ପାଞ୍ଚ ଦିନ ହେଲା ଆନ୍ଧ୍ର ଡାକ୍ତରଖାନାରେ ଯୁବତୀଙ୍କ ମୃତଦେହ

The Sakala Picture
Published On

ସୋନପୁର : ରୋଜଗାର ଆଶାରେ ସୋନପୁର ଥାନା ଡୁଙ୍ଗୁରିପାଲି ଗାଁର ଜଣେ ଯୁବତୀ ଆନ୍ଧ୍ରପ୍ରଦେଶ ଯାଇଥିଲେ। ହେଲେ ଗତ ୨୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସି ପହଞ୍ଚିଛି। ଏହି ଖବର ଶୁଣିବାପରେ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ସେପଟେ ୫ ଦିନ ହେଲା ଡାକ୍ତରଖାନାରେ ଶବ ପଡ଼ିରହିଛି। ସୂଚନା ଅନୁସାରେ, ସୋନପୁର ଥାନା ଡୁଙ୍ଗୁରିପାଲି ଗାଁର କୁଶ କୁମ୍ଭାରଙ୍କ ବଡ଼ଝିଅ ପୂଜା; ଘରେ ଆର୍ଥିକ ଅନାଟନ ଯୋଗୁଁ ରୋଜଗାର ଆଶାରେ ଆନ୍ଧ୍ରପ୍ରଦେଶର ଇଷ୍ଟଗୋଦାବରୀ ଜିଲ୍ଲା […]

ସୋନପୁର : ରୋଜଗାର ଆଶାରେ ସୋନପୁର ଥାନା ଡୁଙ୍ଗୁରିପାଲି ଗାଁର ଜଣେ ଯୁବତୀ ଆନ୍ଧ୍ରପ୍ରଦେଶ ଯାଇଥିଲେ। ହେଲେ ଗତ ୨୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସି ପହଞ୍ଚିଛି। ଏହି ଖବର ଶୁଣିବାପରେ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ସେପଟେ ୫ ଦିନ ହେଲା ଡାକ୍ତରଖାନାରେ ଶବ ପଡ଼ିରହିଛି। ସୂଚନା ଅନୁସାରେ, ସୋନପୁର ଥାନା ଡୁଙ୍ଗୁରିପାଲି ଗାଁର କୁଶ କୁମ୍ଭାରଙ୍କ ବଡ଼ଝିଅ ପୂଜା; ଘରେ ଆର୍ଥିକ ଅନାଟନ ଯୋଗୁଁ ରୋଜଗାର ଆଶାରେ ଆନ୍ଧ୍ରପ୍ରଦେଶର ଇଷ୍ଟଗୋଦାବରୀ ଜିଲ୍ଲା ୟୁ.କୋଠାପଲ୍ଲି ଥାନା ସମର୍ଲୋକଟା ଗାଁରେ ଥିବା ‘ସନ୍ଧ୍ୟା ଆକ୍ୱା ଏକ୍ସପୋର୍ଟ ପ୍ରାଇଭେଟ ଲି.’ କମ୍ପାନୀକୁ କାମ କରିବାକୁ ଯାଇଥିଲା। ତେବେ ଗତ ୨୮ ତାରିଖରେ ମହିଳା ବ୍ୟାରେକର ଉପର ମହଲାରେ ପୂଜା ଆତ୍ମହତ୍ୟା କରିଥିବା ତାଙ୍କ ଘରକୁ ଫୋନ୍‍ ଆସିଥିଲା।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

ଏନେଇ ଗତ ଶନିବାର ସନ୍ଧ୍ୟାରେ ମୃତ ପୂଜାଙ୍କ ଭାଇ ରାଜେଶ କୁମ୍ଭାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଛନ୍ତି। ଜିଲ୍ଲା ସହଶ୍ରମ ଅଧିକାରୀ ରାଜେଶଙ୍କ ବୟାନ ରେକର୍ଡ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଧ୍ରପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଇଛି। ପରିବାର ଲୋକ ମୃତଦେହ ଆଣିବା ପାଇଁ ବାହାରିଲେ ଆମେ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଅଗ୍ରୀମ ଆର୍ଥିକ ସହାୟତା ଯୋଗାଇ ଦେବୁ। ପରେ ସରକାରୀ ନୀତିନିୟମ ଅନୁସାରେ ଆମେ ଉକ୍ତ ପରିବାରକୁ ସହାୟତା ଯୋଗାଇ ଦେବୁ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ୱର ଖାଖା କହିଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକ କହୁଛନ୍ତି ଆମେ ଆନ୍ଧ୍ରକୁ ଯାଇ ମୃତଦେହ ଆଣିବା ପାଇଁ ସକ୍ଷମ ନୁହଁ। ଜିଲ୍ଲା ପ୍ରଶାସନ ଝିଅର ମୃତଦେହ ସେଠାରୁ ଆଣିଦେଲେ ଆମେ ଗ୍ରହଣ କରିବୁ। ଘରର ରୋଜଗାରକ୍ଷମ ଝିଅର ମୃତ୍ୟୁ ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କମ୍ପାନୀ ଏବଂ ପ୍ରଶାସନକୁ ନିବେଦନ କରିଛନ୍ତି ମୃତକଙ୍କ ପରିବାର।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର