ଓଡ଼ିଆ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି

The Sakala Picture
Published On

ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ  ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଏହି ଦିନଠାରୁ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି କର୍କଟକ୍ରାନ୍ତି ଆଡ଼କୁ ଗମନ କରନ୍ତି। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହେଉଥିବାରୁ ସୂର୍ଯ୍ୟ କିରଣ ପ୍ରଖର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଗୀତାରେ ଉଲ୍ଲେଖ ଅଛି, ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ମଣିଷର ମୃତ୍ୟୁ […]

ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ  ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଏହି ଦିନଠାରୁ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି କର୍କଟକ୍ରାନ୍ତି ଆଡ଼କୁ ଗମନ କରନ୍ତି। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହେଉଥିବାରୁ ସୂର୍ଯ୍ୟ କିରଣ ପ୍ରଖର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଗୀତାରେ ଉଲ୍ଲେଖ ଅଛି, ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ମଣିଷର ମୃତ୍ୟୁ ଘଟିଲେ ମୋକ୍ଷ ପ୍ରାପ୍ତି ହୁଏ। ଏହି ସମୟରେ ପ୍ରଚଣ୍ଡ ରୌଦ୍ରତାପରୁ ମା’ ବୃନ୍ଦାବତୀଙ୍କୁ ରକ୍ଷା କରିବା ପାଇଁ ତୁଳସୀ ଚଉରା ଉପରେ ମଞ୍ଚା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ଓଡ଼ିଆମାନେ ଏହି ଦିନ ଛେନା, କ୍ଷୀର, ବୁଟ ଛତୁଆ, ବେଲ ଓ ମିଶ୍ରି ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଅର୍ପଣ କରିବା ସହିତ ପିଇବାର ପରମ୍ପରା ରହିଛି । ଗ୍ରୀଷ୍ମ କାଳରେ ହୃଦୟକୁ ସୁଦୃଢ ରଖିବା ତଥା ନୀରୋଗ ରଖିବା ପାଇଁ ଏହି ପଣା ପିଆଯାଏ । କେତେକ ଜାଗାରେ ବ୍ରାହ୍ମଣମାନଙ୍କୁ ବିଞ୍ଚଣା ଦାନ କରାଯାଏ। ପ୍ରତ୍ୟେକ ଓଡ଼ିଆ ଘରର ଏହି ପୂଜା ପରମ୍ପରା ସମ୍ପୂର୍ଣ୍ଣ ନିଆରା। ଏହି ସଂକ୍ରାନ୍ତି ପରଠାରୁ ଉଦ୍ଭିଦ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ବିଷୁବ ସଂକ୍ରାନ୍ତି ଦିନ ମହାବୀର ହନୁମାନ ଜୟନ୍ତୀ ପାଳନ କରାଯାଏ । ପବନସୁତଙ୍କୁ ଆରାଧନା କରିବା ଦ୍ବାରା ରୌଦ୍ର ତାପରୁ ରକ୍ଷା ମିଳିଥାଏ ବୋଲି ବିଶ୍ବାସ ରହିଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ଆଜିର ଦିନରେ ଶ୍ରୀହନୁମାନଙ୍କ ନାମ, ଜପ, ଚାଳିଶା, ସଙ୍କଟମୋଚନ ଚଉତିଶା ଆଦି ପାଠ କରାଗଲେ ସକଳ ବ୍ୟାଧ଄ରୁ ମୁକ୍ତି ମିଳେ ଓ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ କରାଯାଏ। ଏହି ଦିନ ପବିତ୍ର ଝାମୁଯାତ୍ରାର ଉଦ୍‌ଯାପନ ମଧ୍ୟ କରାଯାଇଥାଏ। ଦଣ୍ଡ ପାଟୁଆମାନେ ନିଆଁରେ ଚାଲି ନିଜ ଭକ୍ତି ଭାବର ପ୍ରମାଣ ଦେଇଥାନ୍ତି। ଅନେକ ସ୍ଥାନରେ ଏହି ଦିନରେ ସାରସ୍ବତ ସମାରୋହ ‘ବିଷୁବ ମିଳନ’ ଆୟୋଜନ ହୁଏ। କେତେକ ଠାକୁରାଣୀ ପୀଠରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ।   ଉତ୍ତର  ଓଡ଼ିଶାରେ ଏହାକୁ  ଚଡ଼କ ପର୍ବ ବୋଲି ମଧ୍ୟ  କୁହାଯାଇଥାଏ।  ଦକ୍ଷିଣ  ଓଡ଼ିଶାରେ ପଣା ସଂକ୍ରାନ୍ତି  ସମୟରେ  ଦଣ୍ଡନାଟ  ଉତ୍ସବ  ଅନୁଷ୍ଠିତ  ହୋଇଥାଏ। ଏହା ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

14 Apr 2022 By The Sakala

ଓଡ଼ିଆ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି

ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ  ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଏହି ଦିନଠାରୁ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି କର୍କଟକ୍ରାନ୍ତି ଆଡ଼କୁ ଗମନ କରନ୍ତି। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହେଉଥିବାରୁ ସୂର୍ଯ୍ୟ କିରଣ ପ୍ରଖର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଗୀତାରେ ଉଲ୍ଲେଖ ଅଛି, ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ମଣିଷର ମୃତ୍ୟୁ ଘଟିଲେ ମୋକ୍ଷ ପ୍ରାପ୍ତି ହୁଏ। ଏହି ସମୟରେ ପ୍ରଚଣ୍ଡ ରୌଦ୍ରତାପରୁ ମା’ ବୃନ୍ଦାବତୀଙ୍କୁ ରକ୍ଷା କରିବା ପାଇଁ ତୁଳସୀ ଚଉରା ଉପରେ ମଞ୍ଚା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ।

ଓଡ଼ିଆମାନେ ଏହି ଦିନ ଛେନା, କ୍ଷୀର, ବୁଟ ଛତୁଆ, ବେଲ ଓ ମିଶ୍ରି ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଅର୍ପଣ କରିବା ସହିତ ପିଇବାର ପରମ୍ପରା ରହିଛି । ଗ୍ରୀଷ୍ମ କାଳରେ ହୃଦୟକୁ ସୁଦୃଢ ରଖିବା ତଥା ନୀରୋଗ ରଖିବା ପାଇଁ ଏହି ପଣା ପିଆଯାଏ । କେତେକ ଜାଗାରେ ବ୍ରାହ୍ମଣମାନଙ୍କୁ ବିଞ୍ଚଣା ଦାନ କରାଯାଏ। ପ୍ରତ୍ୟେକ ଓଡ଼ିଆ ଘରର ଏହି ପୂଜା ପରମ୍ପରା ସମ୍ପୂର୍ଣ୍ଣ ନିଆରା। ଏହି ସଂକ୍ରାନ୍ତି ପରଠାରୁ ଉଦ୍ଭିଦ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ବିଷୁବ ସଂକ୍ରାନ୍ତି ଦିନ ମହାବୀର ହନୁମାନ ଜୟନ୍ତୀ ପାଳନ କରାଯାଏ । ପବନସୁତଙ୍କୁ ଆରାଧନା କରିବା ଦ୍ବାରା ରୌଦ୍ର ତାପରୁ ରକ୍ଷା ମିଳିଥାଏ ବୋଲି ବିଶ୍ବାସ ରହିଛି।

ଆଜିର ଦିନରେ ଶ୍ରୀହନୁମାନଙ୍କ ନାମ, ଜପ, ଚାଳିଶା, ସଙ୍କଟମୋଚନ ଚଉତିଶା ଆଦି ପାଠ କରାଗଲେ ସକଳ ବ୍ୟାଧ଄ରୁ ମୁକ୍ତି ମିଳେ ଓ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ କରାଯାଏ। ଏହି ଦିନ ପବିତ୍ର ଝାମୁଯାତ୍ରାର ଉଦ୍‌ଯାପନ ମଧ୍ୟ କରାଯାଇଥାଏ। ଦଣ୍ଡ ପାଟୁଆମାନେ ନିଆଁରେ ଚାଲି ନିଜ ଭକ୍ତି ଭାବର ପ୍ରମାଣ ଦେଇଥାନ୍ତି। ଅନେକ ସ୍ଥାନରେ ଏହି ଦିନରେ ସାରସ୍ବତ ସମାରୋହ ‘ବିଷୁବ ମିଳନ’ ଆୟୋଜନ ହୁଏ। କେତେକ ଠାକୁରାଣୀ ପୀଠରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ।   ଉତ୍ତର  ଓଡ଼ିଶାରେ ଏହାକୁ  ଚଡ଼କ ପର୍ବ ବୋଲି ମଧ୍ୟ  କୁହାଯାଇଥାଏ।  ଦକ୍ଷିଣ  ଓଡ଼ିଶାରେ ପଣା ସଂକ୍ରାନ୍ତି  ସମୟରେ  ଦଣ୍ଡନାଟ  ଉତ୍ସବ  ଅନୁଷ୍ଠିତ  ହୋଇଥାଏ। ଏହା ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର