ନାବାଳିକା ଅପହରଣ ମାମଲା ୮ ମାସ ପରେ ଧରାପଡ଼ିଲା ଅଭିଯୁକ୍ତ

The Sakala Picture
Published On

ଭୁବନେଶ୍ୱର ନାବାଳିକା ଅପହରଣର ୮ ମାସ ପରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଡାକ୍ତରୀ ମାଇନା କରି ସୁଧାର ଗୃହରେ ରଖିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କ ପଡ଼ୋଶୀ। ଶନିବାର ରାତି ୯ଟାରେ ମଞ୍ଚେଶ୍ୱର ଥାନା ପୁଲିସ ଭଦ୍ରକ ଟାଉନ ଥାନା ପୋଲିସ ସହାୟତାରେ ଏକ ଘରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରେ ରହୁଥିବା ଜଣେ […]

ଭୁବନେଶ୍ୱର ନାବାଳିକା ଅପହରଣର ୮ ମାସ ପରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଡାକ୍ତରୀ ମାଇନା କରି ସୁଧାର ଗୃହରେ ରଖିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କ ପଡ଼ୋଶୀ। ଶନିବାର ରାତି ୯ଟାରେ ମଞ୍ଚେଶ୍ୱର ଥାନା ପୁଲିସ ଭଦ୍ରକ ଟାଉନ ଥାନା ପୋଲିସ ସହାୟତାରେ ଏକ ଘରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରେ ରହୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗତ ଅକ୍ଟୋବର ୨୩ ତାରିଖରେ ଟ୍ୟୁସନ୍‍ ପାଇ ଯାଇ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ନ ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେବଳ ଏକ ମାମଲା ରୁଜୁକରି ବସି ପଡ଼ିଥିଲା। ଗତ ମଙ୍ଗଳବାର ଏକ ଅଜଣା ନମ୍ବରରୁ ନାବାଳିକା ପରିବାର ଲୋକଙ୍କୁ ଫୋନ କରି ସେ ହଂସପାଳ ନିକଟରେ ଥିବା କହିଥିଲା। ଶୀଘ୍ର ଆସି ନେଇଯିବାକୁ କାନ୍ଦିକାନ୍ଦି କହିଥିଲା। ପରିବାର ଲୋକେ ତୁରନ୍ତ ସେଠାକୁ ଯାଇ ଖୋଜା ଖୋଜିଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏନେଇ ପୁଲିସକୁ ଜଣାଇବା ପରେ ପୁଲିସ ଭଦ୍ରକରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ଜୀବନ

31 May 2021 By The Sakala

ନାବାଳିକା ଅପହରଣ ମାମଲା ୮ ମାସ ପରେ ଧରାପଡ଼ିଲା ଅଭିଯୁକ୍ତ

ଭୁବନେଶ୍ୱର ନାବାଳିକା ଅପହରଣର ୮ ମାସ ପରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଡାକ୍ତରୀ ମାଇନା କରି ସୁଧାର ଗୃହରେ ରଖିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କ ପଡ଼ୋଶୀ। ଶନିବାର ରାତି ୯ଟାରେ ମଞ୍ଚେଶ୍ୱର ଥାନା ପୁଲିସ ଭଦ୍ରକ ଟାଉନ ଥାନା ପୋଲିସ ସହାୟତାରେ ଏକ ଘରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରେ ରହୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗତ ଅକ୍ଟୋବର ୨୩ ତାରିଖରେ ଟ୍ୟୁସନ୍‍ ପାଇ ଯାଇ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ନ ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେବଳ ଏକ ମାମଲା ରୁଜୁକରି ବସି ପଡ଼ିଥିଲା। ଗତ ମଙ୍ଗଳବାର ଏକ ଅଜଣା ନମ୍ବରରୁ ନାବାଳିକା ପରିବାର ଲୋକଙ୍କୁ ଫୋନ କରି ସେ ହଂସପାଳ ନିକଟରେ ଥିବା କହିଥିଲା। ଶୀଘ୍ର ଆସି ନେଇଯିବାକୁ କାନ୍ଦିକାନ୍ଦି କହିଥିଲା। ପରିବାର ଲୋକେ ତୁରନ୍ତ ସେଠାକୁ ଯାଇ ଖୋଜା ଖୋଜିଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏନେଇ ପୁଲିସକୁ ଜଣାଇବା ପରେ ପୁଲିସ ଭଦ୍ରକରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର