କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

Madhusudan Das Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ରେ ୨ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ଦେଇଛି । ଏହି ନୂତନ ବୃଦ୍ଧି ଜାନୁଆରୀ ୧ ରୁ ପିଛିଲା ଭାବେ ଲାଗୁ ହେବ ବୋଲି ସୂଚନା ମିଳିଛି । ବଢ଼ୁଥିବା ମୁଦ୍ରାସ୍ଫୀତି ଏବଂ ଦରଦାମ୍ ବୃଦ୍ଧି ମଧ୍ୟରେ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଆପଣଙ୍କ ମୋବାଇଲ୍ ଫୋନରେ ହଠାତ୍ ବାଜିଲା କି ସାଇରନ୍? ଭୟଭୀତ ହୁଅନ୍ତୁ ନାହିଁ, ଏଥିପାଇଁ ବାଜିଲା ଏହି ଏମର୍ଜେନ୍ସି ଆଲର୍ଟ...

ଏହାପୂର୍ବରୁ ଅକ୍ଟୋବର ମାସରେ ମହଙ୍ଗା ଭତ୍ତାକୁ ୫୫ ପ୍ରତିଶତ ରୁ ୫୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା, ଯାହାକି ଜୁଲାଇ ୧, ୨୦୨୫ ରୁ ଲାଗୁ ହୋଇଥିଲା । ବର୍ତ୍ତମାନ ଏହି ନୂତନ ୨ ପ୍ରତିଶତ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପରିମାଣ ଆହୁରି ଅଧିକ ହେବାକୁ ଯାଉଛି । ମହଙ୍ଗା ଭତ୍ତାକୁ ମୂଳ ଦରମା (ବେସିକ୍ ସାଲାରୀ) ର ଏକ ପ୍ରତିଶତ ଭାବରେ ହିସାବ କରାଯାଏ, ତେଣୁ ଏହି ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଇନ୍-ହ୍ୟାଣ୍ଡ ଦରମା ସିଧାସଳଖ ବୃଦ୍ଧି ପାଇବ । ସେହିପରି ପେନସନଭୋଗୀମାନଙ୍କର ମଧ୍ୟ ମହଙ୍ଗା ରିଲିଫ୍ ଆକାରରେ ଭତ୍ତା ବଢ଼ିବ ଏବଂ ସେମାନଙ୍କର କ୍ରୟ କ୍ଷମତା ବଜାୟ ରହିପାରିବ ।

ଆହୁରି ପଢ଼ନ୍ତୁ: କେରଳ ବିଧାନସଭା ନିର୍ବାଚନ ଫଳାଫଳ: ସରକାର ଗଠନ ଦିଗରେ UDF, LDFର ହ୍ୟାଟ୍ରିକ ସ୍ୱପ୍ନ ଧୂଳିସାତ

18 Apr 2026 By Madhusudan Das

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ରେ ୨ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ଦେଇଛି । ଏହି ନୂତନ ବୃଦ୍ଧି ଜାନୁଆରୀ ୧ ରୁ ପିଛିଲା ଭାବେ ଲାଗୁ ହେବ ବୋଲି ସୂଚନା ମିଳିଛି । ବଢ଼ୁଥିବା ମୁଦ୍ରାସ୍ଫୀତି ଏବଂ ଦରଦାମ୍ ବୃଦ୍ଧି ମଧ୍ୟରେ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଏହାପୂର୍ବରୁ ଅକ୍ଟୋବର ମାସରେ ମହଙ୍ଗା ଭତ୍ତାକୁ ୫୫ ପ୍ରତିଶତ ରୁ ୫୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା, ଯାହାକି ଜୁଲାଇ ୧, ୨୦୨୫ ରୁ ଲାଗୁ ହୋଇଥିଲା । ବର୍ତ୍ତମାନ ଏହି ନୂତନ ୨ ପ୍ରତିଶତ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପରିମାଣ ଆହୁରି ଅଧିକ ହେବାକୁ ଯାଉଛି । ମହଙ୍ଗା ଭତ୍ତାକୁ ମୂଳ ଦରମା (ବେସିକ୍ ସାଲାରୀ) ର ଏକ ପ୍ରତିଶତ ଭାବରେ ହିସାବ କରାଯାଏ, ତେଣୁ ଏହି ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଇନ୍-ହ୍ୟାଣ୍ଡ ଦରମା ସିଧାସଳଖ ବୃଦ୍ଧି ପାଇବ । ସେହିପରି ପେନସନଭୋଗୀମାନଙ୍କର ମଧ୍ୟ ମହଙ୍ଗା ରିଲିଫ୍ ଆକାରରେ ଭତ୍ତା ବଢ଼ିବ ଏବଂ ସେମାନଙ୍କର କ୍ରୟ କ୍ଷମତା ବଜାୟ ରହିପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର