୪୦ ଡିଗ୍ରୀ ଡେଇଁଲା ତାତି, ୩୮ଡିଗ୍ରୀ ଉପରେ ୧୨ ସହରର ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଖରାର ତାଉ। ପ୍ରଥମ ଥର ପାଇଁ ରାଜ୍ୟରେ ଏବର୍ଷ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଏହାସହ ଅନେକ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ରହିଛି। ଏହି ସ୍ଥିତି ଆହୁରି ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରଭାବ ଅଧିକ […]

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଖରାର ତାଉ। ପ୍ରଥମ ଥର ପାଇଁ ରାଜ୍ୟରେ ଏବର୍ଷ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଏହାସହ ଅନେକ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ରହିଛି। ଏହି ସ୍ଥିତି ଆହୁରି ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରଭାବ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନବନିର୍ମିତ ସେଡ୍, ୩ ଆହତ

ଆଜି ସକାଳୁ ଖରାର ପ୍ରଭାବ ଆରମ୍ଭ ହୋଇଥିଲା। ଫଳରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ବୃଦ୍ଧି ହୋଇ ୩୭ ଡିଗ୍ରୀ ଅତିକ୍ରମ କରିଯାଇଥିଲା। ଏହି କ୍ରମରେ ଆଜି ରାଜ୍ୟର ୧୨ସହରରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି। ୪୦.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ୩୯.୯, ଟିଟଲାଗଡ ୩୯.୫, ଝାରସୁଗୁଡା ୩୯.୪, ସୁନ୍ଦରଗଡ ୩୯.୪, ସମ୍ୱଲପୁର ୩୯.୩, ଓ ବାରିପଦାରେ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ବ୍ୟତୀତ ସୋନପୁର ୩୮.୯, ଭଦ୍ରକ ୩୮.୮, ହୀରାକୁଦ ୩୮.୭, ରାଉରକେଲା ୩୮.୪ ଓ ଭବାନୀପାଟଣାରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ଅଗଷ୍ଟ ୧୮ ଯାଏଁ ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

ତାତି ବୃଦ୍ଧି ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୩-୪ ଡିଗ୍ରୀ ଅଧିକ ରହିବାର ଆଶଙ୍କା କରାଯାଉଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ସ୍ଥିତି ଯୋଗୁଁ ୧୩-୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ ନେଇ ବିଭାଗ ଆକଳନ କରିଛି। ତାତିକୁ ଦୃଷ୍ଟିରେ ରଖି ଆସନ୍ତା ୪ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗ୍ରୀଷ୍ମ ଲହରୀ (ହିଟ୍‌ୱେଭ୍‌) ଆଲର୍ଟ ଜାରି କାରଯାଇଛି। ଆସନ୍ତା ଦୁଇ ଦିନ ପାଇଁ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଗ୍ରୀଷ୍ମ ଲହରୀ ସତର୍କ ସୂଚନା ପୂର୍ବକ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୫ ଓ ୧୬ରେ ତାତିର ମାତ୍ରା ଆହୁରି ବୃଦ୍ଧି ହେବାକୁ ଥିବାରୁ ଏହି ଦୁଇ ଦିନ ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ଚାଷକାମ ସାରି ଫେରୁଥିବାବେଳେ ଗେଙ୍ଗୁଟି ନଦୀରେ ଭାସି ଯାଇ ଚାଷୀ ନିଖୋଜ

ଅନ୍ୟପଟେ ପାଣିପାଗ କେନ୍ଦ୍ରର ଏହି ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍‌ଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ଜନିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯେଉଁ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି, ସେହି ଜିଲ୍ଲାର ଜିଲ୍ଲାପାଳମାନେ ଗ୍ରୀଷ୍ମ ଜନିତ ସତର୍କ ସୂଚନା ପ୍ରସାର କରିବା ଆଦି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଏହାସହିତ ଟାଣ ଖରା ଶିଶୁ, ବୟସ୍କ ଓ ଅସୁସ୍ଥମାନଙ୍କ ପାଇଁ ଅସହଯ ହୋଇପାରେ। ଏହା ବ୍ୟତୀତ ଜରୁରୀ ନ ଥିଲେ ଦିନ ୧୧ରୁ ଅପରାହ୍ଣ ୩ ଟା ମଧ୍ୟରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି ଏହି ସମୟରେ କେହି ବାହାରକୁ ଯାଆନ୍ତି, ତେବେ ଆବଶ୍ୟକୀୟ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

13 Mar 2025 By The Sakala

୪୦ ଡିଗ୍ରୀ ଡେଇଁଲା ତାତି, ୩୮ଡିଗ୍ରୀ ଉପରେ ୧୨ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଖରାର ତାଉ। ପ୍ରଥମ ଥର ପାଇଁ ରାଜ୍ୟରେ ଏବର୍ଷ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଏହାସହ ଅନେକ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ରହିଛି। ଏହି ସ୍ଥିତି ଆହୁରି ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରଭାବ ଅଧିକ ରହିଛି।

ଆଜି ସକାଳୁ ଖରାର ପ୍ରଭାବ ଆରମ୍ଭ ହୋଇଥିଲା। ଫଳରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ବୃଦ୍ଧି ହୋଇ ୩୭ ଡିଗ୍ରୀ ଅତିକ୍ରମ କରିଯାଇଥିଲା। ଏହି କ୍ରମରେ ଆଜି ରାଜ୍ୟର ୧୨ସହରରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି। ୪୦.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ୩୯.୯, ଟିଟଲାଗଡ ୩୯.୫, ଝାରସୁଗୁଡା ୩୯.୪, ସୁନ୍ଦରଗଡ ୩୯.୪, ସମ୍ୱଲପୁର ୩୯.୩, ଓ ବାରିପଦାରେ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ବ୍ୟତୀତ ସୋନପୁର ୩୮.୯, ଭଦ୍ରକ ୩୮.୮, ହୀରାକୁଦ ୩୮.୭, ରାଉରକେଲା ୩୮.୪ ଓ ଭବାନୀପାଟଣାରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।

ତାତି ବୃଦ୍ଧି ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୩-୪ ଡିଗ୍ରୀ ଅଧିକ ରହିବାର ଆଶଙ୍କା କରାଯାଉଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ସ୍ଥିତି ଯୋଗୁଁ ୧୩-୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ ନେଇ ବିଭାଗ ଆକଳନ କରିଛି। ତାତିକୁ ଦୃଷ୍ଟିରେ ରଖି ଆସନ୍ତା ୪ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗ୍ରୀଷ୍ମ ଲହରୀ (ହିଟ୍‌ୱେଭ୍‌) ଆଲର୍ଟ ଜାରି କାରଯାଇଛି। ଆସନ୍ତା ଦୁଇ ଦିନ ପାଇଁ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଗ୍ରୀଷ୍ମ ଲହରୀ ସତର୍କ ସୂଚନା ପୂର୍ବକ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୫ ଓ ୧୬ରେ ତାତିର ମାତ୍ରା ଆହୁରି ବୃଦ୍ଧି ହେବାକୁ ଥିବାରୁ ଏହି ଦୁଇ ଦିନ ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ଆଲର୍ଟ ଜାରି କରିଛି।

ଅନ୍ୟପଟେ ପାଣିପାଗ କେନ୍ଦ୍ରର ଏହି ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍‌ଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ଜନିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯେଉଁ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି, ସେହି ଜିଲ୍ଲାର ଜିଲ୍ଲାପାଳମାନେ ଗ୍ରୀଷ୍ମ ଜନିତ ସତର୍କ ସୂଚନା ପ୍ରସାର କରିବା ଆଦି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଏହାସହିତ ଟାଣ ଖରା ଶିଶୁ, ବୟସ୍କ ଓ ଅସୁସ୍ଥମାନଙ୍କ ପାଇଁ ଅସହଯ ହୋଇପାରେ। ଏହା ବ୍ୟତୀତ ଜରୁରୀ ନ ଥିଲେ ଦିନ ୧୧ରୁ ଅପରାହ୍ଣ ୩ ଟା ମଧ୍ୟରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି ଏହି ସମୟରେ କେହି ବାହାରକୁ ଯାଆନ୍ତି, ତେବେ ଆବଶ୍ୟକୀୟ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର