ଲକ୍‍ଡାଉନ୍‌ରେ ଅମାନିଆଙ୍କ ଠାରୁ ୩୨ ଲକ୍ଷ ଜରିମାନା ଆଦାୟ କରିଛି କମିସନରେଟ ପୁଲିସ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ହ୍ରାସ ପାଉଛି। ତଥାପି ଲକ୍‍ଡାଉନ ଅବଧିକୁ ପୁଣି ରାଜ୍ୟ ସରକାର ଜୁନ୍‍ ୧୭ ଯାଏଁ ବଢ଼଼ାଇ ଦେଇଛନ୍ତି। ଲକ୍‍ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ମଙ୍ଗଳବାରଠାରୁ ତୃତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଆରମ୍ଭ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଅମାନିଆଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ଏହା କମିସନରେଟ ପୁଲିସର ଲାଗି ଆଶ୍ୱସ୍ତିକର ଖବର ହୋଇଥିଲେ ମଧ୍ୟ ବାତ୍ୟା ‘ୟସ୍‍’ ଲାଗି କଟକଣା କୋହଳ କରାଯାଉଥିବାରୁ […]

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ହ୍ରାସ ପାଉଛି। ତଥାପି ଲକ୍‍ଡାଉନ ଅବଧିକୁ ପୁଣି ରାଜ୍ୟ ସରକାର ଜୁନ୍‍ ୧୭ ଯାଏଁ ବଢ଼଼ାଇ ଦେଇଛନ୍ତି। ଲକ୍‍ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ମଙ୍ଗଳବାରଠାରୁ ତୃତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଆରମ୍ଭ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଅମାନିଆଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ଏହା କମିସନରେଟ ପୁଲିସର ଲାଗି ଆଶ୍ୱସ୍ତିକର ଖବର ହୋଇଥିଲେ ମଧ୍ୟ ବାତ୍ୟା ‘ୟସ୍‍’ ଲାଗି କଟକଣା କୋହଳ କରାଯାଉଥିବାରୁ ଅମାନିଆ ହ୍ରାସ ପାଇଥିଲା ବୋଲି ଚର୍ଚ୍ଚା ହୋଇଛି।
ଲକ୍‍ଡାଉନର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‍ ମେ’ ୧୯ରୁ ୩୧ ଯାଏଁ ଲକ ଓ ସଟ୍‍ଡାଉନ ସମୟରେ କୋଭିଡ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ୯୭୨୭ଜଣ ଅମାନିଆଙ୍କ ଠାରୁ ମୋଟ ୧୦ଳକ୍ଷ ୪୮ହଜାର ୬୫୦ଟଙ୍କା ଜରିମାନା ଆଦାୟ କରାଯାଇଛି।

ସେହିପରି ସାମାଜିକ ଦୂରତା ଭାଙ୍ଗୁଥିବା ଅଭିଯୋଗରେ ଅଧିକ ଜରିମାନା ଆଦାୟ କରାଯାଉଛି। ଅନ୍ୟପଟେ ଲକ୍‍ଡାଉନର ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‍ ୧୪ଦିନରେ ୨୨୩୬୦ ଜଣ ଅମାନିଆଙ୍କ ଠାରୁ ୨୦ ଲକ୍ଷ ୫୬ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଲକ୍‍ଡାଉନ ମାସକରେ ୩୨ହଜାର ୯୭ଜଣଙ୍କ ଠାରୁ ୩୨ ଲକ୍ଷ ୪ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେପଟେ କମିସନରେଟ ପୁଲିସର ୫୩ଟି ନାକାରେ ଜୋରଦାର ଯାଞ୍ଚ କରାଯାଉଥିବାରୁ ସେଠାରେ ଅଧିକ ଲୋକ ଧରାପଡ଼ୁଛନ୍ତି। ସେପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ ଲୋକେ ଆମକୁ ସହଯୋଗ କରିଛନ୍ତି। ଆଜିଠୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଲାଗି ଯାଞ୍ଚ କରାଯାଉଛି। ତେଣୁ ରାଜଧାନୀବାସୀ ପୂର୍ବର୍ପରି ଆମକୁ ସହଯୋଗ କରିବେ ବୋଲି ଆମେ ଆଶା କରିଛୁ। କିଛି ଅମାନିଆ ଅଛନ୍ତି, ସେମାନଙ୍କ ଉପରେ ଆମେ କଡା ନଜର ରଖିଛୁ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

02 Jun 2021 By The Sakala

https://www.thesakala.in/latest-odisha-news/the-commissionerate-of-police-has-fined-amelia-rs-3-2-million-in-lucknow/article-2600
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର