ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୂଳକାଣ୍ଡ : ଡାକ୍ତର, ଆଟେଣ୍ଡାଣ୍ଟଙ୍କୁ ମାଡ଼; ୩ ଗିରଫ

The Sakala Picture
Published On

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତର ଶୁଭାଶିଷ ଷଡ଼ଙ୍ଗୀ ଜଣେ ରୋଗୀଙ୍କୁ ଆଉଟଡୋର୍‍ରେ ଚିକିତ୍ସା କରୁଥିବାବେଳେ ଅନ୍ୟଜଣେ ରୋଗୀଙ୍କ ସ୍ୱାମୀ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା କରିବାକୁ କହିଥିଲେ। ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥÒଲା। ଏହାପରେ ସଂପୃକ୍ତ ମହିଳା ରୋଗୀଙ୍କ ସ୍ବାମୀ ଓ ତାଙ୍କ ସହିତ ଆସିଥିବା ୬ରୁ ଅଧିକ ସମର୍ଥକ ଡାକ୍ତରଙ୍କ ସମେତ ଆଟେଣ୍ଡାଣ୍ଟକୁ ନିସ୍ତୁକ ମାଡ଼ ମାରିବା ସହିତ […]

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତର ଶୁଭାଶିଷ ଷଡ଼ଙ୍ଗୀ ଜଣେ ରୋଗୀଙ୍କୁ ଆଉଟଡୋର୍‍ରେ ଚିକିତ୍ସା କରୁଥିବାବେଳେ ଅନ୍ୟଜଣେ ରୋଗୀଙ୍କ ସ୍ୱାମୀ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା କରିବାକୁ କହିଥିଲେ। ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥÒଲା। ଏହାପରେ ସଂପୃକ୍ତ ମହିଳା ରୋଗୀଙ୍କ ସ୍ବାମୀ ଓ ତାଙ୍କ ସହିତ ଆସିଥିବା ୬ରୁ ଅଧିକ ସମର୍ଥକ ଡାକ୍ତରଙ୍କ ସମେତ ଆଟେଣ୍ଡାଣ୍ଟକୁ ନିସ୍ତୁକ ମାଡ଼ ମାରିବା ସହିତ ଡାକ୍ତରଖାନା ପରିସରରେ ଲଙ୍କାକାଣ୍ଡ ଭିଆଇଥିଲେ। ଖବର ପାଇ ଟାଙ୍ଗୀ ପୁଲିସ ପହଞ୍ଚି ୩ ଜଣଙ୍କୁ ଗିରଫ କରିଛି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜିତେନ୍ଦ୍ର କୁମାର ସାହୁ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ କାଳବୈଶାଖୀ ଆଶଙ୍କା: ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଘଟଣା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, କର୍ମଚାରୀଙ୍କ ଏକ ଜରୁରୀ ବୈଠକ ବସିଥିଲା। ଏହାପରେ ଡାକ୍ତରଙ୍କ ବ୍ୟତୀତ ସମସ୍ତ କର୍ମଚାରୀ ରାତି ୧୦ ଟାରେ ଧାରଣାରେ ବସିଥÒଲେ। ଟାଙ୍ଗି ଆଇଆଇସି, ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ଟାଙ୍ଗୀ ମେଡିକାଲ ଇନ୍‍ଚାର୍ଜ ସାହୁ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ କର୍ମଚାରୀଙ୍କୁ ବୁଝାସୁଝା କରିଥÒଲେ। ପ୍ରକାଶ ଯେ, ଚାନ୍ଦପୁର ଶାସ୍ତ୍ରୀନଗରର ନବକିଶୋର ପ୍ରଧାନ ଅସୁସ୍ଥ ଥିବା ତାଙ୍କ ସ୍ତ୍ରୀଙ୍କୁ ଦେଖିବାକୁ ଆଉଟଡୋରରେ ଚିକିତ୍ସା କରୁଥିବା ଡାକ୍ତର ଶୁଭାଶିଷ ଷଡଙ୍ଗୀଙ୍କୁ କହିଥିଲେ। ଏହି ସମୟରେ ଡାକ୍ତର ଷଡ଼ଙ୍ଗୀ ଅନ୍ୟଜଣେ ଗୁରୁତରେ ଶିଶୁ ରୋଗୀକୁ ଚିକିତ୍ସା କରୁଥିଲେ। ନବକିଶୋର ମାସ୍କ ପିନ୍ଧି ନଥିବାରୁ ଡାକ୍ତରଖାନାକୁ ମାସ୍କ ଲଗାଇ ଆସ ବୋଲି ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇଁ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ବେଦାନ୍ତ ଆଲୁମିନିୟମ୍

ଏହି ଘଟଣାକୁ ନେଇ ଡାକ୍ତର ଓ ନବବିଶୋରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ନବକିଶୋର ହଠାତ୍‍ ଡାକ୍ତର ଷଡଙ୍ଗୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବେକ, ଆଖି ଓ ମୁହଁରେ ଗଭୀର ଆଘାତ ଲାଗିଛି। ଛଡାଇବାକୁ ଯାଇ ଡାକ୍ତରଖାନାର ଆଟେଣ୍ଡାଣ୍ଟ ଦୀନବନ୍ଧୁ ବେହେରାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ଏହି ସମୟରେ ଉତ୍ତ୍ୟକ୍ତ ଯୁବକଙ୍କ ୬ରୁ ଊର୍ଦ୍ଧ୍ବ ସମର୍ଥକ ପହଞ୍ଚି ଡାକ୍ତର ଓ କର୍ମଚାରୀଙ୍କୁ ମାଡ ମାରିବା ସହ ଲଙ୍କାକାଣ୍ଡ ଭିଆଇଥିଲେ। ଡାକ୍ତରଖାନା ପରିସରରେ ଭୟର ବାତାବରଣ ଖେଳି ଯାଇଥିଲା। ପୁଲିସ ପହଞ୍ଚି ନବକିଶୋର, ତାଙ୍କ ପୁଅ ସିଲୁ ଓ ଜଣେ ସମର୍ଥକକୁ କାବୁ କରି ଥାନାକୁ ନେଇଥିଲା। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ନଜରରେ ରଖି ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଦେହୁରୀ ପହଞ୍ଚିଥିଲେ। ମାତ୍ର ମେଡିକାଲ ପରିସରରେ ସୁରକ୍ଷା ଯୋଗାଇ ଦେବା ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ରାତି ପ୍ରାୟ ୧୦ଟାରେ ଧାରଣାରେ ବସିଥିଲେ। ଖବର ଲେଖାହେବା ବେଳକୁ ଧାରଣା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

11 Jul 2021 By The Sakala

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୂଳକାଣ୍ଡ : ଡାକ୍ତର, ଆଟେଣ୍ଡାଣ୍ଟଙ୍କୁ ମାଡ଼; ୩ ଗିରଫ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତର ଶୁଭାଶିଷ ଷଡ଼ଙ୍ଗୀ ଜଣେ ରୋଗୀଙ୍କୁ ଆଉଟଡୋର୍‍ରେ ଚିକିତ୍ସା କରୁଥିବାବେଳେ ଅନ୍ୟଜଣେ ରୋଗୀଙ୍କ ସ୍ୱାମୀ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା କରିବାକୁ କହିଥିଲେ। ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥÒଲା। ଏହାପରେ ସଂପୃକ୍ତ ମହିଳା ରୋଗୀଙ୍କ ସ୍ବାମୀ ଓ ତାଙ୍କ ସହିତ ଆସିଥିବା ୬ରୁ ଅଧିକ ସମର୍ଥକ ଡାକ୍ତରଙ୍କ ସମେତ ଆଟେଣ୍ଡାଣ୍ଟକୁ ନିସ୍ତୁକ ମାଡ଼ ମାରିବା ସହିତ ଡାକ୍ତରଖାନା ପରିସରରେ ଲଙ୍କାକାଣ୍ଡ ଭିଆଇଥିଲେ। ଖବର ପାଇ ଟାଙ୍ଗୀ ପୁଲିସ ପହଞ୍ଚି ୩ ଜଣଙ୍କୁ ଗିରଫ କରିଛି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜିତେନ୍ଦ୍ର କୁମାର ସାହୁ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।

ଘଟଣା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, କର୍ମଚାରୀଙ୍କ ଏକ ଜରୁରୀ ବୈଠକ ବସିଥିଲା। ଏହାପରେ ଡାକ୍ତରଙ୍କ ବ୍ୟତୀତ ସମସ୍ତ କର୍ମଚାରୀ ରାତି ୧୦ ଟାରେ ଧାରଣାରେ ବସିଥÒଲେ। ଟାଙ୍ଗି ଆଇଆଇସି, ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ଟାଙ୍ଗୀ ମେଡିକାଲ ଇନ୍‍ଚାର୍ଜ ସାହୁ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ କର୍ମଚାରୀଙ୍କୁ ବୁଝାସୁଝା କରିଥÒଲେ। ପ୍ରକାଶ ଯେ, ଚାନ୍ଦପୁର ଶାସ୍ତ୍ରୀନଗରର ନବକିଶୋର ପ୍ରଧାନ ଅସୁସ୍ଥ ଥିବା ତାଙ୍କ ସ୍ତ୍ରୀଙ୍କୁ ଦେଖିବାକୁ ଆଉଟଡୋରରେ ଚିକିତ୍ସା କରୁଥିବା ଡାକ୍ତର ଶୁଭାଶିଷ ଷଡଙ୍ଗୀଙ୍କୁ କହିଥିଲେ। ଏହି ସମୟରେ ଡାକ୍ତର ଷଡ଼ଙ୍ଗୀ ଅନ୍ୟଜଣେ ଗୁରୁତରେ ଶିଶୁ ରୋଗୀକୁ ଚିକିତ୍ସା କରୁଥିଲେ। ନବକିଶୋର ମାସ୍କ ପିନ୍ଧି ନଥିବାରୁ ଡାକ୍ତରଖାନାକୁ ମାସ୍କ ଲଗାଇ ଆସ ବୋଲି ପରାମର୍ଶ ଦେଇଥିଲେ।

ଏହି ଘଟଣାକୁ ନେଇ ଡାକ୍ତର ଓ ନବବିଶୋରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ନବକିଶୋର ହଠାତ୍‍ ଡାକ୍ତର ଷଡଙ୍ଗୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବେକ, ଆଖି ଓ ମୁହଁରେ ଗଭୀର ଆଘାତ ଲାଗିଛି। ଛଡାଇବାକୁ ଯାଇ ଡାକ୍ତରଖାନାର ଆଟେଣ୍ଡାଣ୍ଟ ଦୀନବନ୍ଧୁ ବେହେରାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ଏହି ସମୟରେ ଉତ୍ତ୍ୟକ୍ତ ଯୁବକଙ୍କ ୬ରୁ ଊର୍ଦ୍ଧ୍ବ ସମର୍ଥକ ପହଞ୍ଚି ଡାକ୍ତର ଓ କର୍ମଚାରୀଙ୍କୁ ମାଡ ମାରିବା ସହ ଲଙ୍କାକାଣ୍ଡ ଭିଆଇଥିଲେ। ଡାକ୍ତରଖାନା ପରିସରରେ ଭୟର ବାତାବରଣ ଖେଳି ଯାଇଥିଲା। ପୁଲିସ ପହଞ୍ଚି ନବକିଶୋର, ତାଙ୍କ ପୁଅ ସିଲୁ ଓ ଜଣେ ସମର୍ଥକକୁ କାବୁ କରି ଥାନାକୁ ନେଇଥିଲା। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ନଜରରେ ରଖି ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଦେହୁରୀ ପହଞ୍ଚିଥିଲେ। ମାତ୍ର ମେଡିକାଲ ପରିସରରେ ସୁରକ୍ଷା ଯୋଗାଇ ଦେବା ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ରାତି ପ୍ରାୟ ୧୦ଟାରେ ଧାରଣାରେ ବସିଥିଲେ। ଖବର ଲେଖାହେବା ବେଳକୁ ଧାରଣା ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର