ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟର ପ୍ରଭାବ : ବିକ୍ରି ହୋଇନପାରି ଅନୁଗୁଳ ଜିଲ୍ଲାର ବିଭିନ୍ନ ସରକାରୀ ଗୋଦାମରେ ପଡିରହିଛି କୋଟିକୋଟି ଟଙ୍କାର କେନ୍ଦୁପତ୍ର

The Sakala Picture
Published On

ଅନୁଗୁଳ : ଶ୍ରୀଲଙ୍କା ସଂକଟର ପ୍ରଭାବରେ କେନ୍ଦୁପତ୍ର କାରବାର କ୍ଷତି ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ବିକ୍ରି ନହୋଇ ପଡି ରହିଛି କୋଟି କୋଟି ଟଙ୍କାର କେନ୍ଦୁପତ୍ର। କେନ୍ଦୁପତ୍ର ବିଭାଗର ସୂଚନା ଅନୁସାରେ ଏଠାକାର କେନ୍ଦୁପତ୍ର ବିଶେଷ ଭାବେ ଶ୍ରୀଲଙ୍କା ରପ୍ତାନି ହୁଏ। କିନ୍ତୁ ସେଠାକାର ଆର୍ଥିକ ସଙ୍କଟ ଯୋଗୁଁ ଚଳିତ ବର୍ଷ ରପ୍ତାନି ହୋଇ ପାରୁ ନାହିଁ। ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲାର ଅନୁଗୁଳ ଓ ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନରେ ବିଭାଗ ତରଫରୁ […]

ଅନୁଗୁଳ : ଶ୍ରୀଲଙ୍କା ସଂକଟର ପ୍ରଭାବରେ କେନ୍ଦୁପତ୍ର କାରବାର କ୍ଷତି ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ବିକ୍ରି ନହୋଇ ପଡି ରହିଛି କୋଟି କୋଟି ଟଙ୍କାର କେନ୍ଦୁପତ୍ର। କେନ୍ଦୁପତ୍ର ବିଭାଗର ସୂଚନା ଅନୁସାରେ ଏଠାକାର କେନ୍ଦୁପତ୍ର ବିଶେଷ ଭାବେ ଶ୍ରୀଲଙ୍କା ରପ୍ତାନି ହୁଏ। କିନ୍ତୁ ସେଠାକାର ଆର୍ଥିକ ସଙ୍କଟ ଯୋଗୁଁ ଚଳିତ ବର୍ଷ ରପ୍ତାନି ହୋଇ ପାରୁ ନାହିଁ। ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲାର ଅନୁଗୁଳ ଓ ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନରେ ବିଭାଗ ତରଫରୁ ପ୍ରାୟ ୨୭ କୋଟି ଟଙ୍କାର ପତ୍ର କିଣା ଯାଇଛି। କିନ୍ତୁ ମାତ୍ର ୮କୋଟି ଟଙ୍କାର ପତ୍ର ବିକ୍ରି ହୋଇ ପାରିଛି। ଯାହାକି ବିଭାଗ ପାଇଁ ଚିନ୍ତାର କାରଣ ହୋଇ ପଡିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଅନୁଗୁଳ ଜିଲ୍ଲାରେ ଅନୁଗୁଳ ଓ ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ରହିଛି। ଏହି ଦୁଇଟି ଯାକ ଡିଭିଜନରେ ଏପ୍ରିଲ ୧୭ ତାରିଖରୁ କେନ୍ଦୁପତ୍ର ତୋଳା ଆରମ୍ବ ହୋଇ ମେ ମାସ ୨୬ତାରିଖରେ ଶେଷ ହୋଇଥିଲା। ଏହା ପରଠାରୁ ଆରମ୍ଭ ହୋଇଥିଲା କେନ୍ଦୁପତ୍ର କିଣା। ଦୁଇଟି ଯାକ ଡିଭିଜନରେ ଥିବା ୭ଶହରୁ ଅଧିକ କେନ୍ଦୁପତ୍ର ଫଡ଼ିରେ ସେସବୁ ପତ୍ର ରଖା ଯାଇଛି। ଏଥିପାଇଁ ବିଭାଗ ତରଫରୁ ସମସ୍ତ କେନ୍ଦୁପତ୍ର ତୋଳାଳୀ ଏବଂ ଏଥିରେ ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କୁ ସେମାନଙ୍କର ପ୍ରାପ୍ୟ ଯୋଗାଇ ଦେଇଛନ୍ତି। ଅଗଷ୍ଟ ମାସ ସୁଦ୍ଧା ଶତକଡା ୯୦ଭାଗ କେନ୍ଦୁପତ୍ର ବିକ୍ରି ହେବା କଥା। କିନ୍ତୁ ଏବେ ବିଭିନ୍ନ ଫଡ଼ିରେ ବିଡା ବନ୍ଧା କାର୍ଯ୍ୟ ଚାଲିଛି। ଗୋଦାମ ଗୁଡିକରେ କୁଇଣ୍ଟାଲ କୁଇଣ୍ଟାଲ କେନ୍ଦୁପତ୍ର ମହଜୁଦ ରହିଛି। ବିଭାଗୀୟ ରେକର୍ଡ ଅନୁସାରେ ମାତ୍ର ଶତକଡା ୪୦ଭାଗ କେନ୍ଦୁପତ୍ର ବିକ୍ରି ହୋଇ ପାରିଛି। ଚଳିତ ବର୍ଷ ଅନୁଗୁଳ ଜିଲା ପାଇଁ ସରକାରଙ୍କ ତରଫରୁ ୧୧ ହଜାର ୮୫୦ କୁଇଣ୍ଟାଲ ବିକ୍ରି ପାଇଁ ଟାର୍ଗେଟ ଦିଆ ଯାଇଛି। କିନ୍ତୁ ଜୁଲାଇ ମାସ ଶେଷ ସୁଦ୍ଧା ୧୨୬୦ କୁଇଣ୍ଟାଲ ବିକ୍ରି ହୋଇଥିବା ବେଳେ ୨୨୮୦ କୁଇଣ୍ଟାଲ ବଳକା ରହିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ପ୍ରତି ମାସରେ ଅକ୍ସନ ହୋଇ ବିକ୍ରି କରାଯାଏ। ତେଣୁ ଯେତିକି ଦିନ ବିତିବ ବିକ୍ରି ହୋଇ ନପାରିଲେ ମହଜୁଦ ସେତିକି ବଢି ବଢି ଚାଲିବ। କ୍ଷତିର ପରିମାଣ ମଧ୍ୟ ବୃଦ୍ଧି ପାଇବ। ଜୁଲାଇ ମାସ ଶେଷ ସୁଧା ପ୍ରାୟ ୫କୋଟି ୩୦ଲକ୍ଷ ଟଙ୍କା କମ ବିକ୍ରି ହୋଇଛି। ସରକାରୀ ହିସାବରେ କୁଇଣ୍ଟାଲ ପ୍ରତି ହାରାହାରି ୨୪ହଜାର ଟଙ୍କାରେ ବିକ୍ରି ହୁଏ। ଅଧିକ ଦିନ ମହଜୁଦ ରହିଲେ ପତ୍ରର ମାନ କମିଯାଏ। ତେଣୁ ଉଚିତ ଦରରେ ବିକ୍ରି ହୁଏ ନାହିଁ। ସେତେବେଳେବି ସରକାରଙ୍କୁ କ୍ଷତି ସହିବାକୁ ପଡିପାରେ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ବର୍ତମାନ ଜାହାବି ବିକ୍ରି ହେଉଛି ବିଭିନ୍ନ ବିଡ଼ି ମାଲିକ ମାନେ କିଣି ନେଉଛନ୍ତି। କିନ୍ତୁ ପ୍ରକୃତରେ ଏଠାରୁ ବିଶେଷ ଭାବେ ବଡ଼ ବଡ଼ ବେପାରୀ ମାନେ ଆସି ପଶ୍ଚିମବଙ୍ଗ, ବାଙ୍ଗାଲୋର ଏବଂ ମହାରାଷ୍ଟ୍ର ନିଅନ୍ତି। ସେଠାରୁ ସେମାନେ ଶ୍ରୀଲଙ୍କା, ପାକିସ୍ଥାନ ଆଦି ଦେଶକୁ ରପ୍ତାନି କରନ୍ତି । କିନ୍ତୁ ବର୍ତମାନ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଚଳିତ ବର୍ଷ ରପ୍ତାନୀ ବନ୍ଦ ଅଛି। ପାକିସ୍ଥାନକୁ ମଧ୍ୟ ବିଭିନ୍ନ କାରଣରୁ ଆଉ ରପ୍ତାନି ହେଉନାହିଁ। ଯାହାର ପ୍ରଭାବ ପଡିଛି ବିକ୍ରି ଉପରେ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଏହି ପରିସ୍ଥିତି ପାଇଁ କେନ୍ଦୁପତ୍ର ବିଭାଗ ଏବେ ଚିନ୍ତାରେ ପଡ଼ି ଯାଇଛି। କାରଣ ଏଥିରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଲାଭ ହୁଏ। ସେହି ଲାଭ ଟଙ୍କାରେ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ମାନେ ଦରମା ପାଆନ୍ତି। କେନ୍ଦୁପତ୍ର ଯୋଗୁ ହଜାର ହଜାର ଶ୍ରମିକ ଓ କର୍ମଚାରୀ ଅର୍ଥ ରୋଜଗାର କରନ୍ତି। ବିଭାଗୀୟ ରେକର୍ଡ ଅନୁସାରେ କେବଳ ଅନୁଗୁଳ ଡିଭିଜନରେ ୩୬ହଜାର ଏବଂ ଆଠମଲ୍ଲିକ ଡିଭିଜନରେ ୧୮ ହଜାର କେନ୍ଦୁପତ୍ର ତୋଳାଳୀ ଅଛନ୍ତି। ଏହାଛଡା ଅନୁଗୁଳ ଡିଭିଜନରେ ୯୩୬ ଜଣ ଏବଂ ଆଠମଲ୍ଲିକ ଡିଭିଜନରେ ୭୦୮ ଜଣ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଅଛନ୍ତି। କେନ୍ଦୁପତ୍ର ତୋଳାଳୀ ମାନେ ବର୍ଷକୁ ୨୦ ରୁ ୨୫ କୋଟି ଟଙ୍କା ପାଇ ଥାଆନ୍ତି।

ସେହିପରି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ମାନଙ୍କ ପାଇଁ ମାସକୁ ପ୍ରାୟ ଦୁଇ କୋଟି ଟଙ୍କା ଦରମା ବାବଦରେ ଖର୍ଚ୍ଚ ହୁଏ। ଏହାଛଡା କେନ୍ଦୁପତ୍ର ତୋଳା ଆରମ୍ଭରୁ ବିକ୍ରି ଶେଷ ହେବା ମଧ୍ୟରେ ୩/୪ମାସ ପାଇଁ ହେଡ ଚେକର, ଚେକର, ସର୍କଲ ଚେକର, ମୁନିଷ ଓ ଚପରାଶି ଆଦି ପଦବୀରେ ଶତାଧିକ ଲୋକଙ୍କୁ ନିଯୁକ୍ତି ଦିଆଯାଏ। ତେଣୁ କେନ୍ଦୁପତ୍ର ବିକ୍ରି ନହେଲେ ସରକାର କ୍ଷତି ସହି ସେମାନଙ୍କୁ ନିଯୁକ୍ତି ଦେବା ସମ୍ଭବ ହୋଇ ପାରିବ ନାହିଁ। ବର୍ତମାନ ଦୁଇଟି ଯାକ ଡିଭିଜନରେ ସରକାର ପ୍ରାୟ ୨୭ କୋଟି ଟଙ୍କାର କେନ୍ଦୁପତ୍ର କିଣି କିଣି ଥିବା ବେଳେ ମାତ୍ର ୮କୋଟି ଟଙ୍କା ବିକ୍ରି କରିଛନ୍ତି। ସେଥି ମଧ୍ୟରୁ ଦୁଇ ମାସ ହେଲା କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ କରା ଯାଉଛି। ତେଣୁ ଆଗକୁ ପରିସ୍ଥିତି କଣ ହେବ ସେନେଇ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି।

କେବଳ ଅନୁଗୁଳ ନୁହେଁ, ବୌଦ୍ଧ ଜିଲା ସମେତ ପଶ୍ଚିମ ଓଡିଶାର ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡା ଓ ଅନେକ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ଜିଲା ଗୁଡିକରେ ମଧ୍ୟ ସ୍ଥିତି ସେଭଳି ରହିଛି। ଚଳିତ ବର୍ଷ ବ୍ୟାପକ କ୍ଷତି ହେଲେ ଆଗାମୀ ବର୍ଷକୁ ସରକାରୀ ନିଶ୍ଚିତ ଭାବେ ସତର୍କ ହୋଇଯିବେ। ଏହାର ସିଧା ସଳଖ ପ୍ରଭାବ କେନ୍ଦୁପତ୍ର ଶ୍ରମିକ ମାନଙ୍କ ଉପରେ ପଡିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି। ଚଳିତ ବର୍ଷ କେନ୍ଦୁପତ୍ର ବିକ୍ରି ଅତି ନିରାଶ ଜନକ। ଯାହା ଆଶା କରା ଯାଉଥିଲା ତାହାର ବିପରିତ ଦେଖିବାକୁ ମିଳିଛି। ଶତକଡା ପ୍ରାୟ ୬୦ଭାଗ କେନ୍ଦୁପତ୍ର ବିକ୍ରି ହୋଇ ନପାରି ଗୋଦାମରେ ମହଜୁଦ ଅଛି। ଆଗକୁ ବିକ୍ରି ନହେଲେ ସରକାରଙ୍କର ବ୍ୟାପକ କ୍ଷତି ହୋଇ ପାରେ ବୋଲି କହିଛନ୍ତି କେନ୍ଦୁପତ୍ର ବିଭାଗ ଡି ଏଫଓ ଶରତ ଚନ୍ଦ୍ର ବେହେରା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର