ପ୍ରତିବର୍ଷ ବଢୁଛି ୦.୦୩ ଡିଗ୍ରୀ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର : ସେଦିନର ଯୋଜନାବଦ୍ଧ ସହର ରାଜଧାନୀ ଆଉ ୟୁନିଟ୍‍ ଭିତରେ ସୀମିତ ହୋଇ ରହିନି। ଏବେ ଆଇଗିଣିଆରୁ-ନଖରା, ଭରତପୁରରୁ-ଧଉଳି ପର୍ଯ୍ୟନ୍ତ ଲମ୍ବିଲାଣି ନୂଆ ରାଜଧାନୀ କଳେବର। ଯେଉଁ ସହର ପାଇଁ ସେ ସମୟରେ ମାତ୍ରା ୬୧୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା ସେଠି ଏବେ ଗୋଟେ ଗୋଟେ ପ୍ରକଳ୍ପ ପାଇଁ ରାତାରାତି ସେତିକି ଟଙ୍କା ଖର୍ଚ୍ଚ ହୋଇ ଯାଉଛି। ଭଙ୍ଗାଗଢ଼ାର ଏହି ସହର ଭିତରେ ଯଦିଓ ଅନେକ ସୁନେଲି ସ୍ୱପ୍ନ ଗୁନ୍ଥା ହେବା ଆରମ୍ଭ ହୋଇଛି; ହେଲେ […]

ଭୁବନେଶ୍ୱର : ସେଦିନର ଯୋଜନାବଦ୍ଧ ସହର ରାଜଧାନୀ ଆଉ ୟୁନିଟ୍‍ ଭିତରେ ସୀମିତ ହୋଇ ରହିନି। ଏବେ ଆଇଗିଣିଆରୁ-ନଖରା, ଭରତପୁରରୁ-ଧଉଳି ପର୍ଯ୍ୟନ୍ତ ଲମ୍ବିଲାଣି ନୂଆ ରାଜଧାନୀ କଳେବର। ଯେଉଁ ସହର ପାଇଁ ସେ ସମୟରେ ମାତ୍ରା ୬୧୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା ସେଠି ଏବେ ଗୋଟେ ଗୋଟେ ପ୍ରକଳ୍ପ ପାଇଁ ରାତାରାତି ସେତିକି ଟଙ୍କା ଖର୍ଚ୍ଚ ହୋଇ ଯାଉଛି। ଭଙ୍ଗାଗଢ଼ାର ଏହି ସହର ଭିତରେ ଯଦିଓ ଅନେକ ସୁନେଲି ସ୍ୱପ୍ନ ଗୁନ୍ଥା ହେବା ଆରମ୍ଭ ହୋଇଛି; ହେଲେ ଆଗାମୀ ଦିନରେ ଆମେ ଯେ ଏକ ଅସୁରକ୍ଷିତ ଉତ୍ତପ୍ତ ପିଣ୍ଡ ଭିତରକୁ ଧସେଇ ପଶୁଛୁ ଏକଥାକୁ ଅଣଦେଖା କରାଯାଇ ନ ପାରେ। ୧୯୭୦ ମସିହାରୁ ଏବେ ପର୍ଯ୍ୟନ୍ତ ରାଜଧାନୀର କଳେବର ବୃଦ୍ଧି ଭିତରେ ଅନେକ ଗଛ କଟା ହୋଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଅନେକ ପୁରୁଣା ପୋଖରୀ, ହ୍ରଦ ସନ୍ତସନ୍ତିଆ ଜାଗା ପୋତା ହୋଇଛି। ରାଜଧାନୀକୁ ଚାରିପଟୁ ଘେରି ରହିଥିବା ଗ୍ରୀନ୍‍ କରିଡର ଏବେ ଆଉ ନାହିଁ। ପୂର୍ବରୁ ରାଜଧାନୀକୁ ଚାରିପଟୁ ଭରତପୁର ସଂରକ୍ଷିତ ଜଙ୍ଗଲ, ଚନ୍ଦକା ଅଭୟାରଣ୍ୟର କିଛି ଅଂଶ ସୁରକ୍ଷା ଦେଉଥିଲା। ଏବେ ରାଜଧାନୀ କ୍ରମ ବିକାଶ ଭିତରେ ଏସବୁ ଜଙ୍ଗଲ ଉପରେ ଏବେ ବଡ ବଡ କୋଠା ମୁଣ୍ଡ ଟେକି ସାରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ୧୯୭୦ ଦଶକରେ ରାଜଧାନୀର ହାରାହାରି ତାପମାତ୍ର ଜାନୁୟାରୀ ମାସରେ ୨୨.୨୬ ଡିଗ୍ରୀ, ଫେବୃୟାରୀରେ ୨୫.୨୭, ମାର୍ଚ୍ଚରେ ୨୮.୯୮, ଏପ୍ରିଲ ମାସରେ ୩୧.୨୦, ମେ’ ମାସରେ ୩୧.୯୮, ଜୁନ୍‍ରେ ୩୦.୭୯, ଜୁଲାଇ ମାସରେ ୨୮.୮୮, ଅଗଷ୍ଟ ମାସରେ ୩୮.୫୭, ସେପ୍ଟେମ୍ବରରେ ୨୮.୬୭, ଅକ୍ଟୋବର ମାସରେ ୨୭.୫୮, ନଭେମ୍ବର ମାସରେ ୨୪.୯୬ ଓ ଡିସେମ୍ବର ମାସରେ ୨୧.୯୧ ଡିଗ୍ରୀ ଥିଲା।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ମାତ୍ର ଏବେ ସେସବୁରେ ଢ଼େର ପରିବର୍ତ୍ତନ ଆସିଛି। ଗତ ବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୪.୨ ହେବା ଏକଥାକୁ ପ୍ରମାଣିତ କରୁଛି ଯେ ଦିନକୁ ଦିନ ଉତ୍ତପ୍ତ ହେଉଛି ରାଜଧାନୀ। ପ୍ରତିବର୍ଷ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ହାରାହାରି ଭାବେ ୦.୦୩ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ପାଉଛି। ସେହିପରି ସର୍ବନିମ୍ନ ତାପାତ୍ରା ହାରାହାରି ଭାବେ ବର୍ଷକୁ ୦.୦୨୦ ଡିଗ୍ରୀ ସେଲ୍‌ଫସିୟସ୍‍ ବୃଦ୍ଧି ପାଉଛି। ସେହିପରି ଗତ ୭୪ ବର୍ଷ ଭିତରେ ରାଜଧାନୀ ତାପମାତ୍ରା ସର୍ବୋଚ୍ଚ ହାରାହାରି ଭାବେ ମାର୍ଚ୍ଚ ମାସରେ ବୃଦ୍ଧି ପାଇଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ଅକ୍ଟୋବର ମାସରେ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର