ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଡିଜେ ଗାଡି; ଜଣେ ମୃତ, ୨୦ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

ରାଉରକେଲା/ବଣାଁଇ: ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା କୁଲକୁତା ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ବଯାତ୍ରୀ ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ବିକାଶ ଷଣ୍ଡ(୨୫)। ବରଗଡ଼଼ରୁ ଏକ ପିକଅପ୍‌‌ ଭ୍ୟାନ୍‌‌ ପ୍ରାୟ ୨୫ ଜଣ ବାଜା ବଲାଙ୍କୁ ନେଇ କେନାଭେଟା ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମକୁ ଏକ ବାହାଘର ଉତ୍ସବରେ ଯୋଗ ଦେବାପାଇଁ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କୁଲକୁତା […]

ରାଉରକେଲା/ବଣାଁଇ: ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା କୁଲକୁତା ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ବଯାତ୍ରୀ ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ବିକାଶ ଷଣ୍ଡ(୨୫)। ବରଗଡ଼଼ରୁ ଏକ ପିକଅପ୍‌‌ ଭ୍ୟାନ୍‌‌ ପ୍ରାୟ ୨୫ ଜଣ ବାଜା ବଲାଙ୍କୁ ନେଇ କେନାଭେଟା ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମକୁ ଏକ ବାହାଘର ଉତ୍ସବରେ ଯୋଗ ଦେବାପାଇଁ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କୁଲକୁତା ଘାଟି ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୨୫ ଯାତ୍ରୀ ଏଣେତେଣେ ଛିଟିକି ପଡ଼ି ଆହତ ହୋଇଥିଲେ ଏବଂ ଆଉ କିଛି ଗାଡ଼ି ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟଲୋକେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସରସରା ଏବଂ ଆଉ କିଛି ଗୁରୁତରଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇ ଥିଲେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବିକାଶ ଷଣ୍ଡ(୨୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ନୀତିନ ରୋହିଦାସ, ହେମନ୍ତ ଗୋପ, ପ୍ରଦୀପ ଗୋପ, ନବୀନ କରାଳିଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଟିକାୟତପାଲି ପୁଲିସ ଶବ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ୫ ଜଣ ଗୁରୁତରମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

12 Feb 2023 By The Sakala

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଡିଜେ ଗାଡି; ଜଣେ ମୃତ, ୨୦ରୁ ଉର୍ଦ୍ଧ୍ବ ଆହତ

ରାଉରକେଲା/ବଣାଁଇ: ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା କୁଲକୁତା ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ବଯାତ୍ରୀ ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ବିକାଶ ଷଣ୍ଡ(୨୫)। ବରଗଡ଼଼ରୁ ଏକ ପିକଅପ୍‌‌ ଭ୍ୟାନ୍‌‌ ପ୍ରାୟ ୨୫ ଜଣ ବାଜା ବଲାଙ୍କୁ ନେଇ କେନାଭେଟା ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମକୁ ଏକ ବାହାଘର ଉତ୍ସବରେ ଯୋଗ ଦେବାପାଇଁ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କୁଲକୁତା ଘାଟି ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୨୫ ଯାତ୍ରୀ ଏଣେତେଣେ ଛିଟିକି ପଡ଼ି ଆହତ ହୋଇଥିଲେ ଏବଂ ଆଉ କିଛି ଗାଡ଼ି ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟଲୋକେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସରସରା ଏବଂ ଆଉ କିଛି ଗୁରୁତରଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇ ଥିଲେ।

ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବିକାଶ ଷଣ୍ଡ(୨୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ନୀତିନ ରୋହିଦାସ, ହେମନ୍ତ ଗୋପ, ପ୍ରଦୀପ ଗୋପ, ନବୀନ କରାଳିଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଟିକାୟତପାଲି ପୁଲିସ ଶବ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ୫ ଜଣ ଗୁରୁତରମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର