ପୁଲିସକୁ ବୋକା ବନାଇଲା ଗଞ୍ଜେଇ ବେପାରୀର ସ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ପୁଲିସକୁ ବୋକା ବନାଇଲା ଗଞ୍ଜେଇ ମାଫିଆର ପତ୍ନୀ। ଏମିତିକ ପୁଲିସ ନାଁରେ ଥାନାରେ ଏତଲା ବି ଦେଲା। ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଛି ଓ ମୁଣ୍ଡ ଜାମିନ ରଖି ଅପହର୍ତ୍ତାମାନେ ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ବି କଲା। ପୁରୁଣା କାରବାର ରସିଦ ଦେଖାଇ ଅପହର୍ତ୍ତାଙ୍କୁ ଲକ୍ଷେ ଟଙ୍କା ଦେଇଥିବା ପ୍ରମାଣ ବି ଦେଖାଇଲା। ମାତ୍ର ଶେଷରେ ଗଞ୍ଜେଇ ମାଫିଆଙ୍କ ପତ୍ନୀର ସବୁ ଚତୁରତା ଧରା ପଡ଼ିଯାଇଥିଲା କମିସନରେଟ ପୁଲିସ ପାଖରେ। ଫେରାର୍‍ଗଞ୍ଜେଇ […]

ଭୁବନେଶ୍ୱର : ପୁଲିସକୁ ବୋକା ବନାଇଲା ଗଞ୍ଜେଇ ମାଫିଆର ପତ୍ନୀ। ଏମିତିକ ପୁଲିସ ନାଁରେ ଥାନାରେ ଏତଲା ବି ଦେଲା। ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଛି ଓ ମୁଣ୍ଡ ଜାମିନ ରଖି ଅପହର୍ତ୍ତାମାନେ ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ବି କଲା। ପୁରୁଣା କାରବାର ରସିଦ ଦେଖାଇ ଅପହର୍ତ୍ତାଙ୍କୁ ଲକ୍ଷେ ଟଙ୍କା ଦେଇଥିବା ପ୍ରମାଣ ବି ଦେଖାଇଲା। ମାତ୍ର ଶେଷରେ ଗଞ୍ଜେଇ ମାଫିଆଙ୍କ ପତ୍ନୀର ସବୁ ଚତୁରତା ଧରା ପଡ଼ିଯାଇଥିଲା କମିସନରେଟ ପୁଲିସ ପାଖରେ। ଫେରାର୍‍ଗଞ୍ଜେଇ ମାଫିଆ ବବୁଲ ଦାସକୁ ପୁରୁଣା ମାମଲାରେ ଗତ ୬ ତାରିଖ ତମାଣ୍ଡୋ ଥାନା ପୁଲିସ ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ସ୍ଥିତ ଘର ନିକଟରୁ ଉଠାଇ ଆଣିଥିଲା। ମାତ୍ର ବବୁଲର ପତ୍ନୀ ପୂଜାରାଣୀ ଦାସ ସ୍ୱାମୀଙ୍କୁ ବଞ୍ଚାଇବାକୁ ଷଡ଼ଯନ୍ତ୍ର କରିଥିଲେ।

ଆହୁରି ପଢ଼ନ୍ତୁ: ବର୍ଷୀୟାନ ଅଭିନେତା ନାନା ପାଟେକରଙ୍କ ପରଲୋକ: ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା

୮ ତାରିଖରେ ଚନ୍ଦ୍ରଶେଖରପୁର ଥାନାକୁ ଆସି ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ଏପରିକି ଦୁର୍ବୃତ୍ତମାନେ ତାଙ୍କୁ ଉଠାଇ ନେଇ ମୁଣ୍ଡଜାମିନ୍‍ ଭାବେ ୨ଲକ୍ଷ ଟଙ୍କା ମାଗୁଥିବା ତାର ପତ୍ନୀ ପୂଜାରାଣୀ ଅଭିଯୋଗ କରିଥିଲେ। ସ୍ୱାମୀକୁ ଅପହରଣକାରୀ ମାରି ଦେବାକୁ ଧମକ ଦେଉଥିବାରୁ ସେ ଭୟରେ ଆସି ଅପହରଣକାରୀଙ୍କ ଆକାଉଣ୍ଟକୁ ଏକ ଲକ୍ଷ ଟଙ୍କା ପଠାଇଥିବା କହିଥିଲେ। ପୁଲିସ ତାଙ୍କୁ ଟଙ୍କା ପଠାଇବାର ପ୍ରମାଣ ମାଗିବା ପରେ ସେ ତାଙ୍କ ସ୍ୱାମୀର ସାଙ୍ଗଥିବା ଅନ୍ୟ ଜଣେ ଗଞ୍ଜେଇ ମାଫିଆଙ୍କ ନିକଟକୁ ପଠାଇଥିବା ଏକ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍‍ସନ୍‍ ଦେଖାଇଥିଲେ। ଚନ୍ଦ୍ରଶେଖରପୁର ପୁଲିସ ପୂଜାଙ୍କ ଚତୁରତା ବୁଝି ପାରି ନ ଥିଲା ଓ ଏକ ଅପହରଣ ମାମଲା ରୁଜୁ କରି ବବୁଲକୁ ଖୋଜାଖୋଜି ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ଶରଣକୁଳ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଠାବ

ଅଭିଯୁକ୍ତ ବବୁଲ ତମାଣ୍ଡୋ ପୁଲିସ ହେପାଜତରେ ଥିବାରୁ ତାର ଫୋନ୍‍ ବନ୍ଦ ରହିଥିଲା। ତେଣୁ ଚନ୍ଦ୍ରଶେଖରପୁର ପୁଲିସ ବବୁଲଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଇ ନ ଥିଲା। ତେବେ ଗତ ଶନିବାର ବବୁଲକୁ ତମାଣ୍ଡୋ ଥାନା ପୁଲିସ ଗତ ବର୍ଷ ଏକ ଗଞ୍ଜେଇ ମାମଲାରେ ଗିରଫ କରିଥିବା ସୂଚନା ପାଇବା ପରେ ଚନ୍ଦ୍ରଶେଖରପୁର ପୁଲିସ ହତବମ୍ବ ହୋଇ ଯାଇଥିଲା। ଅଭିଯୁକ୍ତ ବବୁଲର ପତ୍ନୀ ପୂଜା ଚତୁରତାର ସହ ସ୍ୱାମୀକୁ ବଞ୍ଚାଇବାକୁ ନାଟକ କରିଥିବା ଜାରି ପାରିଥିଲା। ଯେହେତୁ ପୁଲିସ ନାମରେ ପୁଲିସ ମାମଲା ରୁଜୁ କରିଛି ତେଣୁ ଏହି ମାମଲା ପରବର୍ତ୍ତୀ ସମୟରେ ଖାରଜ ହେବ। ମାତ୍ର ପୁଲିସକୁ ଭୁଅାଁ ବୁଲାଇଥିବା ଓ ଅଭିଯୁକ୍ତକୁ ମୁକୁଳାଇବାକୁ ଜାଲିଆତି କରିଥିବା ଅଭିଯୋଗରେ ପୂଜା ବିରୋଧରେ ଚନ୍ଦ୍ରଶେଖରପୁର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ନାମାଙ୍କନ ଦାଖଲ ପୂର୍ବରୁ ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର