କାରକୁ ସାମ୍ନାପଟୁ ଧକ୍କା ଦେଲା ହାଇଓ୍ବା; ୨ ମୃତ, ୪ ଗୁରୁତର

The Sakala Picture
Published On

ରାଉରକେଲା: କାର୍-ହାଇଓ୍ବା ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜଣଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖାବନ୍ଧ ନିକଟରେ ୨୧୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଉଛି। ସୂଚନା ଅନୁସାରେ, କାରରେ ଥିବା ଯାତ୍ରୀମାନେ ଅନୁଗୁଳ ଜିଲ୍ଲା ପାଲଲହଡାରୁ ବିବାହ କାର୍ଯ୍ୟରେ ଯୋଗଦେବା […]

ରାଉରକେଲା: କାର୍-ହାଇଓ୍ବା ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜଣଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖାବନ୍ଧ ନିକଟରେ ୨୧୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଉଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସୂଚନା ଅନୁସାରେ, କାରରେ ଥିବା ଯାତ୍ରୀମାନେ ଅନୁଗୁଳ ଜିଲ୍ଲା ପାଲଲହଡାରୁ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଯାଉଥିଲେ । ସୁଖବନ୍ଧ ଗାଁ ନିକଟରେ କାରକୁ ସାମ୍ନାରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ମୁହାଁମୁହିଁ ଧକ୍କା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର