ସୁନ୍ଦରଗଡ଼ରେ ପୁଣି ୧୪ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୪ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ । ୮୬ଟି ରକ୍ତ ନମୁନା ମଧ୍ୟରୁ ୧୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୪୪କୁ ବୃଦ୍ଧି ପାଇଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ […]

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୪ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ । ୮୬ଟି ରକ୍ତ ନମୁନା ମଧ୍ୟରୁ ୧୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୪୪କୁ ବୃଦ୍ଧି ପାଇଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଭାବେ ICUରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

26 Sep 2023 By The Sakala

ସୁନ୍ଦରଗଡ଼ରେ ପୁଣି ୧୪ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୪ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ । ୮୬ଟି ରକ୍ତ ନମୁନା ମଧ୍ୟରୁ ୧୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୪୪କୁ ବୃଦ୍ଧି ପାଇଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଭାବେ ICUରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର