ଜାନୁଆରୀ ପ୍ରଥମ ସପ୍ତାହରେ କମ୍‌ ରହିବ ଶୀତ, ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଜାରି ରହିଛି। ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହେଉଛି। ଫଳରେ ଶୀତର ପ୍ରକୋପ ଯଥେଷ୍ଟ କମ୍‌‌ ରହୁଛି। ଡିସେମ୍ବର ୩୧ରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ତେଣୁ ଜାନୁଆରୀ ପ୍ରଥମ ସପ୍ତାହରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। […]

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଜାରି ରହିଛି। ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହେଉଛି। ଫଳରେ ଶୀତର ପ୍ରକୋପ ଯଥେଷ୍ଟ କମ୍‌‌ ରହୁଛି। ଡିସେମ୍ବର ୩୧ରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ତେଣୁ ଜାନୁଆରୀ ପ୍ରଥମ ସପ୍ତାହରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର ସୁଦ୍ଧା ପାରାଦୀପରେ ତାପମାତ୍ରା ସ୍ୱାଭାବାକଠାରୁ ୭.୬ ଡିଗ୍ରୀ ସେଲ୍‌ଫସିୟସ୍‌‌ ଅଧିକ ଥିବା ବେଳେ ଚାନ୍ଦବାଲିରେ ୭.୨, ବାରିପଦାରେ ୬.୬, କଟକରେ ୬.୫ ଓ ବାକି କିଛି ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ଏହି କାରଣ ପାଇଁ ଶୀତ ଗାଏବ ହୋଇଥିବା ବେଳେ ଦିନରେ ତାତି ଅନୁଭୂତ ହେଉଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଅନ୍ୟପଟେ ତାପମାତ୍ରା ବୃଦ୍ଧି ସହିତ ଜଳୀୟ ବାଷ୍ଫର ପ୍ରଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ଯାହାଦ୍ୱାରା ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ଜାରି ରହୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ, ସୋନପୁର ଆଦିରେ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାନୁଆରୀ ମାସ ପାଇଁ ପ୍ରକାଶ ପାଇଥିବା ଶୀତ ଅନୁଭୂତ ପୂର୍ବାନୁମାନ ଅନୁଯାୟୀ ଚଳିତ ମାସରେ ପୂର୍ବାପେକ୍ଷା ଶୀତର ପ୍ରକୋପ ଅଧିକ ରହିବ। ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ହେବା ସହିତ ପାରଦ ସ୍ୱାଭାବିକଠାରୁ ତଳକୁ ଖସିବ। ତେଣୁ ଚଳିତ ଶୀତ ଋତୁରେ ଜାନୁଆରୀରେ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଯିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର