ବାହାଦୂରୀ ଦେଖାଇ ଫସିଲେ ଦମ୍ପତି

The Sakala Picture
Published On

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ଛକରେ ‘ମୋ ଶରୀର ମୋ ଅଧିକାର’ ସଂଗଠନ ପକ୍ଷରୁ କରୋନାକୁ ନେଇ ଭ୍ରମାତ୍ମକ ତଥ୍ୟ ଦେବା ଦମ୍ପତିଙ୍କ ଲାଗି ମହଙ୍ଗା ପଡ଼ିଛି। ଗୋଟିଏ ଗ୍ଲାସ୍‍ ଗରମ ପାଣିରେ ଗୋଟିଏ ଚାମଚ୍‍ ଦେଶୀ ଗାଈର ଘିଅ ପକାଇ ସେବନ କରିବା ଫଳରେ ତୁରନ୍ତ କରୋନା ଭଲ ହୋଇଯାଉଛି। ଟିକା ଦେବା ଓ ମାସ୍କ ପିନ୍ଧିବା ଏକ ପ୍ରହସନ ବୋଲି ସଂଗଠନ ପକ୍ଷରୁ ମନ୍ତବ୍ୟ ଦିଆଯାଇଥିଲା। ତେଣୁ କରୋନା ମହାମାରୀ ସମୟରେ ସାଧାରଣଲୋକଙ୍କୁ ବିଭ୍ରାନ୍ତିକର କଥା […]

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ଛକରେ ‘ମୋ ଶରୀର ମୋ ଅଧିକାର’ ସଂଗଠନ ପକ୍ଷରୁ କରୋନାକୁ ନେଇ ଭ୍ରମାତ୍ମକ ତଥ୍ୟ ଦେବା ଦମ୍ପତିଙ୍କ ଲାଗି ମହଙ୍ଗା ପଡ଼ିଛି। ଗୋଟିଏ ଗ୍ଲାସ୍‍ ଗରମ ପାଣିରେ ଗୋଟିଏ ଚାମଚ୍‍ ଦେଶୀ ଗାଈର ଘିଅ ପକାଇ ସେବନ କରିବା ଫଳରେ ତୁରନ୍ତ କରୋନା ଭଲ ହୋଇଯାଉଛି। ଟିକା ଦେବା ଓ ମାସ୍କ ପିନ୍ଧିବା ଏକ ପ୍ରହସନ ବୋଲି ସଂଗଠନ ପକ୍ଷରୁ ମନ୍ତବ୍ୟ ଦିଆଯାଇଥିଲା। ତେଣୁ କରୋନା ମହାମାରୀ ସମୟରେ ସାଧାରଣଲୋକଙ୍କୁ ବିଭ୍ରାନ୍ତିକର କଥା କହିବା ସହ ବିନା ଅନୁମତିରେ ରାଲି କରି ଫସିଛନ୍ତି ସଂଗଠନର ୫ଜଣ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଲା ବିଜେଡି ଟିମ୍

ସେମାନଙ୍କ ବିରୋଧରେ ମହାମାରୀ ଆଇନ୍‍ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ସେମାନଙ୍କୁ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ, ଗତକାଲି ମୋ ଶରୀର ମୋ ଅଧିକାର’ ସଂଗଠନର ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ରାଲି କରାଯାଇଥିଲା। ଏହି ସମୟରେ ସଂଗଠନ କିଛି ଆଗଧାଡିର କର୍ମକର୍ତ୍ତା କରୋନା ଏକ ସାଧାରଣ ଫ୍ଲୁ ବୋଲି କହିଥିଲେ। ଏଥିସହିତ ଏକ ଦମ୍ପତି କହିଛନ୍ତି, ଆକ୍ରାନ୍ତ ହୋଇଥିବା ପ୍ରାୟ ୧୦ହଜାର ଆକ୍ରାନ୍ତକୁ ଆମେ ଛୁଇଁଛୁ। ସେମାନଙ୍କୁ ବିନା ମାସ୍କରେ ଛୁଇଁବା ସହ କାଉନ୍‍ସିଲିଂ କରିଛୁ। ୧୦ରୁ ୧୫ମିିନଟ୍‍ ଭିତରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ପିଲାଙ୍କୁ ପୋଷାକ ଯୋଗାଇବେ ପୁରୁଣା ଏଜେନ୍ସି, ୨୭ ତାରିଖ ସୁଦ୍ଧା ହେବ ବଣ୍ଟନ

ସେହିପରି ଅକ୍ସିଜେନ୍‍ କମିବା, ଫୁସ୍‍ଫୁସ୍‍ କାମ ନ କଲେ ହଳଦୀ ଓ ଲୁହ ପାଣି ଗରମରେ ଲେମ୍ବୁ ଚିପୁଡିବା ପରେ ଗଳଗଳ କଲେ କଫ ବାହାରିଯାଉଛି। ଏହାର କିଛି ମିନିଟ୍‍ ପରେ ଜ୍ୱର ଭଲ ହୋଇଯାଉଛି। କିନ୍ତୁ ପ୍ରଶାସନ ମୁହଁରେ ମାସ୍କ ବାନ୍ଧିବା, ଆଇନ୍‍ ଭାଙ୍ଗିଲେ ମାର୍‍ପିଟ କରିବା ଏକ ନାଟକ ଚାଲିଛି। ତେଣୁ ଏହି ବ୍ୟବସ୍ଥା ବନ୍ଦ କରିବା ଲୋକଙ୍କୁ ସଚେତନ କରାଯାଉ। ସେହିଭଳି ଟିକାକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତେଣୁ କମିସନରେଟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

28 Jul 2021 By The Sakala

ବାହାଦୂରୀ ଦେଖାଇ ଫସିଲେ ଦମ୍ପତି

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ଛକରେ ‘ମୋ ଶରୀର ମୋ ଅଧିକାର’ ସଂଗଠନ ପକ୍ଷରୁ କରୋନାକୁ ନେଇ ଭ୍ରମାତ୍ମକ ତଥ୍ୟ ଦେବା ଦମ୍ପତିଙ୍କ ଲାଗି ମହଙ୍ଗା ପଡ଼ିଛି। ଗୋଟିଏ ଗ୍ଲାସ୍‍ ଗରମ ପାଣିରେ ଗୋଟିଏ ଚାମଚ୍‍ ଦେଶୀ ଗାଈର ଘିଅ ପକାଇ ସେବନ କରିବା ଫଳରେ ତୁରନ୍ତ କରୋନା ଭଲ ହୋଇଯାଉଛି। ଟିକା ଦେବା ଓ ମାସ୍କ ପିନ୍ଧିବା ଏକ ପ୍ରହସନ ବୋଲି ସଂଗଠନ ପକ୍ଷରୁ ମନ୍ତବ୍ୟ ଦିଆଯାଇଥିଲା। ତେଣୁ କରୋନା ମହାମାରୀ ସମୟରେ ସାଧାରଣଲୋକଙ୍କୁ ବିଭ୍ରାନ୍ତିକର କଥା କହିବା ସହ ବିନା ଅନୁମତିରେ ରାଲି କରି ଫସିଛନ୍ତି ସଂଗଠନର ୫ଜଣ।

ସେମାନଙ୍କ ବିରୋଧରେ ମହାମାରୀ ଆଇନ୍‍ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ସେମାନଙ୍କୁ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ, ଗତକାଲି ମୋ ଶରୀର ମୋ ଅଧିକାର’ ସଂଗଠନର ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ରାଲି କରାଯାଇଥିଲା। ଏହି ସମୟରେ ସଂଗଠନ କିଛି ଆଗଧାଡିର କର୍ମକର୍ତ୍ତା କରୋନା ଏକ ସାଧାରଣ ଫ୍ଲୁ ବୋଲି କହିଥିଲେ। ଏଥିସହିତ ଏକ ଦମ୍ପତି କହିଛନ୍ତି, ଆକ୍ରାନ୍ତ ହୋଇଥିବା ପ୍ରାୟ ୧୦ହଜାର ଆକ୍ରାନ୍ତକୁ ଆମେ ଛୁଇଁଛୁ। ସେମାନଙ୍କୁ ବିନା ମାସ୍କରେ ଛୁଇଁବା ସହ କାଉନ୍‍ସିଲିଂ କରିଛୁ। ୧୦ରୁ ୧୫ମିିନଟ୍‍ ଭିତରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି।

ସେହିପରି ଅକ୍ସିଜେନ୍‍ କମିବା, ଫୁସ୍‍ଫୁସ୍‍ କାମ ନ କଲେ ହଳଦୀ ଓ ଲୁହ ପାଣି ଗରମରେ ଲେମ୍ବୁ ଚିପୁଡିବା ପରେ ଗଳଗଳ କଲେ କଫ ବାହାରିଯାଉଛି। ଏହାର କିଛି ମିନିଟ୍‍ ପରେ ଜ୍ୱର ଭଲ ହୋଇଯାଉଛି। କିନ୍ତୁ ପ୍ରଶାସନ ମୁହଁରେ ମାସ୍କ ବାନ୍ଧିବା, ଆଇନ୍‍ ଭାଙ୍ଗିଲେ ମାର୍‍ପିଟ କରିବା ଏକ ନାଟକ ଚାଲିଛି। ତେଣୁ ଏହି ବ୍ୟବସ୍ଥା ବନ୍ଦ କରିବା ଲୋକଙ୍କୁ ସଚେତନ କରାଯାଉ। ସେହିଭଳି ଟିକାକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତେଣୁ କମିସନରେଟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର