କରିବ । ଏହାପରେ ଭଉଣୀ ଦେବକୀଙ୍କୁ ତାଙ୍କ ସ୍ୱାମୀ ବସୁଦେବଙ୍କ ସହ କଂସ କାରାଗାରରେ ବନ୍ଦୀ କରି ରଖିଲା । କଂସ ଦେଵକୀଙ୍କ ପ୍ରଥମ ଛଅଟି ସନ୍ତାନଙ୍କ ହତ୍ୟା କରିଥିଲା । ଅନ୍ୟ ସନ୍ତାନ ଜଣକ ଉଭେଇ ଗଲେ। ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ସ୍ବର୍ଗ ଲୋକରୁ ମର୍ତ୍ତ୍ୟ ଲୋକକୁ ଓହ୍ଲାଇଥିଲେ ମହାପ୍ରଭୁ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରିରେ ମାଆ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଗୋଲକବିହାରୀ । ଅତ୍ୟାଚାରୀ ମାମୁଁ କଂସର ଭୟରେ ପିତା ବସୁଦେବ ନବଜାତ ଶିଶୁକୁ ନିଜ ମିତ୍ର ଗୋପପୁରର ନନ୍ଦ-ଯଶୋଦାଙ୍କ ପାଖରେ ଛାଡି ଦେଇ ଆସିଥିଲେ । ଗୋପପୁରର ରାଜା ନନ୍ଦବାବା ଓ ରାଣୀ ଯଶୋଦା ମାତା ଶ୍ରୀକୃଷ୍ଣଙ୍କୁ ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ଆଉ ସେହି ଦିନରୁ ଜନ୍ମାଷ୍ଟମୀ ପର୍ବ ମହାଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି।

janmastami-5

ଉତ୍ତର ଭାରତର ବ୍ରଜ ମଣ୍ଡଳର ଏହା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଧାର୍ମିକ ଉତ୍ସବ। କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଏବଂ ସେ ବଢ଼ିଥିବା ସ୍ଥାନ ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୁଏ। ଏହି ଉପଲକ୍ଷେ କୃଷ୍ଣଲୀଳା ଅନୁଷ୍ଠିତ ହୁଏ। ମହାରାଷ୍ଟ୍ରରେ ଏହି ପର୍ବ ଅବସରରେ ‘ଦହି ହାଣ୍ଡି’ ଭଙ୍ଗାଯାଏ। ଓଡ଼ିଶାରେ ପୁରପଲ୍ଲୀରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ । ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ।

janmastami-2

ଏହିଦିନ ଲୋକେ ଉପବାସ ରଖିଥାନ୍ତି ଓ ମଧ୍ୟ ରାତ୍ରୀରେ କୃଷ୍ଣଜନ୍ମ ଉତ୍ସବ ପାଳନ ପରେ ଉପବାସ ଭଙ୍ଗ କରିଥାନ୍ତି । ଏହିଦିନ ଗାଁର ଭାଗବତ ଟୁଙ୍ଗିମାନଙ୍କରେ ଅଥବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ାଯାଇଥାଏ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦା ରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର