ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

Madhusudan Das Picture
Published On

ସୋନପୁର: ସୋନପୁର ପୋଲିସ ଦ୍ୱାରା ବ୍ୟାପକ ନକଲି ନୋଟ୍ ଜବତ । ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ । କାର୍‌ ଯାଞ୍ଚ ବେଳେ ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସୋନପୁର ପୋଲିସ । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି ଗିରଫ ଦୁଇ ଅଭିଯୁକ୍ତ । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ସୂଚନା ଅନୁସାରେ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କଳା ରଙ୍ଗର ସ୍କର୍ପିଓକୁ ଠାବ କରିଥିଲା । ସେହି ସ୍କର୍ପିଓରେ ଯୁବକ ମାନେ ପଇସା ନେଣଦେଣ କରୁଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକାଇଥିଲା । ଗାଡ଼ିକୁ ଯାଞ୍ଚ କରିବା ସମୟରେ ଗାଡ଼ି ଭିତରେ ଏକ ନାଲି ରଙ୍ଗର ବ୍ୟାଗ୍ ରହିଥିଲା । ସେହି ବ୍ୟାଗ୍ ଭିତରେ ୧୬୯୫ଟି ୫୦୦ ଟଙ୍କିଆ ନୋଟ୍ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ସେସବୁ ଟଙ୍କା ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହା ଜାଣି ବ୍ୟାଗ ପୋଲିସ ଜବତ କରିବା ସହ ଦୁଇ ଜଣଙ୍କୁ  ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

15 Apr 2026 By Madhusudan Das

ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ସୋନପୁର: ସୋନପୁର ପୋଲିସ ଦ୍ୱାରା ବ୍ୟାପକ ନକଲି ନୋଟ୍ ଜବତ । ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ । କାର୍‌ ଯାଞ୍ଚ ବେଳେ ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସୋନପୁର ପୋଲିସ । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି ଗିରଫ ଦୁଇ ଅଭିଯୁକ୍ତ । 

ସୂଚନା ଅନୁସାରେ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କଳା ରଙ୍ଗର ସ୍କର୍ପିଓକୁ ଠାବ କରିଥିଲା । ସେହି ସ୍କର୍ପିଓରେ ଯୁବକ ମାନେ ପଇସା ନେଣଦେଣ କରୁଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକାଇଥିଲା । ଗାଡ଼ିକୁ ଯାଞ୍ଚ କରିବା ସମୟରେ ଗାଡ଼ି ଭିତରେ ଏକ ନାଲି ରଙ୍ଗର ବ୍ୟାଗ୍ ରହିଥିଲା । ସେହି ବ୍ୟାଗ୍ ଭିତରେ ୧୬୯୫ଟି ୫୦୦ ଟଙ୍କିଆ ନୋଟ୍ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ସେସବୁ ଟଙ୍କା ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହା ଜାଣି ବ୍ୟାଗ ପୋଲିସ ଜବତ କରିବା ସହ ଦୁଇ ଜଣଙ୍କୁ  ଗିରଫ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର