ଏବେ ବି ଚାଲିଛି ଚିଟଫଣ୍ଡ ଠକେଇ: ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରି ସଂସ୍ଥା ମୁଖ୍ୟ ଫେରାର

The Sakala Picture
Published On

ଭୋଗରାଇ : ଗ୍ରାମାଞ୍ଚଳରେରେ ଏବେ ବି ଚିଟଫଣ୍ଡ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ଆକର୍ଷଣୀୟ ସୁଧ ମିଳିବା ଲୋଭରେ ପଡ଼ି ଥରେ କଷ୍ଟଅର୍ଜିତ ଟଙ୍କା ହରାଇବା ପରେ ବି ପୁଣି ଠକାମୀର ଶୀକାର ହୋଇଛନ୍ତି ଅନେକ ନିରୀହ ସରଳ ଚାଷୀ, ମହିଳା ତଥା ବରିଷ୍ଠ ନାଗରିକ ମାନେ । ଆଖ ପାଖ ଗାଁର ପ୍ରାୟ ୩ଶହ ରୁ ୪ଶହ ଲୋକଙ୍କୁ ନେଇ ବିନା ସରକାରୀ ପଞ୍ଜିକରଣରେ ବେଆଇନ ସମିତି ଗଠନ କରି ଟଙ୍କା ଦେଣ ନେଣ କାରବାର […]

ଭୋଗରାଇ : ଗ୍ରାମାଞ୍ଚଳରେରେ ଏବେ ବି ଚିଟଫଣ୍ଡ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ଆକର୍ଷଣୀୟ ସୁଧ ମିଳିବା ଲୋଭରେ ପଡ଼ି ଥରେ କଷ୍ଟଅର୍ଜିତ ଟଙ୍କା ହରାଇବା ପରେ ବି ପୁଣି ଠକାମୀର ଶୀକାର ହୋଇଛନ୍ତି ଅନେକ ନିରୀହ ସରଳ ଚାଷୀ, ମହିଳା ତଥା ବରିଷ୍ଠ ନାଗରିକ ମାନେ । ଆଖ ପାଖ ଗାଁର ପ୍ରାୟ ୩ଶହ ରୁ ୪ଶହ ଲୋକଙ୍କୁ ନେଇ ବିନା ସରକାରୀ ପଞ୍ଜିକରଣରେ ବେଆଇନ ସମିତି ଗଠନ କରି ଟଙ୍କା ଦେଣ ନେଣ କାରବାର ଚାଲିଥିବା ବେଳେ ଏହାର ମୁଖ୍ୟ କାର୍ପଟଦାର ପ୍ରାୟ ୩ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହେରଫେର କରି ଏବେ ଫେରାର ହେବା ଘଟଣା ପରେ ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୋପୀନାଥପୁର ପଂଚାୟତ ପାଳୁସିଆ ଗାଁ ରେ। ସମ୍ପୃକ୍ତ ମୁଖ୍ୟ କାର୍ପଟଦାର ଙ୍କ ଘରକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଘଟଣା ସମ୍ପର୍କରେ ବଖାଣିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ପ୍ରକାଶ ଯେ ପାଳୁସିଆ, ଗୋପୀନାଥପୁର, ନାରାୟଣ ପୁର, ଜୟରାମପୁର, ଗୁଣାଇବସାଣ,ଇତ୍ୟାଦି ପ୍ରାୟ ୭/୮ଟି ଗାଁ ର ଗରିବ ଖଟିଖିଆ, ସାଧାରଣ ଲୋକ ମାନଙ୍କୁ ନେଇ ପାଳୁସିଆ ଗାଁର ହରମୋହନ ମହାନ୍ତିଙ୍କ ପୁଅ ରାମକୃଷ୍ଣ ମହାନ୍ତି ବିନା ସରକାରୀ ପଞ୍ଜିକରଣ ରେ ଏକ ସମିତି ଗଠନ କରି ନିଜେ ଏହାର ମାଲିକ ଭାବେ ସଂସ୍ଥାକୁ ଚଳାଉ ଥିଲେ। ସମିତିର ପ୍ରତ୍ୟେକ ସଦସ୍ୟ ମାନଙ୍କ ଠାରୁ ମାସକୁ ମାସ ୧୫୦୦ଶହ ଠାରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା ଗ୍ରହଣ କରୁଥିଲେ। ଏହି କାରବାର ୨୦୦୭ ମସିହା ଠାରୁ ଚାଲିଥିବା ବେଳେ କେତେକ ଲୋକଙ୍କୁ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ବ୍ୟାଙ୍କ ଠାରୁ ଉଚ୍ଚ ହାରରେ ସୁଧ ସହ ଟଙ୍କା ଫେରସ୍ତ ଦେବା ସହିତ କିଛି ଲୋକଙ୍କୁ ମଧ୍ୟ ଋଣ ଦେଉଥିଲେ।ଏହା ଫଳରେ ଅଳ୍ପ ଦିନ ମଧ୍ୟରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଦୀର୍ଘ ୧୪ ବର୍ଷ ଧରି ସମିତି ଜରିଆରେ ଏଭଳି ଆର୍ଥିକ କାରବାର ଚାଲିଥିବା ବେଳେ ପ୍ରାୟ ୪ଶହ ସଦସ୍ୟ ଏହି ବେଆଇନ ସମିତି ସହିତ ଯୋଡି ହୋଇ ଟଙ୍କା ଜମା ଦେଇ ଆସୁ ଥିଲେ। ଏଭଳିକି ଗାଁର ବୃଦ୍ଧ ବୃଦ୍ଧା ମାନେ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ସଞ୍ଚିତ ରଖିଥିବା ନିଜର ଭତ୍ତା ଟଙ୍କାକୁ ଉଠାଇ ଏହି ସମିତିରେ ଜମା ରଖିଥିଲେ। ଖଟିଖିଆ ଲୋକେ କିଏ ଆବାସ ଘର ଆସିଲେ ଘର କରିବା କିଏ ଝିଅ ବାହାଘର ପାଇଁ ମାସ କୁ ମାସ ଅଳ୍ପ ଟଙ୍କା ଜମା ରଖି ଏକାଥରେ ଟଙ୍କା ଉଠାଇ ଖର୍ଚ୍ଚ କରିବା ଉଦ୍ଦେଶ୍ୟରେ ଟଙ୍କା ଜମା ରଖୁଥିଲେ। ସବୁ ଠିକ ଠାକ ଚାଲିଥିବା ବେଳେ ଗତ ଜାନୁୟାରୀ ମାସ ବେଳକୁ ବେଶ କିଛି ଲୋକଙ୍କ ରଖି ଥିବା ଟଙ୍କାର ମିଆଦ ପୂରି ଯିବାରୁ ସେମାନେ ଯେତେବେଳେ ଟଙ୍କା ମାଗିବାକୁ ଆରମ୍ଭ କଲେ ସେତେବେଳେ ରାମକୃଷ୍ଣ ସେମାନଙ୍କୁ ଆଜି କାଲି କହି ସମୟ ଟାଳି ଚାଲିଲେ କିନ୍ତୁ ଟଙ୍କା ଫେରାଇ ପାରିଲେ ନାହିଁ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ଧୀରେ ଧୀରେ ସମିତିର ପ୍ରାୟ ସମସ୍ତ ସଦସ୍ୟ ମାନଙ୍କ ମଧ୍ୟରେ ତାଙ୍କ ପ୍ରତି ସନ୍ଦେହ ଜାତ ହେଲା, ସମସ୍ତେ ଟଙ୍କା ମାଗି ବାକୁ ଆରମ୍ଭ କଲେ। ମାତ୍ର ସେ କାହାରିକୁ ଆଉ ଟଙ୍କା ଫେରାଇ ପାରିଲେ ନାହିଁ।ଶେଷରେ ଗତ ମାର୍ଚ୍ଚ ମାସ ଠାରୁ ଘରୁ କୁଆଡ଼େ ଫେରାର ହୋଇଯାଇଥିବା କନକ ଲତା ଜେନା, ରଘୁନାଥ ମହାନ୍ତି, ନାରାୟଣ ସାହୁ, ସୁବଲ ଗିରି, ଭାରତୀ ପରିଡ଼ା, ପଦ୍ମଲୋଚନ ପୋଲାଇ,ଗଣେଶ ଘଡ଼ାଇ,କମଳା କାନ୍ତ ସାମଲ, ଜୟଦେବ ମହାନ୍ତି, ଜୟନ୍ତ ମହାପାତ୍ର, ତ୍ରିଲୋଚନ ଜେନା, ଅଶୋକ ଜେନା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଜମାକାରୀ ମାନେ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଦରିଦ୍ର ଖଟିଖିଆମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଫେରାର ହୋଇଥିବା ମୁଖ୍ୟ ରାମକୃଷ୍ଣ ଏବଂ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କିଭଳି ଲୋକେ ଟଙ୍କା ଫେରସ୍ତ ପାଇବେ ତାର ବ୍ୟବସ୍ଥା କରାଯିବାକୁ କ୍ଷତିଗ୍ରସ ଜମାକାରୀ ମାନେ ପ୍ରଶାସନ ନିକଟରେ ନିବେଦନ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର