ଚୋରଙ୍କ ପାଇଁ ହାଜତ ନାହିଁ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ଭରତପୁର ଥାନା ସମେତ ଅନେକ ଫାଣ୍ଡିରେ ହାଜତ ନାହିଁ। ଯେଉଁଥିପାଇଁ ଅଭିଯୁକ୍ତଙ୍କୁ ଅନ୍ୟ ଥାନାର ହାଜତରେ ରଖିବାକୁ ପଡୁଛି। ଭରତପୁର ଥାନା ବର୍ତ୍ତମାନ ଷ୍ଟୁଡିଓଛକ ନିକଟରେ ଅସ୍ଥାୟୀଭାବେ ଚାଲୁଛି । କିନ୍ତୁ ହାଜତ ନ ଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖୁଛି। ରାଜଧାନୀର ଅନେକ ଥାନାରେ ହାଜତ ରହିଛି। କିନ୍ତୁ ଥାନାରେ ଜାଗା ନଥିବାରୁ ପୁଲିସ ଜବତ ସାମଗ୍ରୀ ହାଜତରେ ରଖୁଛି। ଅପରପକ୍ଷେ ଅଭିଯୁକ୍ତମାନଙ୍କୁ ପୁଲିସ ଅନ୍ୟ ଏକ ଘରେ […]

ଭୁବନେଶ୍ୱର : ରାଜଧାନୀର ଭରତପୁର ଥାନା ସମେତ ଅନେକ ଫାଣ୍ଡିରେ ହାଜତ ନାହିଁ। ଯେଉଁଥିପାଇଁ ଅଭିଯୁକ୍ତଙ୍କୁ ଅନ୍ୟ ଥାନାର ହାଜତରେ ରଖିବାକୁ ପଡୁଛି। ଭରତପୁର ଥାନା ବର୍ତ୍ତମାନ ଷ୍ଟୁଡିଓଛକ ନିକଟରେ ଅସ୍ଥାୟୀଭାବେ ଚାଲୁଛି । କିନ୍ତୁ ହାଜତ ନ ଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖୁଛି। ରାଜଧାନୀର ଅନେକ ଥାନାରେ ହାଜତ ରହିଛି। କିନ୍ତୁ ଥାନାରେ ଜାଗା ନଥିବାରୁ ପୁଲିସ ଜବତ ସାମଗ୍ରୀ ହାଜତରେ ରଖୁଛି। ଅପରପକ୍ଷେ ଅଭିଯୁକ୍ତମାନଙ୍କୁ ପୁଲିସ ଅନ୍ୟ ଏକ ଘରେ ରଖୁଛନ୍ତି | ଯେଉଁଠି ସିସିଟିଭି କ୍ୟାମେରା ନାହିଁ । ଅପରପକ୍ଷେ ପୁଲିସ ସିସିଟିଭି ବ୍ୟବସ୍ଥା ନଥିବା ହାଜତରେ ଅଭିଯୁକ୍ତକୁ ପଚରାଉଚରା କରୁଛି, ଯାହା ସୁପ୍ରିମକୋର୍ଟଙ୍କ ନିୟମ ବହିର୍ଭୂତ । ୧୦ ବର୍ଷରେ ୩୩ ଚମ୍ପଟ ରାଜଧାନୀର ଅନେକ ଗୁରୁତ୍ଵପୂର୍ଣ୍ଣ ଫାଣ୍ଡିରେ ହାଜତ ନଥିବାରୁ ଅଭିଯୁକ୍ତମାନଙ୍କୁ ବାହାରେ ରଖିବାକୁ ପଡୁଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ଚମ୍ପଟ ମାରୁଛନ୍ତି। ଗତ ୧୦ ବର୍ଷରେ ରାଜଧାନୀର ବିଭିନ୍ନ ଥାନା ଓ ଫାଣ୍ଡିର ୩୩ ଜଣ ଅଭିଯୁକ୍ତ ଚମ୍ପଟ ମାରିଲେଣି। ବିଶେଷକରି କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ଏବଂ ଏମ୍‌ସ ଫାଣ୍ଡିରେ ହାତ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ହାଜତ ନଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ଧରି ହସ୍ପିଟାଲର ଆଉଟ୍‌ଡୋର ନିକଟରେ ଅପେକ୍ଷା କରି ରହୁଛି। କେବଳ କ୍ୟାପିଟାଲ ହସ୍ପିଟାଲରୁ ୧୫ ଜଣ ଅଭିଯୁକ୍ତ ଚମ୍ପଟ ମାରିଲେଣି| ବଡ଼ଗଡ଼ ଥାନାରୁ ୭ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ଖଣ୍ଡଗିରି ଥାନାରୁ ୩, ଲକ୍ଷ୍ମୀସାଗର ଥାନାରୁ ୨, ଇନ୍‌ଫୋସିଟି ଥାନାରୁ ୨, ଏୟାରପୋର୍ଟ ଥାନାରୁ ୨, ଚନ୍ଦ୍ରଶେଖରପୁର ଥାନା ୩, ତମାଣ୍ଡୋ ଥାନାରୁ ୩, କ୍ୟାପିଟାଲ ଥାନାରୁ ୨ଜଣ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

ଅପରପକ୍ଷେ ହାଜତରେ ସିସିଟିଭି ବ୍ୟବସ୍ଥା ଅପରପକ୍ଷେ ହାଜତରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ଏନ୍‌ଏଚ୍‌ଆରସି ବାରମ୍ବାର ତାଗିଦା କରିଥିଲେ ତାକୁ ଉଲ୍ଲଙ୍ଘନ କରୁଛି ପୁଲିସ । ଜଟଣୀ ଥାନା ଅନ୍ତର୍ଗତ ଯାଁଳା ଫାଣ୍ଡିରେ ଥିବା ଏକ ଜବତ କାରରୁ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା । ଫାଣ୍ଡି ପରିସରରେ ସିସିଟିଭି ବ୍ୟବସ୍ଥା ନ ଥିବାରୁ ମହିଳାଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଭରତପୁର ଥାନା ନୂତନ କରି ହେଉଥିବାରୁ ହାଜତ ନିର୍ମାଣ କରାଯାଉଛି । ହାଜତ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ଖଣ୍ଡଗିରି ଥାନାରେ ରଖାଯାଉଛି। ଅଭିଯୁକ୍ତମାନଙ୍କୁ ହାଜତରେ ରଖୁବା ପାଇଁ କୁହାଯାଇଛି। ଖୁବ୍‌ଶୀଘ୍ର ଗୁରୁତ୍ବପୂର୍ଣ୍ଣ ଫାଣ୍ଡିରେ ସିସିଟିଭି ଫୁଟେଜ ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

03 Jul 2021 By The Sakala

ଚୋରଙ୍କ ପାଇଁ ହାଜତ ନାହିଁ

ଭୁବନେଶ୍ୱର : ରାଜଧାନୀର ଭରତପୁର ଥାନା ସମେତ ଅନେକ ଫାଣ୍ଡିରେ ହାଜତ ନାହିଁ। ଯେଉଁଥିପାଇଁ ଅଭିଯୁକ୍ତଙ୍କୁ ଅନ୍ୟ ଥାନାର ହାଜତରେ ରଖିବାକୁ ପଡୁଛି। ଭରତପୁର ଥାନା ବର୍ତ୍ତମାନ ଷ୍ଟୁଡିଓଛକ ନିକଟରେ ଅସ୍ଥାୟୀଭାବେ ଚାଲୁଛି । କିନ୍ତୁ ହାଜତ ନ ଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖୁଛି। ରାଜଧାନୀର ଅନେକ ଥାନାରେ ହାଜତ ରହିଛି। କିନ୍ତୁ ଥାନାରେ ଜାଗା ନଥିବାରୁ ପୁଲିସ ଜବତ ସାମଗ୍ରୀ ହାଜତରେ ରଖୁଛି। ଅପରପକ୍ଷେ ଅଭିଯୁକ୍ତମାନଙ୍କୁ ପୁଲିସ ଅନ୍ୟ ଏକ ଘରେ ରଖୁଛନ୍ତି | ଯେଉଁଠି ସିସିଟିଭି କ୍ୟାମେରା ନାହିଁ । ଅପରପକ୍ଷେ ପୁଲିସ ସିସିଟିଭି ବ୍ୟବସ୍ଥା ନଥିବା ହାଜତରେ ଅଭିଯୁକ୍ତକୁ ପଚରାଉଚରା କରୁଛି, ଯାହା ସୁପ୍ରିମକୋର୍ଟଙ୍କ ନିୟମ ବହିର୍ଭୂତ । ୧୦ ବର୍ଷରେ ୩୩ ଚମ୍ପଟ ରାଜଧାନୀର ଅନେକ ଗୁରୁତ୍ଵପୂର୍ଣ୍ଣ ଫାଣ୍ଡିରେ ହାଜତ ନଥିବାରୁ ଅଭିଯୁକ୍ତମାନଙ୍କୁ ବାହାରେ ରଖିବାକୁ ପଡୁଛି ।

ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ଚମ୍ପଟ ମାରୁଛନ୍ତି। ଗତ ୧୦ ବର୍ଷରେ ରାଜଧାନୀର ବିଭିନ୍ନ ଥାନା ଓ ଫାଣ୍ଡିର ୩୩ ଜଣ ଅଭିଯୁକ୍ତ ଚମ୍ପଟ ମାରିଲେଣି। ବିଶେଷକରି କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ଏବଂ ଏମ୍‌ସ ଫାଣ୍ଡିରେ ହାତ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ହାଜତ ନଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ଧରି ହସ୍ପିଟାଲର ଆଉଟ୍‌ଡୋର ନିକଟରେ ଅପେକ୍ଷା କରି ରହୁଛି। କେବଳ କ୍ୟାପିଟାଲ ହସ୍ପିଟାଲରୁ ୧୫ ଜଣ ଅଭିଯୁକ୍ତ ଚମ୍ପଟ ମାରିଲେଣି| ବଡ଼ଗଡ଼ ଥାନାରୁ ୭ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ଖଣ୍ଡଗିରି ଥାନାରୁ ୩, ଲକ୍ଷ୍ମୀସାଗର ଥାନାରୁ ୨, ଇନ୍‌ଫୋସିଟି ଥାନାରୁ ୨, ଏୟାରପୋର୍ଟ ଥାନାରୁ ୨, ଚନ୍ଦ୍ରଶେଖରପୁର ଥାନା ୩, ତମାଣ୍ଡୋ ଥାନାରୁ ୩, କ୍ୟାପିଟାଲ ଥାନାରୁ ୨ଜଣ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଛି।

ଅପରପକ୍ଷେ ହାଜତରେ ସିସିଟିଭି ବ୍ୟବସ୍ଥା ଅପରପକ୍ଷେ ହାଜତରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ଏନ୍‌ଏଚ୍‌ଆରସି ବାରମ୍ବାର ତାଗିଦା କରିଥିଲେ ତାକୁ ଉଲ୍ଲଙ୍ଘନ କରୁଛି ପୁଲିସ । ଜଟଣୀ ଥାନା ଅନ୍ତର୍ଗତ ଯାଁଳା ଫାଣ୍ଡିରେ ଥିବା ଏକ ଜବତ କାରରୁ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା । ଫାଣ୍ଡି ପରିସରରେ ସିସିଟିଭି ବ୍ୟବସ୍ଥା ନ ଥିବାରୁ ମହିଳାଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଭରତପୁର ଥାନା ନୂତନ କରି ହେଉଥିବାରୁ ହାଜତ ନିର୍ମାଣ କରାଯାଉଛି । ହାଜତ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ଖଣ୍ଡଗିରି ଥାନାରେ ରଖାଯାଉଛି। ଅଭିଯୁକ୍ତମାନଙ୍କୁ ହାଜତରେ ରଖୁବା ପାଇଁ କୁହାଯାଇଛି। ଖୁବ୍‌ଶୀଘ୍ର ଗୁରୁତ୍ବପୂର୍ଣ୍ଣ ଫାଣ୍ଡିରେ ସିସିଟିଭି ଫୁଟେଜ ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ସିପି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର