ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଚାଷ, ଆଦିବାସୀ ପରିବାରଙ୍କୁ ଜୀବିକାର ସୁଯୋଗ ସହ ଅଧିକ ଆୟ ଲକ୍ଷ୍ୟ

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି ‘ମିଶନ ଜୀବିକା’ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଭଳି ଅର୍ଥକାରୀ ଚାଷ କରି ଆଦିବାସୀ ପରିବାର ବିଶେଷ ଲାଭବାନ ହୋଇପାରୁଛନ୍ତି। ‘ମିଶନ ଜୀବିକା’ ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି ‘ମିଶନ ଜୀବିକା’ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଭଳି ଅର୍ଥକାରୀ ଚାଷ କରି ଆଦିବାସୀ ପରିବାର ବିଶେଷ ଲାଭବାନ ହୋଇପାରୁଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

‘ମିଶନ ଜୀବିକା’ ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ଥିବା ୧୩ଟି ଗାଁରେ ଚିନାବାଦାମ ଚାଷ କରାଯାଉଛି। ୬ ଶହରୁ ଅଧିକ ଏକର ଜମିରେ ମୋଟ ୮୫୨ ଜଣ ଆଦିବାସୀ ଶ୍ରେଣୀର ଚାଷୀ ଏହି ଚାଷ କରୁଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ହିତାଧିକାରୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

‘‘ଆଇଟିଡିଏ, ସୁନ୍ଦରଗଡ଼ ପକ୍ଷରୁ ‘ମିଶନ ଜୀବିକା’ ଅଧୀନରେ ଚିନାବାଦାମ ସହିତ ୧୩ଟି ଶସ୍ୟ ଓ ବିଭିନ୍ନ ପନିପରିବା ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ ବିଭିନ୍ନ ଇନପୁଟ୍ ସହାୟତା ପ୍ରଦାନ କରାଯାଉଛି। ଫଳରେ ଚାଷୀମାନେ ଚିନାବାଦାମ ଚାଷରୁ ଅଧିକ ଲାଭ ପାଇପାରୁଛନ୍ତି। ଏହାଦ୍ୱାରା ଆଦିବାସୀ ପରିବାରମାନେ ଆର୍ଥିକ ସ୍ତରରେ ଅଧିକ ସଶକ୍ତ ହୋଇପାରୁଛନ୍ତି’’, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନଠାରୁ ଆରମ୍ଭ କରି ଜୈବିକ ସାର ଓ କୀଟନାଶକ ଆଦି ଯୋଗାଇ ଦିଆଯାଉଛି। ଚାଷ ସମୟରେ ଆଇଟିଡିଏର ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରୋଗପୋକ ପରିଚାଳନା ଲାଗି ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଛନ୍ତି।

ଚିନାବାଦାମ ଅମଳ ହେବା ପରେ ଚାଷୀମାନେ ତାହାକୁ ପାଖ ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି। ସେହିପରି କୃଷକ ଉତ୍ପାଦକ ଗୋଷ୍ଠୀ ବା ଏଫ୍ପିଓ ଜରିଆରେ ଚାଷୀଙ୍କଠାରୁ ଚିନାବାଦାମ କିଣାଯିବାର ମଧ୍ୟ ବ୍ୟବସ୍ଥା କରିଛି ଆଇଟିଡିଏ।

‘‘ତିନିବର୍ଷ ହେଲା ମୁଁ ବାଦାମ ଚାଷ କରିଆସୁଛି। ଏବର୍ଷ ଦେଢ଼ ଏକର ଚାଷଜମିରେ ବାଦାମ ଚାଷ କରିଥିଲି। ଭଲ ଅମଳ ହେଇଛି। ଆଇଟିଡିଏ ପକ୍ଷରୁ ବାଦାମ ବିକ୍ରି ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି। ଏହି ଚାଷରୁ ଭଲ ରୋଜଗାର ହେବା ଯୋଗୁଁ ଘର ମଧ୍ୟ ଭଲରେ ଚଳୁଛି’’, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଜଣେ ମହିଳା ଚାଷୀ ଜୋହାନୀ ମହାନନ୍ଦ।

ପୂର୍ବରୁ ରାଜଗାଙ୍ଗପୁର ଓ କୁତ୍ରା ଅଂଚଳର ଚାଷୀମାନେ କେବଳ ପାରମ୍ପରିକ ଧାନ ଓ ରାଶି ଚାଷ କରୁଥିଲେ। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ଚିନାବାଦାମ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଫଳରେ ୩ ବର୍ଷ ହେଲା ଏଠିକାର ଚାଷୀ ଚିନାବାଦାମ ଚାଷ କରିଆସୁଛନ୍ତି। କମ୍ ପାଣିରେ ଚିନାବାଦାମ ଭଲ ଅମଳ ହେବା ସହ ଏଥିରୁ ଅଧିକ ଲାଭ ମଧ୍ୟ ମିଳିପାରୁଛି।

‘‘ଆଗରୁ ଆମେ ଧାନଚାଷ କରୁଥିଲୁ। ସେଥିରେ ଲାଭ ଟିକେ କମ୍ ହେଉଥିଲା। ବର୍ଷେ ହେଲା ଚିନାବାଦାମ ଚାଷ କରୁଛୁ। ଏଥିପାଇଁ ଆଇଟିଡିଏ ସୁନ୍ଦରଗଡ଼ ବିହନଠାରୁ ଆରମ୍ଭକରି ଖତସାର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେଉଛି। ଆମେ ଏହି ଚାଷ କରି ଏବେ ଭଲ ଦି’ ପଇସା ପାଇପାରୁଛୁ। ଘରକାମ, ପିଲାଛୁଆଙ୍କ ପାଠପଢ଼ା ଖର୍ଚ୍ଚ ତୁଲେଇ ଆଉ କିଛି ବ୍ୟାଙ୍କରେ ମଧ୍ୟ ସଂଚୟ କରି ରଖିପାରୁଛୁ’’, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଯୁବ ଚାଷୀ ଅରବିନ୍ଦ ମିଞ୍ଜ।

15 Dec 2022 By The Sakala

ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଚାଷ, ଆଦିବାସୀ ପରିବାରଙ୍କୁ ଜୀବିକାର ସୁଯୋଗ ସହ ଅଧିକ ଆୟ ଲକ୍ଷ୍ୟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି ‘ମିଶନ ଜୀବିକା’ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଭଳି ଅର୍ଥକାରୀ ଚାଷ କରି ଆଦିବାସୀ ପରିବାର ବିଶେଷ ଲାଭବାନ ହୋଇପାରୁଛନ୍ତି।

‘ମିଶନ ଜୀବିକା’ ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ଥିବା ୧୩ଟି ଗାଁରେ ଚିନାବାଦାମ ଚାଷ କରାଯାଉଛି। ୬ ଶହରୁ ଅଧିକ ଏକର ଜମିରେ ମୋଟ ୮୫୨ ଜଣ ଆଦିବାସୀ ଶ୍ରେଣୀର ଚାଷୀ ଏହି ଚାଷ କରୁଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ହିତାଧିକାରୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

‘‘ଆଇଟିଡିଏ, ସୁନ୍ଦରଗଡ଼ ପକ୍ଷରୁ ‘ମିଶନ ଜୀବିକା’ ଅଧୀନରେ ଚିନାବାଦାମ ସହିତ ୧୩ଟି ଶସ୍ୟ ଓ ବିଭିନ୍ନ ପନିପରିବା ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ ବିଭିନ୍ନ ଇନପୁଟ୍ ସହାୟତା ପ୍ରଦାନ କରାଯାଉଛି। ଫଳରେ ଚାଷୀମାନେ ଚିନାବାଦାମ ଚାଷରୁ ଅଧିକ ଲାଭ ପାଇପାରୁଛନ୍ତି। ଏହାଦ୍ୱାରା ଆଦିବାସୀ ପରିବାରମାନେ ଆର୍ଥିକ ସ୍ତରରେ ଅଧିକ ସଶକ୍ତ ହୋଇପାରୁଛନ୍ତି’’, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ।

ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନଠାରୁ ଆରମ୍ଭ କରି ଜୈବିକ ସାର ଓ କୀଟନାଶକ ଆଦି ଯୋଗାଇ ଦିଆଯାଉଛି। ଚାଷ ସମୟରେ ଆଇଟିଡିଏର ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରୋଗପୋକ ପରିଚାଳନା ଲାଗି ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଛନ୍ତି।

ଚିନାବାଦାମ ଅମଳ ହେବା ପରେ ଚାଷୀମାନେ ତାହାକୁ ପାଖ ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି। ସେହିପରି କୃଷକ ଉତ୍ପାଦକ ଗୋଷ୍ଠୀ ବା ଏଫ୍ପିଓ ଜରିଆରେ ଚାଷୀଙ୍କଠାରୁ ଚିନାବାଦାମ କିଣାଯିବାର ମଧ୍ୟ ବ୍ୟବସ୍ଥା କରିଛି ଆଇଟିଡିଏ।

‘‘ତିନିବର୍ଷ ହେଲା ମୁଁ ବାଦାମ ଚାଷ କରିଆସୁଛି। ଏବର୍ଷ ଦେଢ଼ ଏକର ଚାଷଜମିରେ ବାଦାମ ଚାଷ କରିଥିଲି। ଭଲ ଅମଳ ହେଇଛି। ଆଇଟିଡିଏ ପକ୍ଷରୁ ବାଦାମ ବିକ୍ରି ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି। ଏହି ଚାଷରୁ ଭଲ ରୋଜଗାର ହେବା ଯୋଗୁଁ ଘର ମଧ୍ୟ ଭଲରେ ଚଳୁଛି’’, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଜଣେ ମହିଳା ଚାଷୀ ଜୋହାନୀ ମହାନନ୍ଦ।

ପୂର୍ବରୁ ରାଜଗାଙ୍ଗପୁର ଓ କୁତ୍ରା ଅଂଚଳର ଚାଷୀମାନେ କେବଳ ପାରମ୍ପରିକ ଧାନ ଓ ରାଶି ଚାଷ କରୁଥିଲେ। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ଚିନାବାଦାମ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଫଳରେ ୩ ବର୍ଷ ହେଲା ଏଠିକାର ଚାଷୀ ଚିନାବାଦାମ ଚାଷ କରିଆସୁଛନ୍ତି। କମ୍ ପାଣିରେ ଚିନାବାଦାମ ଭଲ ଅମଳ ହେବା ସହ ଏଥିରୁ ଅଧିକ ଲାଭ ମଧ୍ୟ ମିଳିପାରୁଛି।

‘‘ଆଗରୁ ଆମେ ଧାନଚାଷ କରୁଥିଲୁ। ସେଥିରେ ଲାଭ ଟିକେ କମ୍ ହେଉଥିଲା। ବର୍ଷେ ହେଲା ଚିନାବାଦାମ ଚାଷ କରୁଛୁ। ଏଥିପାଇଁ ଆଇଟିଡିଏ ସୁନ୍ଦରଗଡ଼ ବିହନଠାରୁ ଆରମ୍ଭକରି ଖତସାର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେଉଛି। ଆମେ ଏହି ଚାଷ କରି ଏବେ ଭଲ ଦି’ ପଇସା ପାଇପାରୁଛୁ। ଘରକାମ, ପିଲାଛୁଆଙ୍କ ପାଠପଢ଼ା ଖର୍ଚ୍ଚ ତୁଲେଇ ଆଉ କିଛି ବ୍ୟାଙ୍କରେ ମଧ୍ୟ ସଂଚୟ କରି ରଖିପାରୁଛୁ’’, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଯୁବ ଚାଷୀ ଅରବିନ୍ଦ ମିଞ୍ଜ।

https://www.thesakala.in/latest-odisha-news/sundargarh/peanut-cultivation-under-mission-jeevika-program-in-sundargarh/article-17396
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର