୩ ହଜାର ବୋତଲ ବେଆଇନ କଫ୍ ସିରଫ ଜବତ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସିଟି ଜିଏସଟି ଏନଫୋର୍ସମେଣ୍ଟ ଟିମକୁ ବଡ ସଫଳତା ମିଳିଛି । ୩ହଜାର ବୋତଲ ବେଆଇନ କଫ୍ ସିରଫ ଜବତ ହୋଇଛି । ଝାଡଖଣ୍ଡରୁ ଓଡିଶାକୁ ଚୋରା ଚାଲାଣ ହେଉଥିବା ବେଳେ ବାରିପଦା ମୁର୍ଗାବାଡି ଠାରୁ ଗାଡିକୁ ଜବତ କରିଛି ଟିମ୍। ରାଜ୍ୟ ସରକାରଙ୍କ ବାଣିଜ୍ୟକର ବିଭାଗର ବାରିପଦା ସିଟି ଜିଏସଟି ଟିମ ପକ୍ଷରୁ ବାରିପଦାର ମୁର୍ଗାବାଡି ଛକରେ ମୋବାଇଲ ଚେକିଙ୍ଗ ସମୟରେ ଏହି ଭ୍ୟାନଟି ଅଟକ କରିଥିଲେ। ସେଥିରେ ଅଟୋପାର୍ଟସ ଥିବା କଥା […]

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସିଟି ଜିଏସଟି ଏନଫୋର୍ସମେଣ୍ଟ ଟିମକୁ ବଡ ସଫଳତା ମିଳିଛି । ୩ହଜାର ବୋତଲ ବେଆଇନ କଫ୍ ସିରଫ ଜବତ ହୋଇଛି । ଝାଡଖଣ୍ଡରୁ ଓଡିଶାକୁ ଚୋରା ଚାଲାଣ ହେଉଥିବା ବେଳେ ବାରିପଦା ମୁର୍ଗାବାଡି ଠାରୁ ଗାଡିକୁ ଜବତ କରିଛି ଟିମ୍।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ରାଜ୍ୟ ସରକାରଙ୍କ ବାଣିଜ୍ୟକର ବିଭାଗର ବାରିପଦା ସିଟି ଜିଏସଟି ଟିମ ପକ୍ଷରୁ ବାରିପଦାର ମୁର୍ଗାବାଡି ଛକରେ ମୋବାଇଲ ଚେକିଙ୍ଗ ସମୟରେ ଏହି ଭ୍ୟାନଟି ଅଟକ କରିଥିଲେ। ସେଥିରେ ଅଟୋପାର୍ଟସ ଥିବା କଥା ଗାଡ଼ି ଡ୍ରାଇଭର କହିଥିଲା ବେଳେ କୌଣସି କାଗଜପତ୍ର ଦେଖାଇ ପାରିନଥିଲା। ସନ୍ଦେହ ହେବାରୁ ବାଣିଜ୍ୟକର ଅଧିକାରୀମାନେ ଏହି ଗାଡ଼ିକୁ ତାଙ୍କ କାର୍ଯ୍ୟାଳୟକୁ ଆଣି ତନଖି କରିବା ପରେ ସେଥିରେ ଏହି ବେଆଇନ କପସିରଫ ଥିବା ଜାଣିବାକୁ ପାଇଲେ। ଏହାପରେ ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ଠାରେ ଥିବା ଅତିରିକ୍ତ ଡ୍ରଗ କଣ୍ଟ୍ରୋଲର ଏବଂ ଭଞ୍ଜପୁର ଥାନାକୁ ଖବର ଦିଆଯାଇଥିଲା। ଏହି କପସିରଫରେ ମିଶି ଥିବା ଉପାଦାନ ମଣିଷ ଶରୀର ପାଇଁ କ୍ଷତିକାରକ ହେତୁ ଏହାର ବିକ୍ରିକୁ ଓଡ଼ିଶାରେ ନିଷିଦ୍ଧ କରାଯାଇଛି ବୋଲି ଅତିରିକ୍ତ ଡ୍ରଗ କଣ୍ଟ୍ରୋଲର କହିଛନ୍ତି। ଏହି ବେଆଇନ କପସିରଫ ଝାଡ଼ଖଣ୍ଡ ରାଜ୍ୟର ଟାଟାରୁ ଆସି ବହଡାଗୋଡାରେ ମହଜୁଦ ରଖାଯାଇ ପର୍ଯ୍ୟାୟକ୍ରମେ ଓଡ଼ିଶାକୁ ଆସିଥିବା କଥା ପରିବହନ କରୁଥିବା ଗାଡ଼ିର ଡ୍ରାଇଭର ଯାଞ୍ଚ ଟିମ ନିକଟରେ ପ୍ରକାଶ କରିଛନ୍ତି। ତେବେ ଏହି ବେଆଇନ କପସିରଫ ବ୍ୟବସାୟର ଚେର ବହୁତ ଲମ୍ବା ଥିବାରୁ ବିଧିବଦ୍ଧ ଭାବରେ ଏହାର ତଦନ୍ତର ଆବଶ୍ୟକତା ରହିଛି। ପରିବହନ କାରୀ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ଭଞ୍ଜପୁର ଥାନା ପୁଲିସ ପଚରାଉଚରା କରୁଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ

24 Feb 2024 By The Sakala

୩ ହଜାର ବୋତଲ ବେଆଇନ କଫ୍ ସିରଫ ଜବତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସିଟି ଜିଏସଟି ଏନଫୋର୍ସମେଣ୍ଟ ଟିମକୁ ବଡ ସଫଳତା ମିଳିଛି । ୩ହଜାର ବୋତଲ ବେଆଇନ କଫ୍ ସିରଫ ଜବତ ହୋଇଛି । ଝାଡଖଣ୍ଡରୁ ଓଡିଶାକୁ ଚୋରା ଚାଲାଣ ହେଉଥିବା ବେଳେ ବାରିପଦା ମୁର୍ଗାବାଡି ଠାରୁ ଗାଡିକୁ ଜବତ କରିଛି ଟିମ୍।

ରାଜ୍ୟ ସରକାରଙ୍କ ବାଣିଜ୍ୟକର ବିଭାଗର ବାରିପଦା ସିଟି ଜିଏସଟି ଟିମ ପକ୍ଷରୁ ବାରିପଦାର ମୁର୍ଗାବାଡି ଛକରେ ମୋବାଇଲ ଚେକିଙ୍ଗ ସମୟରେ ଏହି ଭ୍ୟାନଟି ଅଟକ କରିଥିଲେ। ସେଥିରେ ଅଟୋପାର୍ଟସ ଥିବା କଥା ଗାଡ଼ି ଡ୍ରାଇଭର କହିଥିଲା ବେଳେ କୌଣସି କାଗଜପତ୍ର ଦେଖାଇ ପାରିନଥିଲା। ସନ୍ଦେହ ହେବାରୁ ବାଣିଜ୍ୟକର ଅଧିକାରୀମାନେ ଏହି ଗାଡ଼ିକୁ ତାଙ୍କ କାର୍ଯ୍ୟାଳୟକୁ ଆଣି ତନଖି କରିବା ପରେ ସେଥିରେ ଏହି ବେଆଇନ କପସିରଫ ଥିବା ଜାଣିବାକୁ ପାଇଲେ। ଏହାପରେ ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ଠାରେ ଥିବା ଅତିରିକ୍ତ ଡ୍ରଗ କଣ୍ଟ୍ରୋଲର ଏବଂ ଭଞ୍ଜପୁର ଥାନାକୁ ଖବର ଦିଆଯାଇଥିଲା। ଏହି କପସିରଫରେ ମିଶି ଥିବା ଉପାଦାନ ମଣିଷ ଶରୀର ପାଇଁ କ୍ଷତିକାରକ ହେତୁ ଏହାର ବିକ୍ରିକୁ ଓଡ଼ିଶାରେ ନିଷିଦ୍ଧ କରାଯାଇଛି ବୋଲି ଅତିରିକ୍ତ ଡ୍ରଗ କଣ୍ଟ୍ରୋଲର କହିଛନ୍ତି। ଏହି ବେଆଇନ କପସିରଫ ଝାଡ଼ଖଣ୍ଡ ରାଜ୍ୟର ଟାଟାରୁ ଆସି ବହଡାଗୋଡାରେ ମହଜୁଦ ରଖାଯାଇ ପର୍ଯ୍ୟାୟକ୍ରମେ ଓଡ଼ିଶାକୁ ଆସିଥିବା କଥା ପରିବହନ କରୁଥିବା ଗାଡ଼ିର ଡ୍ରାଇଭର ଯାଞ୍ଚ ଟିମ ନିକଟରେ ପ୍ରକାଶ କରିଛନ୍ତି। ତେବେ ଏହି ବେଆଇନ କପସିରଫ ବ୍ୟବସାୟର ଚେର ବହୁତ ଲମ୍ବା ଥିବାରୁ ବିଧିବଦ୍ଧ ଭାବରେ ଏହାର ତଦନ୍ତର ଆବଶ୍ୟକତା ରହିଛି। ପରିବହନ କାରୀ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ଭଞ୍ଜପୁର ଥାନା ପୁଲିସ ପଚରାଉଚରା କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର