ରାଉରକେଲା ବିମାନବନ୍ଦରରେ ଏଟିଆର୍-୭୨ ବିମାନର ପରୀକ୍ଷଣ ଅବତରଣ ସଫଳତାର ସହ ସମ୍ପର୍ଣ୍ଣ
ରାଉରକେଲା/ଭୁବନେଶ୍ୱର: ଜାନୁଆରୀ ୭ ତାରିଖରୁ ରାଉରକେଲାରୁ ଭୁବନେଶ୍ୱର ବିମାନ ଉଡ଼ାଣ ହେବ। ଆଜି ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲିଆନ୍ସ ଏୟାର ଏଟିଆର-୭୨ ବିମାନର ପରୀକ୍ଷଣ ଅବତରଣ ସୁଚାରୁ ଓ ସଫଳତାର ସହ ସମ୍ପାଦନ ହୋଇ ଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କର ଦକ୍ଷତା ବିକାଶ, ବାଣିଜ୍ୟ ଏବଂ ପରିବହନ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଶ୍ରୀ ଆର ଭିନୀଲ କ୍ରୀଷ୍ଣା, ରାଉରକେଲା […]
ରାଉରକେଲା/ଭୁବନେଶ୍ୱର: ଜାନୁଆରୀ ୭ ତାରିଖରୁ ରାଉରକେଲାରୁ ଭୁବନେଶ୍ୱର ବିମାନ ଉଡ଼ାଣ ହେବ। ଆଜି ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲିଆନ୍ସ ଏୟାର ଏଟିଆର-୭୨ ବିମାନର ପରୀକ୍ଷଣ ଅବତରଣ ସୁଚାରୁ ଓ ସଫଳତାର ସହ ସମ୍ପାଦନ ହୋଇ ଯାଇଛି ।
ଏହି ଅବସରରେ ଓଡିଶା ସରକାରଙ୍କର ଦକ୍ଷତା ବିକାଶ, ବାଣିଜ୍ୟ ଏବଂ ପରିବହନ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଶ୍ରୀ ଆର ଭିନୀଲ କ୍ରୀଷ୍ଣା, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ, ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ଦେବଦତ୍ତା ସୁରନଜିତା ଜେନା, ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଗଭାଲି ପରାଗ ହର୍ଷଦ,ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଂକର ମହାପାତ୍ର, ରାଉରକେଲାର ଏସପି ଶ୍ରୀ ମୁକେଶ କୁମାର ଭାମୁ, ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି କେ ଶତପଥୀ, ରାଜ୍ୟ ସରକାର, ଆରଏସପି ଓ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀ ତଥା ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ। ବିମାନର ସୁଗମ ଅବତରଣ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ପାଇଲଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେପରେ ବିମାନଟି ବିମାନ ବନ୍ଦରରୁ ଝାରସୁଗୁଡାକୁ ଫେରିଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ବିମାନ ବନ୍ଦର, ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ୨୦୨୨ ଡିସେମ୍ବର ୧୯ ତାରିଖରେ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କ ଠାରୁ ୨ସି ଲାଇସେନ୍ସ ପାଇଥିଲା। ସଫଳ ପରୀକ୍ଷଣ ଅବତରଣ ଏବଂ ଏଟିଆର୍-୭୨ ବିମାନର ଅବତରଣ ସହିତ ବିମାନ ବନ୍ଦରରୁ ନିୟମିତ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।