ଅପରାଧ ପାଇଁ ଥାନାକୁ ମିଳିଛି ପରିଚୟ

The Sakala Picture
Published On

ଭୁବନେଶ୍ୱର : ଭିନ୍ନଭିନ୍ନ ପ୍ରକାର ଅପରାଧକୁ ନେଇ ଥାନାଗୁଡ଼ିକର ପରିଚୟ ମଧ୍ୟ ସେଭଳି ହେଉଛି। କେଉଁ ଥାନାରେ ଅଧିକ ଠକେଇ ମାମଲା ରୁଜ୍ଜୁ ହେଉଛି ତ ଆଉ କେଉଁ ଥାନାରେ ନିଶା କାରବାର ନେଇ ଅଧିକ ଅଭିଯୋଗ ହେଉଛି ତଥା ପୁଲିସ ଅଧିକ ନିଶା ଦ୍ରବ୍ୟ ଜବତ କରୁଛି। ୪ ଥାନାରେ ନିଶା କାରବାର ଅଧିକ ଚନ୍ଦକା, ଭରତପୁର, ଲକ୍ଷ୍ମୀସାଗର, ନୂଆପଲ୍ଲୀ ଥାନା ନିଶା କାରବାର ପାଇଁ ଚର୍ଚ୍ଚାରେ ରହିଛି। ଚନ୍ଦକା ଥାନା ସହରର ଉପକଣ୍ଠରୁ ରହୁଥିବାରୁ […]

ଭୁବନେଶ୍ୱର : ଭିନ୍ନଭିନ୍ନ ପ୍ରକାର ଅପରାଧକୁ ନେଇ ଥାନାଗୁଡ଼ିକର ପରିଚୟ ମଧ୍ୟ ସେଭଳି ହେଉଛି। କେଉଁ ଥାନାରେ ଅଧିକ ଠକେଇ ମାମଲା ରୁଜ୍ଜୁ ହେଉଛି ତ ଆଉ କେଉଁ ଥାନାରେ ନିଶା କାରବାର ନେଇ ଅଧିକ ଅଭିଯୋଗ ହେଉଛି ତଥା ପୁଲିସ ଅଧିକ ନିଶା ଦ୍ରବ୍ୟ ଜବତ କରୁଛି।
୪ ଥାନାରେ ନିଶା କାରବାର ଅଧିକ ଚନ୍ଦକା, ଭରତପୁର, ଲକ୍ଷ୍ମୀସାଗର, ନୂଆପଲ୍ଲୀ ଥାନା ନିଶା କାରବାର ପାଇଁ ଚର୍ଚ୍ଚାରେ ରହିଛି। ଚନ୍ଦକା ଥାନା ସହରର ଉପକଣ୍ଠରୁ ରହୁଥିବାରୁ ଦେଶୀ ମଦକାରବାର ଅଧିକ ହେଉଛି। ଏହି ଥାନା ଅଞ୍ଚଳରେ ପ୍ରତିବର୍ଷ ୨୦୦ରୁ ୨୫୦ ମାମଲା ରୁଜୁ ହେଉଛି। ସେଥିରୁ ୭୦ପ୍ରତିଶତ ମାମଲା ମଦ କାରବାର ଲାଗି ରୁଜୁ ହୋଇଛି। ଉପକଣ୍ଠରେ ପୁଲିସର ଢିଲା ଚଢ଼ଉ କରିବା ଲାଗି ଘରେଘରେ ଦେଶୀ ମଦ କାରବାର ହେଉଛି। ସେଠାରେ ଖୋର୍ଦ୍ଧା, ନୟାଗଡ଼଼ ଆଦି ଜିଲ୍ଲାରୁ ମଧ୍ୟ ଚାଲାଣ କରାଯାଉଛି।

ସେପଟେ ଭରତପୁର ଥାନା ହେବା ପରେ ୨୦୦ରୁ ଅଧିକ ମାମଲା ରୁଜୁ ହେଲାଣି। ସେଥିରେ ୫୦ପ୍ରତିଶତ ମଦ କାରବାର ସମ୍ପର୍କିତ ମାମଲା ରୁଜୁ ହୋଇଛି। ବସ୍ତି ସଂଖ୍ୟା ଅଧିକ ଥିବା ସହିତ ସବୁ ବସ୍ତିରେ ଦେଶୀ ମଦ କାରବାର ବୃଦ୍ଧି ହୋଇଛି। ସେଭଳି ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବ୍ରାଉନସୁଗର କାରବାରରେ ଲାଗି ବେଶ୍‍ ପରିଚିତ ରହିଛି। ହଳଦୀପଡ଼ିଆ ବସ୍ତିରେ ବ୍ରାଉନସୁଗର କାରବାର ଓ ଦେଶୀ ମଦ ବେପାରରେ ନାଁ ରହିଛି। ବର୍ଷକୁ ଉକ୍ତ ଥାନାରେ ୩୫୦ରୁ ୪୫୦ ମାମଲା ରୁଜୁ ହେଉଛି। ସେଥିରୁ ୩୦ପ୍ରତିଶତ ମାମଲା କେବଳ ବ୍ରାଉନସୁଗର ଓ ଦେଶୀ ମଦ କାରବାରକୁ ନେଇ ହେଉଛି। ନୂଆପଲ୍ଲୀ ଥାନା ଅଞ୍ଚଳରେ ବାର୍ଷିକ ୫୫୦ରୁ ୬୫୦ଟି ମାମଲା ରୁଜୁ ହେଉଛି। ସାଲିଆସାହିରେ ଥିବାରୁ ୨୦ପ୍ରତିଶତ ମଦ କାରବାରକୁ ନେଇ ମାମଲା ରୁଜୁ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଠକେଇରେ ବରଗଡ଼, ବାଲିପାଟଣା ଓ ସହିଦନଗର ସେହିଭଳି ବଡ଼ଗଡ଼଼, ବାଲିପାଟଣା ଓ ସହିଦନଗର ଭଳି ଥାନାରେ ଏବେ ଠକେଇ ମାମଲା ଅଧିକ ରୁଜୁ ହୋଇଛି। ବଡ଼ଗଡ଼଼ ଥାନାର କ୍ରାଇମ୍‍ ରିପୋର୍ଟ ଦେଖିଲେ ପ୍ର୍‍ତିବର୍ଷ ୩୫୦ରୁ ୪୫୦ଟି ମାମଲା ରୁଜୁ ହେଉଛି। ସେଥିରୁ ୩୦ପ୍ରତିଶତ ଅଭିଯୋଗ ଠକେଇ ସମ୍ପର୍କିତ। ଉକ୍ତ ଥାନା ଅଞ୍ଚଳରେ ଜମି କାରବାର ହେଉଥିବାରୁ ବିଲ୍ଡର ଜମି ଦେବାକୁ କହି ଟଙ୍କା ଠକି ନେଉଥିବା ଅଭିଯୋଗ ହେଉଛି। ସେଭଳି କାର୍‍ ଦେବାକୁ କହି ହେଉ କିମ୍ବା ଫ୍ଲାଟ୍‍ ଦେବା ହେଉ କହି ଠକେଇ କରୁଛନ୍ତି ଠକ। ସେହିପରି ସହରରୁ ଉପକଣ୍ଠ ବାଲିପାଟଣାରେ ମଧ୍ୟ ଜମିଜମା ଠକେଇ ମାମଲା ଅଧିକ ରୁଜୁ ହେଉଛି। ବର୍ଷକୁ ୨୫୦ରୁ ୩୫୦ ଭିତରେ ମାମଲା ରୁଜୁ ହେଉଛି। ସେଥିରୁ ୫୦ ପ୍ରତିଶତ ଜମିଜମା ମାମଲା। ସେହିପରି ସହିଦନଗର ଥାନା ଅଞ୍ଚଳରେ ଅଧିକ ବିଲ୍ଡର ସଂସ୍ଥା ରହିବା ସହ କିଛି ଜମିବାଡ଼ି ଓ ଫ୍ଲାଟ୍‍ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେଣୁ ବିଲ୍ଡରମାନେ ମଧ୍ୟ ଲୋକଙ୍କ ଠାରୁ ଟଙ୍କା ନେଇ ଫେରାର୍‍ ହୋଇଯାଉଛନ୍ତି। ସହିଦନଗର ଥାନାରେ ବାର୍ଷିକ ୫୦୦ରୁ ୭୦୦ ମାମଲା ରୁଜୁ ହେଉଛି। ସେଥିରୁ ୧୫ପ୍ରତିଶତ ଏଭଳି ଠକେଇ ସମ୍ପର୍କିତ ବୋଲି ଅପରାଧ ରେକର୍ଡରୁ ଜଣାପଡ଼ିଛି। ସେଭଳି ଏହି ୩ଟି ନୁହେଁ ବରଂ ମଞ୍ଚେଶ୍ୱର, ଇନ୍‍ଫୋସିଟି, ନନ୍ଦନକାନନ ଆଦି ଥାନା ଅଞ୍ଚଳରେ ଜମି ଓ ଘର ସଂଖ୍ୟା ଅଧିକ ଥିବାରୁ ଜମିବାଡ଼ି ଠକେଇ ସମ୍ପର୍କିତ ମାମଲା ମଧ୍ୟ ଅଧିକ ରୁଜୁ ହେଉଛି। ଚୋରି ଲୁଟପାଟରେ କ୍ୟାପିଟାଲ ଓ ଖାରବେଳନଗର ଆଗରେ ଅନ୍ୟପଟେ କ୍ୟାପିଟାଲ, ଖାରବେଳନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଆଦି ଥାନା ଅଞ୍ଚଳ ଚୋରି, ଲୁଟ୍‍ପାଟ୍‍ ପାଇଁ ପ୍ରସିଦ୍ଧି ଲାଭ କରୁଛି। ଉକ୍ତ ଥାନାଗୁଡିକ ଅଞ୍ଚଳରେ ଅଧିକ ବସ୍ତିଗୁଡ଼ିକ ଗଢ଼ିଉଠିବାରୁ ଚୋରି ଓ ଛିନ୍‍ତାଇ ଅଧିକ ହେଉଛି। ଜନବସତି ବଢ଼଼ିବା ସହ ଲୋକସଂଖ୍ୟା ଅହେତୁକ ଭାବେ ବୃଦ୍ଧି ହେଉଛି।

ତେଣୁ ଉକ୍ତ ଥାନାଗୁଡିକ ଅଞ୍ଚଳରେ ଅଧିକ ଚୋରି, ଛିନ୍‍ତାଇ ମାମଲା ରହୁଛି। କ୍ୟାପିଟାଲ ଥାନାରେ ବର୍ଷକୁ ୫୦୦ରୁ ୬୦୦ ମାମଲା ରୁଜୁ ହେଉଛି। ସେଥିର ଅଧିକ ଚୋରି ଓ ଲୁଟ୍‍ପାଟ୍‍ ସମ୍ପର୍କିତ। ଉକ୍ତ ଥାନା ଅଞ୍ଚଳରେ ୟୁନିଟ୍‍-୧ ଓ ୨ମାର୍କେଟ ଏବଂ ସରକାରୀ କ୍ୱାର୍ଟର୍ସ ରହିଥିବାରୁ ଅଧିକ ଭିଡ଼ ହେଉଛି। ତେଣୁ ଲୁଟେରା ସକ୍ରିୟ ହେବାର ମୁଖ୍ୟ କାରଣ। ସେହିଭଳି ଖାରବେଳନଗର ଥାନା ଅଞ୍ଚଳରେ ମାଳିସାହି ରହିଛି। ସେଠାରେ ବାଲାଂଦେଶୀ ଆଡ୍ଡା ଜମାଉଛନ୍ତି। ତେଣୁ ସେମାନେ ଆସି ଉକ୍ତ ଅଞ୍ଚଳରୁ ଲୁଟ୍‍ପାଟ୍‍ ଅଧିକ କରୁଛନ୍ତି। ସେପଟେ ଚନ୍ଦ୍ରଶେଖରପୁର ଅଞ୍ଚଳ ଏବେ ଅପେକ୍ଷାକୃତ ବଢ଼଼ୁଛି। ତେଣୁ ଉକ୍ତ ଅଞ୍ଚଳରେ ଲୁଟ୍‍ପାଟ୍‍, ଚୋରି, ଛିନ୍‍ତାଇ ଏବେ ଦିନକୁ ଦିନ ବୃଦ୍ଧି ହେଉଛି। ଉକ୍ତ ଥାନା ଅଞ୍ଚଳରେ ରୁଜ୍ଜୁ ହେଉଥିବା ବାର୍ଷିକ ୫୦୦ରୁ ୫୫୦ ମାମଲା ମଧ୍ୟରୁ ୫୫ ପ୍ରତିଶତ ଚୋରି ସମ୍ବନ୍ଧୀୟ। ଏତିସହିତ ଖଣ୍ଡଗିରି ଥାନା ରାସ୍ତାକଡ଼ ଏବଂ ସବୁଠାରୁ ଅଧିକ ପରିସୀମା ରହିଥିବାରୁ ଉକ୍ତ ଥାନା ସବୁଠାରୁ ଅଧିକ ମାମଲା ରୁଜୁ ହେଉଛି। ପ୍ରତିବର୍ଷ ୮୦୦ରୁ ୮୫୦ ମାମଲା ରୁଜୁ ହେଉଛି। ସେଥିରୁ ୩୫ପ୍ରତିଶତ ଚୋରି, ଲୁଟ୍‍ପାଟ୍‍ ଓ ଛିନ୍‍ତାଇ ଘଟଣା ଘଟୁଛି।

02 Aug 2021 By The Sakala

https://www.thesakala.in/latest-odisha-news/the-police-have-been-identified-for-the-crime/article-4298
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର