ଆଡ଼ପମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ ଭକ୍ତ, ଆସନ୍ତାକାଲି ‘ବନକଲାଗି’ ନୀତି ଲାଗି ୩ ଘଣ୍ଟା ବନ୍ଦ ରହିବ ଦର୍ଶନ

The Sakala Picture
Published On

ପୁରୀ : ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ସକାଳେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବାପରେ ଦତ୍ତମହାପାତ୍ରଙ୍କ ଦ୍ୱାରା ଅଧରପୋଛା ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଠାକୁର ଦର୍ଶନ ନିମନ୍ତେ ଛଡ଼ାଯାଇଥିଲା।ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିଛନ୍ତି। ଦୀର୍ଘ ୨ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣଦର୍ଶକମାନେ ପ୍ରବେଶ କରିପାରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତମାନେ ଘଣ୍ଟା ଘଣ୍ଟା […]

ପୁରୀ : ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ସକାଳେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବାପରେ ଦତ୍ତମହାପାତ୍ରଙ୍କ ଦ୍ୱାରା ଅଧରପୋଛା ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଠାକୁର ଦର୍ଶନ ନିମନ୍ତେ ଛଡ଼ାଯାଇଥିଲା।ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିଛନ୍ତି। ଦୀର୍ଘ ୨ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣଦର୍ଶକମାନେ ପ୍ରବେଶ କରିପାରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଶରଧାବାଲିରେ ଲାଇନ୍‌ରେ ଛିଡ଼ା ହୋଇଛନ୍ତି। ପବିତ୍ର ଶରଧାବାଲିରେ ରବିବାର ଲୋକାରଣ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ବହୁ ସଂଖ୍ୟାରେ ଭକ୍ତ ଜନ୍ମବେଦୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଏଥିନିମନ୍ତେ ବ୍ୟାରିକେଟ୍ କରାଯାଇଛି। ଏହା ଭିତର ଦେଇ ଶ୍ରଦ୍ଧାଳୁମାନେ ଜଣଙ୍କ ପରେ ଜଣେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ଶ୍ରଦ୍ଧାଳୁଙ୍କୁ ଯାଞ୍ଚ କରି ଭିତରକୁ ଛଡ଼ା ଯାଉଛି। ସେପଟେ ଆଡ଼ପ ଅବଢ଼ା ବାହାରିବା ପରେ ହର୍ଷୋଲ୍ଲାସ ସହିତ ଭକ୍ତମାନେ ଏହାକୁ ନେଇଛନ୍ତି। ମହାପ୍ରଭୁଙ୍କ ଏହି ମହାପ୍ରସାଦ ବର୍ଷକ ମଧ୍ୟରେ କେବଳ ନିର୍ଦ୍ଧାରିତ ସମୟରେ ମିଳୁଥିବାରୁ ଭକ୍ତମାନେ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ୨୦୨୦ ଓ ୨୦୨୧ ମସିହାରେ ରଥଯାତ୍ରା କଟକଣାର ସହିତ ସଂପନ୍ନ ହୋଇଥିବାରୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନେଇ ବାରଣ କରାଯାଇଥିଲା। ଏବେ କ‌ରୋନା ଏକ ପ୍ରକାର ନିୟନ୍ତ୍ରିତ ଥିବାରୁ ସରକାର ଓ ପ୍ରଶାସନ ରଥଯାତ୍ରା ସମତେ ଆଡପମଣ୍ଡପ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି।

ଅନ୍ୟପଟେ ଆସନ୍ତାକାଲି (ଜୁଲାଇ ୪, ୨୦୨୨) ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି ଅବସରରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବ ସାଧାରଣ ଦର୍ଶନ ପ୍ରାୟ ୩ ଘଣ୍ଟା ପାଇଁ ବନ୍ଦ ରହିବ ।

03 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର