ଶିକ୍ଷା ସେତୁ କାର୍ଯ୍ଯକ୍ରମର ଶୁଭାରମ୍ଭ, ଜଣେ ବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ଜିଲ୍ଲାପାଳ

The Sakala Picture
Published On

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷା ସେତୁ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି । ଏବେ ସମସ୍ତ ସ୍କୁଲ ବନ୍ଦ ଯୋଗୁଁ ଛାତ୍ର ଛାତ୍ରୀ ମାନେ ପାଠ ପଢିବାରେ ସମସ୍ୟା ଭୋଗୁଛନ୍ତି । ଏଣୁ ଏହି ଶିକ୍ଷା ସେତୁ କାର୍ଯ୍ଯକ୍ରମ ଜରିଆରେ […]

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷା ସେତୁ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି । ଏବେ ସମସ୍ତ ସ୍କୁଲ ବନ୍ଦ ଯୋଗୁଁ ଛାତ୍ର ଛାତ୍ରୀ ମାନେ ପାଠ ପଢିବାରେ ସମସ୍ୟା ଭୋଗୁଛନ୍ତି । ଏଣୁ ଏହି ଶିକ୍ଷା ସେତୁ କାର୍ଯ୍ଯକ୍ରମ ଜରିଆରେ ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଯାଇ ଉଦ୍ଧିଷ୍ଟ ଶିକ୍ଷା ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ଏହାଦ୍ୱାରା ଘରେଥିବା ପିଲାମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ନହୋଇ ସେମାନେ ବୌଦ୍ଧିକ, ମାନସିକ, ନୈତିକ ଓ ବିଶେଷ କରି ଦୈନନ୍ଦିନ ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗୀ ମନୋଭାବ ସହ ଆଗକୁ ବଢ଼ିପାରିବେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଜିଲ୍ଲାପାଳ ଏହି ଅବସରରେ ବିଭାଗ ତରଫରୁ ପିଲାଙ୍କ ଶୈକ୍ଷିକ ବିକାଶକୁ ପରୀକ୍ଷା କରିବା ନିମନ୍ତେ ପ୍ରସ୍ତୁତ ପ୍ରଶ୍ନକ୍ଷବଳୀ ପୁସ୍ତିକାକୁ ଅନାବରଣ କରିଥିଲେ। ଏହି କାର୍ଯ୍ଯକ୍ରମ ପ୍ରଥମ ପର୍ଯ୍ଯାୟରେ ଶିକ୍ଷା ଜିଲ୍ଲାର କ୍ଲଷ୍ଟର ସ୍ତରରେ ୨ଟି ଲେଖାଏଁ ସମୁଦାୟ ୧୮୪ ପ୍ରାଥମିକ ବିଦ୍ୟାଳୟ ଏବଂ ୧୧ଟି ଉଚ୍ଚ ବିଦ୍ୟାଳୟକୁ ନିଆଯାଇଛି। କାର୍ଯ୍ଯକ୍ରମର ସ୍ଥିତି ଓ ଅଗ୍ରଗତିକୁ ଜାଣିବା ନିମନ୍ତେ ପ୍ରତି ୧୫ ଦିନରେ ସମୀକ୍ଷା କରାଯିବ। ପୁନଶ୍ଚ ଗ୍ରାମ ସ୍ତରରେ ଶିକ୍ଷାର ଉପାଦେୟତା ଓ ବର୍ତ୍ତମାନ ସ୍ଥିତିରେ ଆମର ସାମୂହିକ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଅଭିଭାବକଙ୍କୁ ନେଇ ସଚେତନତା ବୈଠକ ଆୟୋଜନ କରାଯିବ। ଏହି କାର୍ଯ୍ଯକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସ୍ୱାଗତ ବକ୍ତବ୍ୟ ଦେଇ କାର୍ଯ୍ଯକ୍ରମକୁ ଶତପ୍ରତିଶତ ସଫଳ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପିଲାଙ୍କୁ ଶିକ୍ଷାପ୍ରଦାନ ବର୍ତ୍ତମାନ ବିଭାଗ ପାଇଁ ଏକ ବଡ ଆହ୍ୱାନ ରହିଛି, ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏହି କାର୍ଯ୍ଯକ୍ରମ ନିଶ୍ଚିତ ଭାବେ ପିଲାଙ୍କ ଶିକ୍ଷାର ଉନ୍ନତିରେ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତ୍ୟା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ଯଫର୍ଦ ମାଧ୍ୟମରେ ଶିକ୍ଷଣ ଫଳାଫଳ ହାସଲ ପାଇଁ ଜିଲ୍ଲାର ୧୯୫ଟି ବିଦ୍ୟାଳୟରେ ୧୦୯୪ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ୨୬୦୯୨ ଜଣ ଛାତ୍ର ଛାତ୍ରୀଙ୍କୁ କାର୍ଯ୍ଯକ୍ରମରେ ସାମିଲ କରାଯାଉଛି। ବୀରମହାରାଜପୁରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର କୁମ୍ଭକାର ଶିକ୍ଷା ସେତୁ ର ସଫଳତା ପାଇଁ ଉଦ୍ଧିଷ୍ଟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ଯକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝୀପଡାର ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଜେନ୍ଦ୍ର କୁମାର ମିଶ୍ର , ବିଇଓ ଉଲୁଣ୍ଡା କାର୍ୟ୍ୟକ୍ରମ ସଂଚାଳନ କରିଥିଲେ କ୍ଷ କାର୍ୟ୍ୟକ୍ରମରେ ସମସ୍ତ ବିଆରସିସି,ସିଆରସିସିଙ୍କ ସହ ବିଭିନ୍ନ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

25 Jul 2021 By The Sakala

ଶିକ୍ଷା ସେତୁ କାର୍ଯ୍ଯକ୍ରମର ଶୁଭାରମ୍ଭ, ଜଣେ ବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ଜିଲ୍ଲାପାଳ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷା ସେତୁ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି । ଏବେ ସମସ୍ତ ସ୍କୁଲ ବନ୍ଦ ଯୋଗୁଁ ଛାତ୍ର ଛାତ୍ରୀ ମାନେ ପାଠ ପଢିବାରେ ସମସ୍ୟା ଭୋଗୁଛନ୍ତି । ଏଣୁ ଏହି ଶିକ୍ଷା ସେତୁ କାର୍ଯ୍ଯକ୍ରମ ଜରିଆରେ ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଯାଇ ଉଦ୍ଧିଷ୍ଟ ଶିକ୍ଷା ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ଏହାଦ୍ୱାରା ଘରେଥିବା ପିଲାମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ନହୋଇ ସେମାନେ ବୌଦ୍ଧିକ, ମାନସିକ, ନୈତିକ ଓ ବିଶେଷ କରି ଦୈନନ୍ଦିନ ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗୀ ମନୋଭାବ ସହ ଆଗକୁ ବଢ଼ିପାରିବେ।

ଜିଲ୍ଲାପାଳ ଏହି ଅବସରରେ ବିଭାଗ ତରଫରୁ ପିଲାଙ୍କ ଶୈକ୍ଷିକ ବିକାଶକୁ ପରୀକ୍ଷା କରିବା ନିମନ୍ତେ ପ୍ରସ୍ତୁତ ପ୍ରଶ୍ନକ୍ଷବଳୀ ପୁସ୍ତିକାକୁ ଅନାବରଣ କରିଥିଲେ। ଏହି କାର୍ଯ୍ଯକ୍ରମ ପ୍ରଥମ ପର୍ଯ୍ଯାୟରେ ଶିକ୍ଷା ଜିଲ୍ଲାର କ୍ଲଷ୍ଟର ସ୍ତରରେ ୨ଟି ଲେଖାଏଁ ସମୁଦାୟ ୧୮୪ ପ୍ରାଥମିକ ବିଦ୍ୟାଳୟ ଏବଂ ୧୧ଟି ଉଚ୍ଚ ବିଦ୍ୟାଳୟକୁ ନିଆଯାଇଛି। କାର୍ଯ୍ଯକ୍ରମର ସ୍ଥିତି ଓ ଅଗ୍ରଗତିକୁ ଜାଣିବା ନିମନ୍ତେ ପ୍ରତି ୧୫ ଦିନରେ ସମୀକ୍ଷା କରାଯିବ। ପୁନଶ୍ଚ ଗ୍ରାମ ସ୍ତରରେ ଶିକ୍ଷାର ଉପାଦେୟତା ଓ ବର୍ତ୍ତମାନ ସ୍ଥିତିରେ ଆମର ସାମୂହିକ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଅଭିଭାବକଙ୍କୁ ନେଇ ସଚେତନତା ବୈଠକ ଆୟୋଜନ କରାଯିବ। ଏହି କାର୍ଯ୍ଯକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସ୍ୱାଗତ ବକ୍ତବ୍ୟ ଦେଇ କାର୍ଯ୍ଯକ୍ରମକୁ ଶତପ୍ରତିଶତ ସଫଳ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପିଲାଙ୍କୁ ଶିକ୍ଷାପ୍ରଦାନ ବର୍ତ୍ତମାନ ବିଭାଗ ପାଇଁ ଏକ ବଡ ଆହ୍ୱାନ ରହିଛି, ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏହି କାର୍ଯ୍ଯକ୍ରମ ନିଶ୍ଚିତ ଭାବେ ପିଲାଙ୍କ ଶିକ୍ଷାର ଉନ୍ନତିରେ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତ୍ୟା।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ଯଫର୍ଦ ମାଧ୍ୟମରେ ଶିକ୍ଷଣ ଫଳାଫଳ ହାସଲ ପାଇଁ ଜିଲ୍ଲାର ୧୯୫ଟି ବିଦ୍ୟାଳୟରେ ୧୦୯୪ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ୨୬୦୯୨ ଜଣ ଛାତ୍ର ଛାତ୍ରୀଙ୍କୁ କାର୍ଯ୍ଯକ୍ରମରେ ସାମିଲ କରାଯାଉଛି। ବୀରମହାରାଜପୁରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର କୁମ୍ଭକାର ଶିକ୍ଷା ସେତୁ ର ସଫଳତା ପାଇଁ ଉଦ୍ଧିଷ୍ଟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ଯକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝୀପଡାର ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଜେନ୍ଦ୍ର କୁମାର ମିଶ୍ର , ବିଇଓ ଉଲୁଣ୍ଡା କାର୍ୟ୍ୟକ୍ରମ ସଂଚାଳନ କରିଥିଲେ କ୍ଷ କାର୍ୟ୍ୟକ୍ରମରେ ସମସ୍ତ ବିଆରସିସି,ସିଆରସିସିଙ୍କ ସହ ବିଭିନ୍ନ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର