ରାଜଧାନୀ ଆକାଶରେ ଜଲୱା ଦେଖାଇଲେ ବାୟୁବୀର; କୂଆଖାଇ ପଠାରେ ସୂର୍ଯ୍ୟକିରଣ ସୋ ଦେଖି ତାଜୁବ ଓଡ଼ିଶାବାସୀ

The Sakala Picture
Published On

ଭୁବନେଶ୍ୱର: ଆକାଶରେ ଗର୍ଜିଲା ବାୟୁସେନାର ୯ ଲଢୁଆ ହକ୍ ବିମାନ । ରାଜଧାନୀବାସୀ ଦେଖିଲେ ବାୟୁବୀରଙ୍କ ଦମ୍ । ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌। ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ଲଢୁଆ ବିମାନ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା […]

ଭୁବନେଶ୍ୱର: ଆକାଶରେ ଗର୍ଜିଲା ବାୟୁସେନାର ୯ ଲଢୁଆ ହକ୍ ବିମାନ । ରାଜଧାନୀବାସୀ ଦେଖିଲେ ବାୟୁବୀରଙ୍କ ଦମ୍ । ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌। ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ଲଢୁଆ ବିମାନ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଲେ ବାୟୁ ବୀର। ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍ ଟିମ୍‌ । ଟିମ୍‌ର ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଆଖି ପିଛୁଳାକେ ବିମାନ ସବୁ ଦୃଶ୍ୟମାନ ହୋଇନଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

ପୂର୍ବରୁ ଏହି ଶୋ’ ଟିଭି ମାଧ୍ୟମରେ ଦେଖିବାକୁ ମିଳୁଥିବାବେଳେ ପ୍ରଥମଥର ନିଜ ଅଞ୍ଚଳରେ ଏଭଳି ଶୋ’ ଦେଖିବାର ସୁଯୋଗ ପାଇଥିବାରୁ ରାଜଧାନୀ ତଥା ରାଜଧାନୀ ଉପକଣ୍ଠବାସୀ ଅଭିଭୂତ ହୋଇଯାଇଛନ୍ତି । ଏହି ଏୟାର ଶୋ’ କାର୍ଯ୍ୟକ୍ରମ ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା । କୁଆଖାଇ ନଦୀ ପଠାର ଦୁଇ ପାର୍ଶରେ କାର ପାର୍କିଙ୍ଗ ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ୧୫ ପ୍ଲାଟୁନ ଫୋର୍ସ , ୧୦ ଜଣ ଏସିପି ଓ ୧୫ ଜଣ ଥାନା ଅଧିକାରୀଙ୍କ ସହ ୩୦ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର