ସମାଧାନ ନା ପିକନିକ୍! ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ର ଓଡ଼ିଶା ଗସ୍ତକୁ ନେଇ ତେଜିଲା ବିରୋଧ

Suryakanta Picture
Published On

ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ (MWDT)ର ଏକ ଟିମ୍ ଗୁରୁବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଟ୍ରିବ୍ୟୁନାଲର ଏହି ଗସ୍ତକୁ ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ (MBA) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସଙ୍ଗଠନ ଅଭିଯୋଗ କରିଛି ଯେ, ଏହି ଗସ୍ତ ଦ୍ୱାରା ଓଡ଼ିଶାବାସୀଙ୍କର କୌଣସି ଲାଭ ହେବ ନାହିଁ ଏବଂ ଏହା କେବଳ ରାଜ୍ୟ ରାଜକୋଷର ଅର୍ଥ ଅପଚୟ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

‘ପିକନିକ୍’ ବୋଲି କହିଲା ସଙ୍ଗଠନ

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ, ଟ୍ରିବ୍ୟୁନାଲର ସଦସ୍ୟମାନେ ନିଜ ପରିବାର ସହ ଓଡ଼ିଶାକୁ ବୁଲିବା ପାଇଁ ଆସିଛନ୍ତି। ଏହି ୫ ଦିନିଆ ଗସ୍ତରେ ଟିମ୍ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରିବା ସହ ପୁରୀ ଶ୍ରୀମନ୍ଦିର, କୋଣାର୍କ, ଏବଂ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବାର କାର୍ଯ୍ୟକ୍ରମ ରହିଛି। ସୁଦର୍ଶନ ଦାସ ଏହାକୁ ସମାଧାନର ପ୍ରୟାସ ଅପେକ୍ଷା ଏକ "ପର୍ଯ୍ୟଟନ ଯାତ୍ରା" ବା ପିକନିକ୍ ବୋଲି ଅଭିହିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ପୂର୍ବ ଗସ୍ତରୁ ମିଳିନି ସୁଫଳ

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ୨୦୨୩ ମେ ମାସରେ ମଧ୍ୟ ଟ୍ରିବ୍ୟୁନାଲର ଏକ ଟିମ୍ ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ରାଜ୍ୟ ସରକାର ଏଥିପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, କିନ୍ତୁ ଏହାର କୌଣସି ସୁଫଳ ମିଳିନଥିଲା। ଛତିଶଗଡ଼ ପକ୍ଷରୁ ଅଣ-ମୌସୁମୀ ସମୟରେ ମହାନଦୀକୁ ପାଣି ଛଡ଼ାଯାଉ ନାହିଁ, ଯାହା ଫଳରେ ଓଡ଼ିଶାର ଜୀବନଜୀବିକା ଓ ପରିବେଶ ପ୍ରଭାବିତ ହେଉଛି। ଟ୍ରିବ୍ୟୁନାଲ ଏପର୍ଯ୍ୟନ୍ତ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାରେ ବିଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ରାଜ୍ୟବ୍ୟାପୀ ବିକ୍ଷୋଭ

ଟ୍ରିବ୍ୟୁନାଲର ଏହି ଗସ୍ତକୁ ବିରୋଧ କରି ଭୁବନେଶ୍ୱର, କଟକ, ସମ୍ବଲପୁର, ଝାରସୁଗୁଡ଼ା, କୋଣାର୍କ ଏବଂ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ତୁରନ୍ତ ଛତିଶଗଡ଼ ସରକାରଙ୍କୁ ଓଡ଼ିଶା ପାଇଁ ଆବଶ୍ୟକୀୟ ପାଣି ଛାଡିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର