ଓଡ଼ିଶାରେ ନାହିଁ ଅକ୍ସିଜେନ୍‌ ସମସ୍ୟା

The Sakala Picture
Published On

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ସାରା ଦେଶରେ ଅମ୍ଳଜାନ (ଅକ୍ସିଜେନ୍‍)ର ଚାହିଦା ବୃଦ୍ଧି ପାଇଛି। ଦିଲ୍ଲୀ ପରି ମହାନଗରୀରେ ଅକ୍ସିଜେନ୍‍ ସିଲିଣ୍ଡରର କଳାବଜାର ଚାଲିଛି। ଡ଼ାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଉପଲବ୍ଧ ନ ଥିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ବୁଧବାର କେନ୍ଦ୍ର ସରକାର ଦିଲ୍ଲୀ ପରି ରାଜ୍ୟକୁ ଅକ୍ସିଜେନ୍‍ କୋଟା ବୃଦ୍ଧି କରିଛନ୍ତି। ତେବେ ଓଡ଼ିଶାରେ ଅକ୍ସିଜେନ୍‍ ସିଲିଣ୍ଡରର ଅଭାବ ଦେଖା ଦେଇନାହିଁ ବୋଲି ଉତ୍ପାଦନକାରୀ ସଂସ୍ଥାଙ୍କ ପକ୍ଷରୁ କୁହାଯାଇଛି। ଆବଶ୍ୟକତା ବୃଦ୍ଧି ପାଇଥିବାରୁ ଶିଳ୍ପ ସଂସ୍ଥାଙ୍କୁ ଯୋଗାଣ […]

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ସାରା ଦେଶରେ ଅମ୍ଳଜାନ (ଅକ୍ସିଜେନ୍‍)ର ଚାହିଦା ବୃଦ୍ଧି ପାଇଛି। ଦିଲ୍ଲୀ ପରି ମହାନଗରୀରେ ଅକ୍ସିଜେନ୍‍ ସିଲିଣ୍ଡରର କଳାବଜାର ଚାଲିଛି। ଡ଼ାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଉପଲବ୍ଧ ନ ଥିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ବୁଧବାର କେନ୍ଦ୍ର ସରକାର ଦିଲ୍ଲୀ ପରି ରାଜ୍ୟକୁ ଅକ୍ସିଜେନ୍‍ କୋଟା ବୃଦ୍ଧି କରିଛନ୍ତି। ତେବେ ଓଡ଼ିଶାରେ ଅକ୍ସିଜେନ୍‍ ସିଲିଣ୍ଡରର ଅଭାବ ଦେଖା ଦେଇନାହିଁ ବୋଲି ଉତ୍ପାଦନକାରୀ ସଂସ୍ଥାଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଆବଶ୍ୟକତା ବୃଦ୍ଧି ପାଇଥିବାରୁ ଶିଳ୍ପ ସଂସ୍ଥାଙ୍କୁ ଯୋଗାଣ ବନ୍ଦ କରି ଡ଼ାକ୍ତରଖାନାଗୁଡ଼ିକୁ ପର୍ଯ୍ୟାପ୍ତ ଯୋଗାଣ ପାଇଁ ରାଜ୍ୟ ସରକାର ଉତ୍ପାଦକଙ୍କୁ କହିଛନ୍ତି। ହସ୍ତଗତ ସୂଚନା ଅନୁସାରେ ଓଡ଼ିଶାରେ ଏବେ ପ୍ରାୟ ୩୦ଟି ଶିଳ୍ପ ସଂସ୍ଥା ଅକ୍ସିଜେନ୍‍ ସିଲିଣ୍ଡର ଯୋଗାଣ କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ମେଡିକାଲକୁ ଅକ୍ସିଜେନ୍‍ ଯୋଗାଣ ବୃଦ୍ଧି ପାଇଛି। କୋଭିଡ୍‍ ପାଇଁ ରାଜ୍ୟର ପ୍ରମୁଖ ମେଡିକାଲ କଲେଜ, କୋଭିଡ୍‍ ହସ୍ପିଟାଲରେ ପର୍ଯ୍ୟାପ୍ତ ସିଲିଣ୍ଡର ଗଛିତ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

କଟକ ବଡ଼ ଡ଼ାକ୍ତରଖାନା (ଏସସିବି ମେଡ଼ିକାଲ କଲେଜ ଓ ହସପିଟାଲ)ରେ ଦୈନିକ ପ୍ରାୟ ୫୦୦ ସିଲିଣ୍ଡର ଆବଶ୍ୟକ ପଡ଼ୁଛି। ଆଗକୁ ଏହି ଆବଶ୍ୟକତା ବୃଦ୍ଧି ପାଇପାରେ। ଅନୁରୂପ ଭାବେ ଅନ୍ୟ ଡାକ୍ତରଖାନାରେ ମଧ୍ୟ ଅକ୍ସିଜେନ୍‍ର ଚାହିଦା ବଢ଼଼ିଛି। ଅପରପକ୍ଷେ ଘରୋଇ ମେଡିକାଲରେ ନିୟିମିତ ଚିକିତ୍ସା ପାଇଁ ଅକ୍ସିଜେନ୍‍ର ଆବଶ୍ୟକତା ରହିଛି। ସେମାନେ ମଧ୍ୟ ରାଜ୍ୟରେ ଥିବା ଅକ୍ସିଜେନ୍‍ ଉତ୍ପାଦନକାରୀଙ୍କ ଉପରେ ନିର୍ଭର କରୁଛନ୍ତି। ପୁନଶ୍ଚ ବିଭିନ୍ନ ପ୍ରକାର ଶିଳ୍ପ ସଂସ୍ଥା ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଅକ୍ସିଜେନ୍‍ ଆବଶ୍ୟକ କରୁଛନ୍ତି। ଏସ୍‍ସିବି ମେଡିକାଲ କଲେଜର ଜରୁରୀ ସେବା ଅଧିକାରୀ ଡ଼ାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ପୂର୍ବାପେକ୍ଷା ଆମର ଅକ୍ସିଜେନ୍‍ ଚାହିଦା ବୃଦ୍ଧି ପାଇଛି। କୋଭିଡ୍‍ ହୁଅନ୍ତୁ ଅବା ଅଣ କୋଭିଡ୍‍ ରୋଗୀ, ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍‍ ମହଯୁଦ ଅଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଗେଷ୍ଟ ହାଉସ ଭିତରେ ପଶି ଖେଳିଲେ ରକ୍ତର ହୋଲି

ଜୟନ୍ତ ମହାପାତ୍ର ନାମକ ଜଣେ ଉତ୍ପାଦନକାରୀ କହିଛନ୍ତି, ଓଡ଼ିଶାରେ ଥିବା ଅକ୍ସିଜେନ୍‍ ପ୍ଲାଣ୍ଟଗୁଡ଼ିକ ରାଜ୍ୟର ଆବଶ୍ୟକତା ପୂରଣ ପାଇଁଁ ସମର୍ଥ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ମେଡିକାଲ ଅକ୍ସିଜେନ୍‍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଜଣେ ଉତ୍ପାଦକ କହିଛନ୍ତି ଚାହିଦା ବୃଦ୍ଧି ସତ୍ୱେ ଓଡ଼ିଶାରେ ଅକ୍ସିଜେନ ମୂଲ୍ୟ ବୃଦ୍ଧି କରାଯାଇ ନାହିଁ। ଉଭୟ ଶିଳ୍ପ ସଂସ୍ଥା ଓ ରୋଗୀଙ୍କ ଆବଶ୍ୟକତା ପୂରଣ ପାଇଁ ଉତ୍ପାଦନ ହୋଇପାରୁଛି। କିନ୍ତୁ ଶିଳ୍ପ ସଂସ୍ଥା ଚାଲିବା ପାଇଁ ଅକ୍ସିଜେନ୍‍ର ଆବଶ୍ୟକତା ରହିଛି। ଅକ୍ସିଜେନ୍‍ ଅଭାବରେ ଶିଳ୍ପ ସଂସ୍ଥାର ଅନେକ କାର୍ଯ୍ୟ ଅଟକି ଯିବା ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp