ପରିଣତ ବୟସରେ ଜୀବନ ସଂଘର୍ଷ

The Sakala Picture
Published On

ଭୁବନେଶ୍ୱର : ଗେଣ୍ଡୁ ଫୁଲ ନିଅ, ହଳଦୀପତ୍ର ୩ବିଡ଼ାକୁ ୨୦ଟଙ୍କା ନିଅ। ବଡ଼ ପାଟିରେ କଥା କହିବାର ସାମର୍ଥ୍ୟ ନ ଥିଲେ ବି କିଛିକ୍ଷଣ ପାଇଁ ତାଙ୍କ ସ୍ୱର ସମସ୍ତଙ୍କୁ ଅଟକାଇ ଦେଉଥିଲା। ଆଉ ତାଙ୍କୁ ଦେଖି କିଛି ଲୋକେ ବାଧ୍ୟ ହୋଇ ତାଙ୍କଠାରୁ ଫୁଲ ଏବଂ ହଳଦୀ ପତ୍ର କିଣୁଥିଲେ। ଛତା ତଳେ ବସି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି ବ୍ୟବସାୟ କରୁଥିଲେ ଜଣେ ବୃଦ୍ଧା। ଘରେ ମାନସିକ ବିକାରଗ୍ରସ୍ତ ପୁଅ, ବୋହୂ, ନାତିନାତୁଣୀଙ୍କ ପାଇଁ […]

ଭୁବନେଶ୍ୱର : ଗେଣ୍ଡୁ ଫୁଲ ନିଅ, ହଳଦୀପତ୍ର ୩ବିଡ଼ାକୁ ୨୦ଟଙ୍କା ନିଅ। ବଡ଼ ପାଟିରେ କଥା କହିବାର ସାମର୍ଥ୍ୟ ନ ଥିଲେ ବି କିଛିକ୍ଷଣ ପାଇଁ ତାଙ୍କ ସ୍ୱର ସମସ୍ତଙ୍କୁ ଅଟକାଇ ଦେଉଥିଲା। ଆଉ ତାଙ୍କୁ ଦେଖି କିଛି ଲୋକେ ବାଧ୍ୟ ହୋଇ ତାଙ୍କଠାରୁ ଫୁଲ ଏବଂ ହଳଦୀ ପତ୍ର କିଣୁଥିଲେ। ଛତା ତଳେ ବସି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି ବ୍ୟବସାୟ କରୁଥିଲେ ଜଣେ ବୃଦ୍ଧା। ଘରେ ମାନସିକ ବିକାରଗ୍ରସ୍ତ ପୁଅ, ବୋହୂ, ନାତିନାତୁଣୀଙ୍କ ପାଇଁ ପରିଣତ ବୟସରେ ବି ଘରୁ ଗୋଡ଼ କାଢି ଆସୁଛନ୍ତି। ଦୀର୍ଘ ବର୍ଷ ହେବ ଏଭଳି ଆସୁଛନ୍ତି ସେ। ହାତରେ ଗୋଡ଼ରେ ବଳ ବୟସ ନ ଥିଲେ ବି ଦୃଢମନୋବଳ ତାଙ୍କୁ ଜୀବନ ପଥରେ ଆଗେଇ ଯିବାର ରାହା ଦେଖାଇଛି। ଏମିତିକି ଭଲରେ କଥା କହିବା କି ଶୁଭୁନି ମଧ୍ୟ। ସେ ହେଉଛନ୍ତି ସୁମିତ୍ରା ପାତ୍ର। ବୟସ ପାଖାପାଖି ୭୫। ପୁରୀର ଗୁଡ଼ିଆ ପୋଖରୀରୁ ପ୍ରତ୍ୟେକଦିନ ସକାଳ ୫ଟାରୁ ଆସି ଏଜି ପାଖରେ ଫୁଲ ଓ ହଳଦୀ ପତ୍ର ବିକ୍ରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ଯେଉଁ ବୟସରେ ବୁଢ଼ୀ ମା’କୁ ପୁଅ ବୋହୂ ସାହା ହେବା କଥା, ସେହି ବୟସରେ ସୁମିତ୍ରା ମାଉସୀ ଏତେ ଦୂରରୁ ଆସି ପରିବାର ପ୍ରତିପୋଷଣ କରୁଛନ୍ତି। କେତେବେଳେ ନାତିମାନଙ୍କ ସହ ଆଉ କେତେବେଳେ ନିଜେ ଗାଡ଼ି କରି ଆସି ବିକ୍ରି କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେ ଥକି ଯାଇନାହାଁନ୍ତି। ଏକଥା ଆଜିକାଲିର ନୁହେଁ ଦୀର୍ଘବର୍ଷ ହେବ ସେ ଏଭଳି ଆସୁଛନ୍ତି। ଦିନକୁ ୨ଶହରୁ ୩ଶହ ଟଙ୍କା ରୋଜଗାର କରନ୍ତି ସୁମିତ୍ରା ମାଉସୀ। ଏହାସହିତ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ପରିବାର ଚଳାନ୍ତି। ପ୍ରତ୍ୟେକଦିନ ସକାଳୁ ଘରୁ ଆସି ୟୁନିଟ୍‍-୧ ହାଟରୁ ଗେଣ୍ଡୁ ଫୁଲ ଓ ହାର କିଣି ଆଣି ବିକ୍ରି କରୁଛନ୍ତି। ଏସମ୍ପର୍କରେ ସୁମିତ୍ରା। ମାଉସୀ କୁହନ୍ତି, ରୋଜଗାର କରି ନେଲେ ଆମ ଘରେ ଚୁଲି ଜଳିବ। ଏବେ ଯିବାଆସିବା ନ କରିପାରିଲେ ନାତି ଆଣି ଛାଡିଦେଇ ଯିବାପରେ ଫୁଲ ବୋଝ ଧରି ହାଟରୁ ଆସି ବ୍ୟବସାୟ କରୁଛି। କେଉଁଦିନ ସନ୍ଧ୍ୟା ୫ଟା ତ ଆଉ କେତେବେଳେ ରାତି ୮ଟା ସୁଦ୍ଧା ଶେଷ ହୋଇଯାଉଛି ବୋଲି କୁହନ୍ତି ସୁମିତ୍ରା।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

27 Nov 2021 By The Sakala

ପରିଣତ ବୟସରେ ଜୀବନ ସଂଘର୍ଷ

ଭୁବନେଶ୍ୱର : ଗେଣ୍ଡୁ ଫୁଲ ନିଅ, ହଳଦୀପତ୍ର ୩ବିଡ଼ାକୁ ୨୦ଟଙ୍କା ନିଅ। ବଡ଼ ପାଟିରେ କଥା କହିବାର ସାମର୍ଥ୍ୟ ନ ଥିଲେ ବି କିଛିକ୍ଷଣ ପାଇଁ ତାଙ୍କ ସ୍ୱର ସମସ୍ତଙ୍କୁ ଅଟକାଇ ଦେଉଥିଲା। ଆଉ ତାଙ୍କୁ ଦେଖି କିଛି ଲୋକେ ବାଧ୍ୟ ହୋଇ ତାଙ୍କଠାରୁ ଫୁଲ ଏବଂ ହଳଦୀ ପତ୍ର କିଣୁଥିଲେ। ଛତା ତଳେ ବସି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି ବ୍ୟବସାୟ କରୁଥିଲେ ଜଣେ ବୃଦ୍ଧା। ଘରେ ମାନସିକ ବିକାରଗ୍ରସ୍ତ ପୁଅ, ବୋହୂ, ନାତିନାତୁଣୀଙ୍କ ପାଇଁ ପରିଣତ ବୟସରେ ବି ଘରୁ ଗୋଡ଼ କାଢି ଆସୁଛନ୍ତି। ଦୀର୍ଘ ବର୍ଷ ହେବ ଏଭଳି ଆସୁଛନ୍ତି ସେ। ହାତରେ ଗୋଡ଼ରେ ବଳ ବୟସ ନ ଥିଲେ ବି ଦୃଢମନୋବଳ ତାଙ୍କୁ ଜୀବନ ପଥରେ ଆଗେଇ ଯିବାର ରାହା ଦେଖାଇଛି। ଏମିତିକି ଭଲରେ କଥା କହିବା କି ଶୁଭୁନି ମଧ୍ୟ। ସେ ହେଉଛନ୍ତି ସୁମିତ୍ରା ପାତ୍ର। ବୟସ ପାଖାପାଖି ୭୫। ପୁରୀର ଗୁଡ଼ିଆ ପୋଖରୀରୁ ପ୍ରତ୍ୟେକଦିନ ସକାଳ ୫ଟାରୁ ଆସି ଏଜି ପାଖରେ ଫୁଲ ଓ ହଳଦୀ ପତ୍ର ବିକ୍ରି କରୁଛନ୍ତି।

ଯେଉଁ ବୟସରେ ବୁଢ଼ୀ ମା’କୁ ପୁଅ ବୋହୂ ସାହା ହେବା କଥା, ସେହି ବୟସରେ ସୁମିତ୍ରା ମାଉସୀ ଏତେ ଦୂରରୁ ଆସି ପରିବାର ପ୍ରତିପୋଷଣ କରୁଛନ୍ତି। କେତେବେଳେ ନାତିମାନଙ୍କ ସହ ଆଉ କେତେବେଳେ ନିଜେ ଗାଡ଼ି କରି ଆସି ବିକ୍ରି କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେ ଥକି ଯାଇନାହାଁନ୍ତି। ଏକଥା ଆଜିକାଲିର ନୁହେଁ ଦୀର୍ଘବର୍ଷ ହେବ ସେ ଏଭଳି ଆସୁଛନ୍ତି। ଦିନକୁ ୨ଶହରୁ ୩ଶହ ଟଙ୍କା ରୋଜଗାର କରନ୍ତି ସୁମିତ୍ରା ମାଉସୀ। ଏହାସହିତ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ପରିବାର ଚଳାନ୍ତି। ପ୍ରତ୍ୟେକଦିନ ସକାଳୁ ଘରୁ ଆସି ୟୁନିଟ୍‍-୧ ହାଟରୁ ଗେଣ୍ଡୁ ଫୁଲ ଓ ହାର କିଣି ଆଣି ବିକ୍ରି କରୁଛନ୍ତି। ଏସମ୍ପର୍କରେ ସୁମିତ୍ରା। ମାଉସୀ କୁହନ୍ତି, ରୋଜଗାର କରି ନେଲେ ଆମ ଘରେ ଚୁଲି ଜଳିବ। ଏବେ ଯିବାଆସିବା ନ କରିପାରିଲେ ନାତି ଆଣି ଛାଡିଦେଇ ଯିବାପରେ ଫୁଲ ବୋଝ ଧରି ହାଟରୁ ଆସି ବ୍ୟବସାୟ କରୁଛି। କେଉଁଦିନ ସନ୍ଧ୍ୟା ୫ଟା ତ ଆଉ କେତେବେଳେ ରାତି ୮ଟା ସୁଦ୍ଧା ଶେଷ ହୋଇଯାଉଛି ବୋଲି କୁହନ୍ତି ସୁମିତ୍ରା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର