ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓ

The Sakala Picture
Published On

ଭୁବନେଶ୍ବର : ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବିଜୁ ଜନତା ଦଳର ୩ ରାଜ୍ୟସଭା ପ୍ରାର୍ଥୀ । ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଥିଲା ଶେଷ ଦିନ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ରହିଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି । ଏହି ସମୟ ଶେଷହେବା ପରେ ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ରାଜ୍ୟସଭା ପାଇଁ ବିରୋଧୀଙ୍କ […]

ଭୁବନେଶ୍ବର : ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବିଜୁ ଜନତା ଦଳର ୩ ରାଜ୍ୟସଭା ପ୍ରାର୍ଥୀ । ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଥିଲା ଶେଷ ଦିନ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ରହିଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି । ଏହି ସମୟ ଶେଷହେବା ପରେ ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ।

ଆହୁରି ପଢ଼ନ୍ତୁ: ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ, ଠକ ବାପା-ପୁଅଙ୍କୁ ବାନ୍ଧିଲା ଅସଲି ପୋଲିସ

ଆହୁରି ପଢ଼ନ୍ତୁ: ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ନଥିଲା ଆବଶ୍ୟକ ସଂଖ୍ୟା । କଂଗ୍ରେସ କିମ୍ବା ବିଜେପି ଦେଇନଥିଲେ ପ୍ରାର୍ଥୀ । ଏଣୁ ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ପରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ୩ପ୍ରାର୍ଥୀ । ପ୍ରଥମ ଥର ପାଇଁ ମାନସ ମଙ୍ଗରାଜ, ସୁଲତା ଦେଓ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସସ୍ମିତ ପାତଙ୍କୁ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ମାନସ ରଞ୍ଜନ ମଙ୍ଗରାଜ

ସାମ୍ବାଦିକତାରୁ ସଫଳ ରାଜନେତା ମାନସ ମଙ୍ଗରାଜ । ସାମ୍ବାଦିକତାରୁ ରାଜନୀତି କ୍ଷେତ୍ରକୁ ଆସି ଜଣେ ଦକ୍ଷ ରାଜନେତା ଭାବରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ମାନସ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ସଫଳତାର ସହିତ ଦାୟିତ୍ବ ତୁଲାଇବା ସହିତ ଦଳକୁ ସୁସଂଗଠିତ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ସମସ୍ୟାକୁ ସଦନରେ ଉଠାଇବେ ବୋଲି ମାନସ ମଙ୍ଗରାଜ କହିଛନ୍ତି।

ସୁଲତା ଦେଓ

ସମାଜସେବୀ ତଥା ବିଜେଡିର ମୁଖପାତ୍ର ସୁଲତା ଦେଓ । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଭାବେ ସୁଲତା ଦେଓ କାର୍ଯ୍ୟକରୁଥିଲେ । ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୁଲତା ଦେଓ ରାଜନୀତିରେ ଯଥେଷ୍ଟ ଅଭିଜ୍ଞତା ଥିବା ମହିଳା ନେତ୍ରୀଙ୍କ ମଧ୍ୟରେ ରହିଛନ୍ତି। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ  ବିଜୟୀ ହେବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ ଜନଗନ୍ନାଥଙ୍କ ପାଖରୁ ଆଶୀର୍ବାଦ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦେଇଛନ୍ତି ସୁଲତା। ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟ ପାଇଁ ଯେଉଁ ଦୂରଦୃଷ୍ଟି ରହିଛି ତା ଉପରେ କାମ କରିବୁ। ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ସେ କାମ କରିବେ ବିଶେଷକରି ମହିଳା ଶଶକ୍ତିକରଣ ଦିଗରେ ସେ କାମ କରିବେ ବୋଲି ସୁଲତା ଦେଓ କହିଛନ୍ତି

ଡ. ସସ୍ମିତ ପାତ୍ର

ଦ୍ବିତୀୟ ଥର ଭାବେ ସସ୍ମିତ ପାତ୍ର ରାଜ୍ୟସଭାରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ପୂର୍ବରୁ ସେ ମଧ୍ୟ ରାଜ୍ୟସଭାକୁ ଯାଇ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି। ପୁଣିଥରେ ରାଜ୍ୟସଭାକୁ ଯାଇ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱରକୁ ଆହୁରି ଶାଣିତ କରି ସଂସଦରେ ଉପସ୍ଥାନ କରିବେ । ସସ୍ମିତ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଉଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟର ବିଭିନ୍ନ ବିଷୟରେ କାମ କରିବାକୁ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମହିଳା ଶଶକ୍ତିକରଣ ଦିଗରେ ମୁଖ୍ୟମନ୍ତ୍ରୀ ସୁବବେଳେ କାମ କରିଆସିଛନ୍ତି। ତେଣୁ ଏହାକୁ ଗୁରୁତ୍ୱ ଦେବା ଆମ ପାଇଁ ବଡ଼ କାମ ରହିବ। ତା ସହ ଶିକ୍ଷା ଓ କୃଷି ଓ ସ୍ୱାସ୍ଥ୍ୟ ଦିଗରେ ଜୋର୍ ଦେଇ କାମ କରିବୁ ବୋଲି ସସ୍ମିତ ପାତ୍ର କହିଛନ୍ତି।

03 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର