ମାଲକାନଗିରିର ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସ୍ ସେବାର ହେଲା ଟେଷ୍ଟ ଡ୍ରାଇଭ୍‌, ୩୫ ଯାତ୍ରୀଙ୍କୁ ନେଇ ଘାଟି ଚଢ଼ିଲା ବସ୍

The Sakala Picture
Published On

ମାଲକାନଗିରି: ବଣ୍ଡାଘାଟିରେ ଗଡ଼ିଲା ଲକ୍ଷ୍ମୀ ବସ୍ । ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବା ପୂର୍ବରୁ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସର ଟେଷ୍ଟ ଡ୍ରାଇଭ୍‌ କରାଯାଇଛି । ପ୍ରଥମ ଥର ପାଇଁ ବସରେ ବସି ଘାଟି ଚଢ଼ିଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକ । ୩୫ ଯାତ୍ରୀଙ୍କୁ ନେଇ ଘାଟି ଚଢ଼ିଛି ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସର ପ୍ରଥମ ଯାତ୍ରା ସମୟରେ କୌଣସି ସମସ୍ୟା ଦେଖାଦେଇନଥିଲା। ଲୋକମାନେ ଉତ୍କଣ୍ଠାର ସହିତ ବସରେ ବସି ଯାତାୟାତ କରିଥିଲେ। ରାଜ୍ୟ […]

ମାଲକାନଗିରି: ବଣ୍ଡାଘାଟିରେ ଗଡ଼ିଲା ଲକ୍ଷ୍ମୀ ବସ୍ । ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବା ପୂର୍ବରୁ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସର ଟେଷ୍ଟ ଡ୍ରାଇଭ୍‌ କରାଯାଇଛି । ପ୍ରଥମ ଥର ପାଇଁ ବସରେ ବସି ଘାଟି ଚଢ଼ିଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକ । ୩୫ ଯାତ୍ରୀଙ୍କୁ ନେଇ ଘାଟି ଚଢ଼ିଛି ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସର ପ୍ରଥମ ଯାତ୍ରା ସମୟରେ କୌଣସି ସମସ୍ୟା ଦେଖାଦେଇନଥିଲା। ଲୋକମାନେ ଉତ୍କଣ୍ଠାର ସହିତ ବସରେ ବସି ଯାତାୟାତ କରିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରାଜ୍ୟ ସରକାର ଏଭଳି ସୁବିଧା ଯୋଗାଇ ଦେଇଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି। ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲାରେ ବିଧିବଦ୍ଧ ଭାବେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରାଯିବ। ପ୍ରଥମ ଦଫାରେ ମାଲକାନଗିରିରେ ୩୪ଟି ବସ ଗଡ଼ିବ। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏହି ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ। ଅନ୍ତଃଜିଲ୍ଲା ଓ ଆନ୍ତଃକ୍ଲଷ୍ଟର ମଧ୍ୟରେ ହେବ ଯୋଗାଯୋଗ ସୁବିଧା। ଏଥିପାଇଁ ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର