ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ : ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ

The Sakala Picture
Published On

ଭୁବନେଶ୍ବର : ଆଜି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ ହୋଇଛି। ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ […]

ଭୁବନେଶ୍ବର : ଆଜି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ ହୋଇଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସନ୍ଧ୍ୟା ୫ଟା  ସୁଦ୍ଧା ଓଡ଼ିଶାରେ ୫୯.୬୦% ମତଦାନ ହୋଇଛି । କଟକ ସଂସଦୀୟ କ୍ଷେତ୍ରରେ ୫୪.୩୬ ପ୍ରତିଶତ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୫୩.୫୪ ପ୍ରତିଶତ, ଢେଙ୍କାନାଳ  ସଂସଦୀୟ କ୍ଷେତ୍ରରେ ୬୦.୮୮ ପ୍ରତିଶତ,ପୁରୀ ସଂସଦୀୟ କ୍ଷେତ୍ରରେ ୬୧.୧୭ ପ୍ରତିଶତ , ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୬୫.୯୧ ପ୍ରତିଶତ, କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ୬୨.୪୩ ପ୍ରତିଶତ ଭୋଟିଂ ହୋଇଛି।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

ସେପଟେ ଏହି ପର୍ଯ୍ୟାୟରେ ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍‌‌ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରରେ ଭୋଟିଂ ହେଉଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍‌‌) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।
25 May 2024 By The Sakala

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ : ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ

ଭୁବନେଶ୍ବର : ଆଜି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ ହୋଇଛି।

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସନ୍ଧ୍ୟା ୫ଟା  ସୁଦ୍ଧା ଓଡ଼ିଶାରେ ୫୯.୬୦% ମତଦାନ ହୋଇଛି । କଟକ ସଂସଦୀୟ କ୍ଷେତ୍ରରେ ୫୪.୩୬ ପ୍ରତିଶତ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୫୩.୫୪ ପ୍ରତିଶତ, ଢେଙ୍କାନାଳ  ସଂସଦୀୟ କ୍ଷେତ୍ରରେ ୬୦.୮୮ ପ୍ରତିଶତ,ପୁରୀ ସଂସଦୀୟ କ୍ଷେତ୍ରରେ ୬୧.୧୭ ପ୍ରତିଶତ , ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୬୫.୯୧ ପ୍ରତିଶତ, କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ୬୨.୪୩ ପ୍ରତିଶତ ଭୋଟିଂ ହୋଇଛି।

ସେପଟେ ଏହି ପର୍ଯ୍ୟାୟରେ ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍‌‌ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରରେ ଭୋଟିଂ ହେଉଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍‌‌) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର