ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ

Madhusudan Das Picture
Published On

ସୁନ୍ଦରଗଡ଼: ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ସୁନ୍ଦରଗଡ଼ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଘଟିଛି ଏପରି ଅଘଟଣ । ମୃତକ ହେଲେ ଜୟଦୀପ ସାଗର ବେକ୍ ଓରଫ ସିଲୁ । ଜୟଦୀପ ୪୦୦ ମିଟର ଦୌଡ଼ରେ ସାମିଲ ହୋଇ ଦୌଡ଼ୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ତାପରେ ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣକ ଭବାନୀପୁର ଗାଁର ଓ ସେ ଇଏମଆରଏସରେ ଏକାଦଶ ଶ୍ରେଣୀରେ ପାଠ ପଢୁଥିଲେ। ଜୟଦୀପଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

31 Dec 2025 By Madhusudan Das

ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ

ସୁନ୍ଦରଗଡ଼: ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ସୁନ୍ଦରଗଡ଼ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଘଟିଛି ଏପରି ଅଘଟଣ । ମୃତକ ହେଲେ ଜୟଦୀପ ସାଗର ବେକ୍ ଓରଫ ସିଲୁ । ଜୟଦୀପ ୪୦୦ ମିଟର ଦୌଡ଼ରେ ସାମିଲ ହୋଇ ଦୌଡ଼ୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ତାପରେ ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣକ ଭବାନୀପୁର ଗାଁର ଓ ସେ ଇଏମଆରଏସରେ ଏକାଦଶ ଶ୍ରେଣୀରେ ପାଠ ପଢୁଥିଲେ। ଜୟଦୀପଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର