ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଧାନ କିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି। ସେ ବିଧାନସଭାରେ କହିଛନ୍ତି, ‘ଏବେ ବି ଧାନ କ୍ରୟ ଜାରି ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ। ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି। ପଞ୍ଜିକୃତ ଚାଷୀଙ୍କର ଧାନ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି। ସେ ବିଧାନସଭାରେ କହିଛନ୍ତି, ‘ଏବେ ବି ଧାନ କ୍ରୟ ଜାରି ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ। ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି। ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି କ୍ଷମତାକୁ ଆସିବା ପରେ ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତରେ ପରିଣତ ହେଲାଣି, ଅରାଜକତା ଆଡ଼କୁ ଗତି କରୁଛି ରାଜ୍ୟ: ବିଜେଡି

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ଖରିଫରେ ଏହି ସମୟ ସୁଦ୍ଧା ୫୧.୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରଯାଇଥିଲା । ବିଗତ ଖରିଫ ତୁଳନାରେ ଚଳିତ ଖରିଫରେ ଧାନ କ୍ରୟର ହାର ୧୮% ଅଧିକ ରହିଛି।  ବିଗତ ଖରିଫରେ ସର୍ବମୋଟ ୫୩.୩୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ଖରିଫରେ ଅଦ୍ୟାବଧି ୧୧.୫୦ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଗତ ବର୍ଷ ଏହି ସମୟକୁ ସରକାରଙ୍କୁ ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୩୦ ଲକ୍ଷ । ଅତଏବ, ଚଳିତ ବର୍ଷ ଚାଷୀ ଅଂଶଗ୍ରହଣରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ସବୁ ଥାନାରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' କରିବାକୁ ନିର୍ଦ୍ଦେଶ

ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେ ନେଇ ତଦନ୍ତ ଚାଲିଛି। ଟୋକନ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି। ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ। ଯେଉଁ ବିଧାୟକମାନଙ୍କର ଧାନ କିଣାକୁ ନେଇ ଅଭିଯୋଗ ରହିଛି ସେମାନେ ଅଭିଯୋଗ କରନ୍ତୁ। ଆମେ ତୁରନ୍ତ ତାହାର ସମାଧାନ କରିବୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ କହିଛନ୍ତି। ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେନେଇ ତଦନ୍ତ ଚାଲିଛି । ଅନ୍ୟପଟେ ଟୋକେନ ଲ୍ୟାପ୍ସ, ଜାଲିଆତି କରି ଧାନ ବିକ୍ରି କରୁଥିବା ଚାଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।  ତେବେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ସହ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାରା ରାଜ୍ୟରେ ପେଟ୍ରୋଲ-ଡିଜେଲ ସଙ୍କଟ, ଠପ୍ ହୋଇଯିବ କି ବସ୍ ସେବା !

19 Mar 2021 By The Sakala

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଧାନ କିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି। ସେ ବିଧାନସଭାରେ କହିଛନ୍ତି, ‘ଏବେ ବି ଧାନ କ୍ରୟ ଜାରି ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ। ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି। ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ଖରିଫରେ ଏହି ସମୟ ସୁଦ୍ଧା ୫୧.୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରଯାଇଥିଲା । ବିଗତ ଖରିଫ ତୁଳନାରେ ଚଳିତ ଖରିଫରେ ଧାନ କ୍ରୟର ହାର ୧୮% ଅଧିକ ରହିଛି।  ବିଗତ ଖରିଫରେ ସର୍ବମୋଟ ୫୩.୩୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ଖରିଫରେ ଅଦ୍ୟାବଧି ୧୧.୫୦ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଗତ ବର୍ଷ ଏହି ସମୟକୁ ସରକାରଙ୍କୁ ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୩୦ ଲକ୍ଷ । ଅତଏବ, ଚଳିତ ବର୍ଷ ଚାଷୀ ଅଂଶଗ୍ରହଣରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେ ନେଇ ତଦନ୍ତ ଚାଲିଛି। ଟୋକନ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି। ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ। ଯେଉଁ ବିଧାୟକମାନଙ୍କର ଧାନ କିଣାକୁ ନେଇ ଅଭିଯୋଗ ରହିଛି ସେମାନେ ଅଭିଯୋଗ କରନ୍ତୁ। ଆମେ ତୁରନ୍ତ ତାହାର ସମାଧାନ କରିବୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ କହିଛନ୍ତି। ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେନେଇ ତଦନ୍ତ ଚାଲିଛି । ଅନ୍ୟପଟେ ଟୋକେନ ଲ୍ୟାପ୍ସ, ଜାଲିଆତି କରି ଧାନ ବିକ୍ରି କରୁଥିବା ଚାଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।  ତେବେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ସହ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର