ଦେଶକୁ ଆଗେଇ ନେବାରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ  ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ଦେଶକୁ ଆଗେଇ ନେବାରେ […]

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ  ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ମୁଁ ନିଜକୁ ଗୌରାବାନ୍ବିତ କରୁଛି। ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଭାରତରେ ନୁହେଁ। ବିଶ୍ବରେ ମଧ୍ୟ ସୁନାମ ଆଣିଛନ୍ତି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ, ଭାରତ ସରକାରଙ୍କ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଏହି ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ମତେ ଲାଗୁଛି ମୁଁ ଯେପରି ମୋର ଘର ଅଗଣାରେ ବସିଛି। ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ଆଜି ଯେଉଁ ଛାତ୍ରଛାତ୍ରୀମାନେ ଡିଗ୍ରୀ ଲାଭ କରିଛନ୍ତି, ସେମାନଙ୍କର ସଫଳତା ପଛରେ ନିଷ୍ଠା ଓ ପରିଶ୍ରମ ରହିଛି। କିନ୍ତୁ ସେମାନଙ୍କର ପିତାମାତା, ଅଭିଭାବକ ଓ ଅଧ୍ୟାପକମାନେ ମଧ୍ୟ ବହୁ ପରିଶ୍ରମ କରିଛନ୍ତି। ଗୌରବର କଥା ୧୯୫୮ ଜାନୁଆରି ୧ରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହାର ଶିଳାନ୍ୟାସ କରିଥିଲେ। ୧୯୬୩ ମସିହାରେ ତତ୍‌କାଳୀନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣ ଏହି ବିଶ୍ବବିଦ୍ୟାଳୟର ଲୋକାର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କୁଳପତି ପ୍ରଫେସର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ୧୬୬ଜଣଙ୍କୁ ପିଏଚ୍‌ଡି/ଡିଲିଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ୩ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ସହ ୧୦ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ସମାବର୍ତ୍ତନ ସମାରୋହରେ, ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ପ୍ରମୁଖ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ରାଜଭବନ ଅଭିମୁଖେ ଯିବେ।

29 Feb 2024 By The Sakala

ଦେଶକୁ ଆଗେଇ ନେବାରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ  ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ମୁଁ ନିଜକୁ ଗୌରାବାନ୍ବିତ କରୁଛି। ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଭାରତରେ ନୁହେଁ। ବିଶ୍ବରେ ମଧ୍ୟ ସୁନାମ ଆଣିଛନ୍ତି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ, ଭାରତ ସରକାରଙ୍କ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଏହି ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ।

ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ମତେ ଲାଗୁଛି ମୁଁ ଯେପରି ମୋର ଘର ଅଗଣାରେ ବସିଛି। ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ଆଜି ଯେଉଁ ଛାତ୍ରଛାତ୍ରୀମାନେ ଡିଗ୍ରୀ ଲାଭ କରିଛନ୍ତି, ସେମାନଙ୍କର ସଫଳତା ପଛରେ ନିଷ୍ଠା ଓ ପରିଶ୍ରମ ରହିଛି। କିନ୍ତୁ ସେମାନଙ୍କର ପିତାମାତା, ଅଭିଭାବକ ଓ ଅଧ୍ୟାପକମାନେ ମଧ୍ୟ ବହୁ ପରିଶ୍ରମ କରିଛନ୍ତି। ଗୌରବର କଥା ୧୯୫୮ ଜାନୁଆରି ୧ରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହାର ଶିଳାନ୍ୟାସ କରିଥିଲେ। ୧୯୬୩ ମସିହାରେ ତତ୍‌କାଳୀନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣ ଏହି ବିଶ୍ବବିଦ୍ୟାଳୟର ଲୋକାର୍ପଣ କରିଥିଲେ।

କୁଳପତି ପ୍ରଫେସର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ୧୬୬ଜଣଙ୍କୁ ପିଏଚ୍‌ଡି/ଡିଲିଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ୩ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ସହ ୧୦ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ସମାବର୍ତ୍ତନ ସମାରୋହରେ, ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ପ୍ରମୁଖ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ରାଜଭବନ ଅଭିମୁଖେ ଯିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର